ନୂଆଦିଲ୍ଲୀ,୧୮।୬: ପଶ୍ଚିମବଙ୍ଗ ନିର୍ବାଚନ ପରେ ବିରୋଧିଙ୍କ ଏକତା ଭଙ୍ଗ ହେବାରେ ଳାଗିଛି। ପ୍ରଥମେ ଟିଏମ୍‌ସି ଓ ଏବେ ଶିବସେନା (ୟୁବିଟି) ଭଳି ଦଳରେ ଏବେ ବିଭାଜନ ଏକ ପ୍ରକାର ସୁନିଶ୍ଚିତ ହୋଇଛି। ଏହା ଦ୍ବାରା ‘ପୁନଃ ସୀମା ନିର୍ଦ୍ଧାରଣ ବିଲ୍‌’ ବା ‘ପରିସିମନ ବିଲ୍’ ପ୍ରସଙ୍ଗ ଉପରେ ମୋଦି ସରକାରଙ୍କ କ୍ଷମତା ଆହୁରି ବଢିଯାଇଛି। ଏନ୍‌ଡିଏକୁ ପୁରା ଆଶା ରହିଛି ଯେ, ଆଗାମୀ ମୌସୁମୀ ଅଧିବେଶନରେ ସରକାରଙ୍କ ପାଖରେ ସଂସଦର ମ୍ୟାଜିକ୍ ନମ୍ବର ରହିବ। ଏହାଦ୍ବାରା ‘ପୁନଃ ସୀମା ନିର୍ଦ୍ଧାରଣ ବିଲ୍‌’ ପାଇଁ ଦୁଇ ଗୃହରେ ଆବଶ୍ୟକ  ଦୁଇ ତୃତୀୟାଂଶ ବହୁମତ ଏକାଠି କରିହେବ।

ଯଦି ବଜେଟ୍ ଅଧିବେଶନ୍ ବେଳେ ‘ପୁନଃ ସୀମା ନିର୍ଦ୍ଧାରଣ ବିଲ୍‌’ ସମୟରେ ସରକାରଙ୍କ ସ୍ଥିତିର ତୁଳନା, ବର୍ତ୍ତମାନର ରାଜନୈତିକ ଘଟଣାକ୍ରମ ସହ କରିବା ତେବେ ନିଶ୍ଚିତ ଭାବ​‌ରେ ସଂସଦରେ ଏହା ଖୁବ୍ ମଜବୁତ ହୋଇଥାନ୍ତା। କିନ୍ତୁ ଏହା ମଧ୍ୟ ସେତିକି ସତ, ଯେତିକି ଏବେ ମୋଦି ସରକାରଙ୍କ ପାଖରେ ଏହି ବିଲ୍‌କୁ ପାସ୍ କରିବା ଯୋଗ୍ୟ ଜରୁରୀ ବହୁମତ ନାହିଁ। ଆସନ୍ତୁ ବୁଝି ମୋଦି ସରକାର ଏବେ ଲୋକସଭା ଓ ରାଜ୍ୟସଭାରେ ଦୁଇ ତୃତୀୟାଶଂ ବହୁମତଠାରୁ କେତେ ଦୂରରେ ରହିଛନ୍ତି ?

‘ପୁନଃ ସୀମା ନିର୍ଦ୍ଧାରଣ ବିଲ୍‌’ ପାସ୍ କରିବାରେ କିଭଳି ଫେଲ୍ ମାରିଲେ ସରକାର ?

-ଏପ୍ରିଲରେ ମହିଳାଙ୍କ ପାଇଁ ସଂସଦରେ ଆସନ ସଂରକ୍ଷଣ କରିବା ଉଦେଶ୍ୟରେ ଆସିଥିବା ସୀମା ନିର୍ଦ୍ଧାରଣ ବିଲ୍‌ ସମ୍ପର୍କିତ ସମ୍ବିଧାନ ସଂଶୋଧନ(୧୩୧ ତମ) ବିଲ୍ ଲୋକସଭାରେ ୫୪ ଭୋଟ୍‌ରେ ପାସ୍ ହୋଇପାରିଲାନି।

-ସେଭଳି ୫୪୩ ଆସନ ବିଶିଷ୍ଠ ଲୋକସଭାରେ ଦୁଇ ତୃତୀୟାଶଂ ବହୁମତର ସଂଖ୍ୟା ୩୬୨ ରହିଛି।

-କିନ୍ତୁ ତିନୋଟି୍ ସିଟ୍ ଖାଲି ରହିଛି ଓ ଏହାଦ୍ବାରା ସେ ସଂଖ୍ୟା ୩୬୦ ରେ ରହିଛି।

-୧୭ ଏପ୍ରିଲ ୨୦୨୬ ରେ ଭୋଟିଂରେ ୧୨ ସଦସ୍ୟ ଲୋକସଭାରେ ଅନୁପସ୍ଥିତ ଥିଲେ।

-ମାତ୍ର ୫୨୮ ସଦସ୍ୟ ଉପସ୍ଥିତ ଥିଲେ ଓ ମତାଦାନ କରିଥିଲେ।

-ଏଭଳି ଭାବରେ ମତଦାନରେ ଯୋଗ ଦେଇଥିବା ସଦସ୍ୟଙ୍କ ସଂଖ୍ୟା ଆଧାରରେ ଦୁଇ ତୃତୀୟାଶଂ ବହୁମତ ହ୍ରାସ ପାଇ ମାତ୍ର ୩୫୨ ସଦସ୍ୟ ରହିଯାଇଛି।

-ଅର୍ଥାତ ବିଲ୍ ଉପରେ ଯେଉଁ ୫୨୮ ସାଂସଦ ଭୋଟ ଦେଇଥିଲେ, ତା ଭିତରୁ ସପକ୍ଷରେ ୨୯୮ ଓ ବିପକ୍ଷରେ ୨୩୦ ଖଣ୍ଡ ଭୋଟ୍ ପଡିଥିଲା।

ଟିଏମ୍‌ସି, ଶିବସେନା(ୟୁବିଟି)ର ୨୬ ସାଂସଦ

ଯଦି ଆମେ ଉପରୋକ୍ତ ସଂଖ୍ୟାଗୁଡ଼ିକୁ ସେହି  ସ୍ଥିତି ଉପରେ ବିଚାର କରିବା ଯେଉଁଠାରେ ୧୨ ଜଣ ସାଂସଦ ଭୋଟଦାନରୁ ବିରତ ରହିଥିଲେ, ତେବେ ଏନ୍‌ଡିଏ ସରକାର ୨୬ ଜଣ ଅତିରିକ୍ତ ସାଂସଦଙ୍କ ସମର୍ଥନ ପାଇଛନ୍ତି, ଯେଉଁଥିରେ ଟିଏମ୍‌ସିର ୨୦ ଜଣ ଏବଂ ଶିବସେନା (UBT) ର ୬ ଜଣ ସାମିଲ ଅଛନ୍ତି। ତଥାପି, ୫୪ ଭୋଟ ପାଇଁ କ୍ଷତିପୂରଣ ପାଇଁ ଏବେ ବି ୨୮ ସାଂସଦ କମ୍ ପଡୁଛନ୍ତି।  

​​​​​​​

ମ୍ୟାଜିକ୍ ନମ୍ବରଠାରୁ ଏବେ ୬ ସାଂସଦ ଦୂରରେ ?

ଏବେ ମୋଦି ସରକାରଙ୍କ ପାଇଁ ଆଗାମୀ ସମ୍ବାବନା ତାମିଲନାଡୁର ଏମକେ ଷ୍ଟାଲିନ୍‌ଙ୍କ ଡିଏମ୍‌କେ ରହିଛି। ଯିଏକି ବିରୋଧିଙ୍କ ଇଣ୍ଡି ମେଣ୍ଟଠାରୁ ବାହାରୁ ସାରିଛି। ଏନ୍‌ଡିଏ ଗୋଷ୍ଠୀର ନେତାଙ୍କଠାରୁ ସଙ୍କେତ ମିଳୁଛି ଯେ, ଡିଏମ୍‌କେ ସହିତ ମଧ୍ୟ ଆଲୋଚନା ଚାଲିଛି। ଯଦି କଂଗ୍ରେସରୁ ତାଜା ବିବାଦ ଓ ୫୦% ଆସନ ବୃଦ୍ଧି ନାମରେ ବିଲ୍‌କୁ ସମର୍ଥନ ମିଳେ ତେବେ ୨୨ ସାଂସଦଙ୍କ ସମର୍ଥନ ଦ୍ବାରା ଦୁଇ ତୃତୀୟାଶଂ ବହୁମତ  ହ୍ରାସ ପାଇ ୬ ସାଂସଦଙ୍କ ପର୍ଯ୍ୟନ୍ତ ଆସିପାରେ।​​​​​​​

ଆହୁରି କିଛି ଛୋଟ ଦଳ ଉପରେ ବିରୋଧୀଙ୍କ ନଜର

ମିଡିଆ ରିପୋର୍ଟ ଅନୁସାରେ, ବିଜେପି ଓ ଏନ୍‌ଡିଏ ନେତାଙ୍କଠାରୁ ସଙ୍କେତ ମିଳିଛି ଯେ, ଏବେ ଇଣ୍ଡିଆ ବ୍ଲକ୍‌ ପାର୍ଟିର କୋଟା ପୁରା ହୋଇନି। ବିରୋଧି ମେଣ୍ଟରେ କିଛି ଏଭଳି ପାର୍ଟି ରହିଛି, ଯେଉଁମାନେ ଆଲାୟନ୍ସର ବଡ ସହଯୋଗୀଙ୍କ ବାଟକୁ ଗ୍ରହଣ କରିପାରନ୍ତି। ତାଙ୍କ ଭିତରେ ମହାରାଷ୍ଟ୍ରର ଗୋଟିଏ ପାର୍ଟି ମଧ୍ୟ ରହିଛି।

ରାଜ୍ୟସଭାରେ ଦୁଇ ତୃତୀୟାଶଂ ବହୁମତଠାରୁ ୪ ସାଂସଦ ଦୂର ?

ଏଡିଏର ରାଜ୍ୟସଭାରେ ମଧ୍ୟ ଦୁଇ ତୃତୀୟାଶଂ ବହୁମତ ଏକାଠି କରିବାକୁ ଲଗାତାର ଚେଷ୍ଟା କରୁଛି। ଉଚ୍ଚ କକ୍ଷରେ ଏବେ ୨୪୫ ସାଂସଦ ରହିଛନ୍ତି। ଏଭଳି ଭାବରେ ଦୁଇ ତୃତୀୟାଶଂ ବହୁମତ ପାଇଁ ୧୬୪ ସାଂସଦଙ୍କ ସମର୍ଥନ ସରକାର। ଏଥିରେ ଟିଏମ୍‌ସିର ୩ ସାଂସଦ ପୂର୍ବରୁ ଇସ୍ତଫା ଦେଇସାରିଛନ୍ତି। ଏଭଳି ଭାବରେ ଦୁଇ ତୃତୀୟାଶଂ ବହୁମତ ପାଇଁ ଜରୁରୀ ସଂଖ୍ୟାକୁ ହ୍ରାସ ପାଇ ୧୬୨ ରହିଯାଇଛି। ଏବେ ଏନ୍‌ଡିଏ ପାଖରେ ୧୫୦ ସାଂସଦ ଅଛନ୍ତି। ଯଦି ସରକାର ଏଠାରେ ଡିଏମ୍‌କେ (୮ ସାଂସଦ)ଙ୍କ ସମର୍ଥନ ନେବାରେ ସଫଳ ରୁହେ ତେବେ ଏହାର ସଂଖ୍ୟା ବଢି ୧୫୮ ରେ ପହଁଞ୍ଚିପାରେ। ଅର୍ଥାତ ରାଜ୍ୟସଭାରୁ ଦୁଇ-ତୃତୀୟାଂଶ ସଂଖ୍ୟାରୁ ଏବେ କେବଳ ୪ଟି ସିଟ୍ କମ୍ ରହିଛି।

ଆହୁରି ପଢନ୍ତୁ : Shiv Sena-UBT Crisis : ଉଦ୍ଧବଙ୍କ ଦଳ ବିଭାଜନ ସୁନିଶ୍ଚିତ,ବୈଠକରେ ପହଂଚିଲେ ମାତ୍ର ୩ ସାଂସଦ