ଭୁବନେଶ୍ବର, ୭/୮ : ରାଜଧାନୀରେ ଡେଲିଭରି ବୟର ଉନ୍ମତକାଣ୍ଡ । ଖାଦ୍ୟ ଡେଲିଭରି ଦେବା ସମୟରେ କଟୁରୀରେ ମହିଳାଙ୍କୁ ହାଣି ହତ୍ୟା ଉଦ୍ୟମ । ଡେଲିଭରି ସମୟରେ ହଠାତ୍ ମହିଳାଙ୍କ ସହ ବଚସା ହୋଇଥିଲା । ପରେ ସେ ରାଗିଯାଇ ମହିଳାଙ୍କୁ ୩ଚୋଟ ପକାଇଥିଲେ ।
ଗୁରୁତର ଅବସ୍ଥାରେ ମହିଳାଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତ ମହିଳା ବିନୋଦିନୀ ରଥ ବୋଲି ଜଣାପଡ଼ିଛି । ଘଟଣାସ୍ଥଳରେ କମିସନରେଟ ପୋଲିସର ଛାନଭିନ ।