ପ୍ରମୂଖ ଖବର
  • ଛାତ୍ର କଂଗ୍ରେସ ସଭାପତି ପଦରୁ ଉଦିତ୍ ପ୍ରଧାନ ନିଲମ୍ବିତ, ଉଦିତ୍ ପ୍ରଧାନଙ୍କୁ ନିଲମ୍ବିତ କଲେ NSUI ସଭାପତି
  • ||
  • ମୌସୁମୀ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, କହିଲେ ଏହି ଅଧିବେଶନ ବିଜୟର ଉତ୍ସବ
  • ||
  • ବାଲେଶ୍ୱର :ନବମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ; ପ୍ରଧାନ ଶିକ୍ଷକ ଏବଂ ଗଣିତ ସାର୍ ଅଟକ
  • ||
  • ପୁରୀ : କୂଅରେ ପଡ଼ି ଚାଲିଗଲା ପାଳିଆ ସେବାୟତଙ୍କ ଜୀବନ, ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ
  • ||
  • ଗୁଜରାଟରେ ଭୂକମ୍ପ ଝଟ୍‌କା, ଥରିଲା ଆଲାସ୍କା-ତାଜାକିସ୍ତାନ, ୬.୨ ତୀବ୍ରତା ରେକର୍ଡ
  • ||
  • ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ବଡ଼ ମହାସ୍ନାନ, ସାଧାରଣ ଦର୍ଶନ ବନ୍ଦ
  • ||
  • ଖାଦ୍ୟ ପାଇଁ ଅପେକ୍ଷା କରିଥିଲେ, ଇସ୍ରାଏଲ ସେନା ଚଲାଇଲା ଗୁଳି ୬୭ ପାଲେଷ୍ଟୀନିୟଙ୍କ ମୃତ୍ୟୁ
  • ||
  • କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ
  • ||
  • ମୌସୁମୀ ଅଧିବେଶନ ୨୦୨୫: ଆଜିଠୁ ୩ଟି ପ୍ରମୁଖ ପ୍ରସଙ୍ଗ ନେଇ କମ୍ପିବ ଗୃହ, ସରକାରଙ୍କୁ ଘେରିବେ ବିରୋଧୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ:୨୩ରୁ ବଢ଼ିବ ବର୍ଷା, ୨୪ରେ ଲଘୁଚାପ, ଆଜିଠୁ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||
  • ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଉଡ଼ାଣ ବେଳେ ଜଳିଲା ବିମାନ ଇଞ୍ଜିନ୍‌, ଲସ୍‌ ଏଞ୍ଜଲସ୍‌ ଫେରିଆସିଲା ଡେଲଟା ବିମାନ

Published By : Ankita S | July 21, 2025 8:04 AM

ନୂଆଦିଲ୍ଲୀ,୨୦/୦୭: ବିମାନ ଇଞ୍ଜିନରେ ଲାଗିଲା ନିଆଁ । ଉଡାଣ ଭରିବାର କିଛି ସମୟ ପରେ ବିମାନରେ ଲାଗିଗଲା ନିଆଁ। ଡେଲଟା ଏୟାରଲାଇନ୍ସର ବୋଇଂ ୭୬୭ ବିମାନର ଇଞ୍ଜିନ ମଝି ଆକାଶରେ ନିଆଁ ଲାଗିବା ପରେ ଲସ୍ ଏଞ୍ଜେଲସ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀ ଅବତରଣ କରିଛି । ଫ୍ଲାଇଟ୍‌ଟି ଲସ୍ ଏଞ୍ଜେଲସ୍‌ରୁ ଆଟଲାଣ୍ଟା ଅଭିମୁଖେ ଯାଉଥିଲା। ବିମାନରେ ପ୍ରାୟ ୩୦୦ ଯାତ୍ରୀ ଥିଲେ ।

ବୋଇଂ ୭୬୭-୪୦୦ ର ଫ୍ଲାଇଟ୍ ଡିଏଲ୍‌୪୪୬, ଲସ୍ ଏଞ୍ଜେଲସ୍‌ରୁ ଆଟଲାଣ୍ଟା ଅଭିମୁଖେ ଯାଉଥିଲା। ଉଡ଼ାଣ ଭରିବାର କିଛି ସମୟ ପରେ ମଝି ଆକାଶରେ ଏହାର ବାମ ଇଞ୍ଜିନରେ ନିଆଁ ଲାଗିଥିବା କ୍ରୁ ମେମ୍ବର୍ସମାନେ ଜାଣି ପାରିଥିଲେ। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ବିମାନର ବାମ ଇଞ୍ଜିନରୁ ନିଆଁ ବାହାରୁଥିବା ଦୃଶ୍ୟ ଦେଖାଯାଇଛି। ପାଇଲଟମାନେ ତୁରନ୍ତ ଜରୁରୀ ପରିସ୍ଥିତି ଘୋଷଣା କରି ବିମାନବନ୍ଦରକୁ ୟୁ-ଟର୍ଣ୍ଣ ନେବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଏୟାର ଟ୍ରାଫିକ୍ କଣ୍ଟ୍ରୋଲକୁ ଯୋଗାଯୋଗ କରାଯାଇଥିଲା। 

ବିମାନଟି ପ୍ରଶାନ୍ତ ମହାସାଗର ଉପରେ ଉଠିବା ପରେ ଡାଉନୀ ଓ ପାରାମାଉଣ୍ଟ ଅଞ୍ଚଳ ଉପରେ ବୁଲି ନିରାପଦରେ ଲସ୍ ଏଞ୍ଜେଲସ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଥିଲା । ଅବତରଣ ପରେ ଅଗ୍ନିଶମ ଦଳ ନିଆଁକୁ ଆୟତ୍ତ କରିଥିଲେ ଏବଂ କୌଣସି ଆହତ ହେବାର ଖବର ମିଳିନାହିଁ। ଡେଲଟା ଏୟାରଲାଇନ୍ସର ଜଣେ ମୁଖପାତ୍ର କହିଛନ୍ତି, "ଫ୍ଲାଇଟ୍ ଡିଏଲ୍‌୪୪୬ ବାମ ଇଞ୍ଜିନରେ ସମସ୍ୟାର ସୂଚନା ପାଇବା ପରେ ସତର୍କତାର ସହ ଜରୁରୀ ଅବତରଣ କରାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.