ପ୍ରମୂଖ ଖବର
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଇସ୍ରାଏଲରେ ବଢ଼ୁଛି କୁକୁର ଚାହିଦା, କୋଟିଏ ଟଙ୍କା ଖର୍ଚ୍ଚ କରି କିଣୁଛନ୍ତି ପ୍ରୋଟେକ୍ସନ ଡଗ୍‌

Published By : Krishna Priya | March 24, 2025 12:44 PM

ନୂଆଦିଲ୍ଲୀ ୨୪/୦୩: ଯେ କୌଣସି ବିପଦର ମୁକାବିଲା କରିବାକୁ ଇସ୍ରାଏଲ ନିଜ ନାଗରିକଙ୍କୁ ସାମରିକ ତାଲିମ ଦେଇଥାଏ । ୨୦୨୩ ଅକ୍ଟୋବର ୭ରେ ହମାସ୍‌ ଆତଙ୍କବାଦୀ ଇସ୍ରାଏଲରେ ପଶି ଆକ୍ରମଣ କରିବା ପରଠାରୁ ଇସ୍ରାଏଲ ଆହୁରି ସତର୍କ ହୋଇ ଏହାର ନାଗରିକଙ୍କୁ ଅତ୍ୟାଧୁନିକ ସୁରକ୍ଷା କୌଶଳ ଶିଖାଉଛି । ଏବେ ଇହୁଦୀଙ୍କ ସୁରକ୍ଷା ପାଇଁ ଇସ୍ରାଏଲରେ ବେଶ୍‌ ଡିମାଣ୍ଡରେ ଅଛି କେ୯ ସିକ୍ୟୁରିଟି ଡଗ୍‌ ପ୍ରୋଟେକ୍ସନ ।

ରିପୋର୍ଟ ଅନୁସାରେ, ପୂରା ଇସ୍ରାଏଲ୍‌ରେ ଟ୍ରେନ୍‌ଡ ଆସଲ୍ଟ ଡଗ୍‌ ବା ତାଲିମପ୍ରାପ୍ତ ଆକ୍ରମଣାତ୍ମକ କୁକୁରର ଚାହିଦା ବହୁମାତ୍ରାରେ ବଢ଼ିଛି । ଇହୁଦୀ ସମୁଦାୟ ଆତଙ୍କୀଙ୍କ ଆକ୍ରମଣରୁ ବର୍ତ୍ତିବା ପାଇଁ କେ୯ କୁକୁର ପଛରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । ଇସ୍ରାଏଲ ସେନା ପାଖରେ ଥିବା ଓକେଇଟିଜେଡ୍‌ (କେ୯) ୟୁନିଟ୍‌ ଅନେକ ବିସ୍ଫୋରକକୁ ଖୋଜି ହଜାର ହଜାର ଜୀବନ ବଞ୍ଚାଇଛି । ଅଦ୍ୟାବଧି ଆତଙ୍କବାଦ ବିରୋଧୀ ମିଶନରେ ୨୪ କେ୯ କୁକୁରଙ୍କ ଜୀବନ ଗଲାଣି । 

ଇସ୍ରାଏଲୀ ମିଡିଆ ରିପୋର୍ଟ ଅନୁସାରେ, ପୂର୍ବରୁ ପ୍ରୋଟେକ୍ସନ ଡଗ୍‌ ପ୍ରାୟ ୩୦ ହଜାର ଡଲାରରେ ବିକ୍ରି ହେଉଥିଲା । କିନ୍ତୁ ହମାସ୍‌ ଆକ୍ରମଣ ପରେ ଏହାର ଚାହିଦା ଆକାଶଛୁଆଁ ହୋଇଛି । ଏବେ ଏହି କୁକୁରକୁ ଲୋକେ ୭୫ ହଜାର ଡଲାର(ପ୍ରାୟ ୬୫ ଲକ୍ଷ)ରୁ ୧ ଲକ୍ଷ ୨୫ ହଜାର ଡଲାର (ପ୍ରାୟ ୧ କୋଟି ୭୫ ହଜାର)ରେ ମଧ୍ୟ କିଣୁଛନ୍ତି । ବିଶେଷକରି ଇସ୍ରାଏଲ ନାଗରିକ କେ୯ କୁକୁର କ୍ରୟ କରୁଛନ୍ତି । ପୂର୍ବରୁ ଏହି କମ୍ପାନୀ ବର୍ଷକୁ ମାତ୍ର ୫ରୁ ୧୦ କୁକୁର ବିକ୍ରି କରିପାରୁଥିଲା । ହେଲେ ଚଳିତବର୍ଷ କମ୍ପାନୀର ୨୦ରୁ ଅଧିକ କୁକୁର ବିକ୍ରି ପାଇଁ ଅର୍ଡର ପାଇଛି । ଏବେ କମ୍ପାନୀ ୪୫ କୁକୁରକୁ ତାଲିମ ଦେଉଛି । ପ୍ରାୟ ୧୮ ମାସ ଧରି ଏହି କୁକୁରଙ୍କୁ ଟ୍ରେନିଂ ଦିଆଯାଏ । ପରେ ତାହାକୁ ନୂଆ ମାଲିକ ପାଖକୁ ପଠାଯାଏ । ଇସ୍ରାଏଲ ପ୍ରୋଟେକ୍ସନ କେ୯ ନାମକ ଏକ ଆମେରିକୀୟଇସ୍ରାଏଲୀ କମ୍ପାନୀ ଏହିଭଳି ମିଲିଟାରୀ ତାଲିମପ୍ରାପ୍ତ କୁକୁର ବିକ୍ରି କରୁଛି । 

ସୂଚନା ଅନୁସାରେ, ୨୦୨୧ରେ ଏହି କମ୍ପାନୀ ସ୍ଥାପନ କରାଯାଇଥିଲା । ପୂରା ଦୁନିଆରେ ଯେ କେହି ବି କମ୍ପାନୀର ୱେବସାଇଟ୍‌ ଜରିଆରେ ଅନ୍‌ଲାଇନରେ ଏହି କୁକୁର କିଣିପାରିବେ । ବର୍ତ୍ତମାନର ବୈଶ୍ୱିକ ସ୍ଥିତି ଏବଂ ଚ୍ୟାଲେଞ୍ଜକୁ ଦୃଷ୍ଟିରେ ରଖି କେ୯ କୁକୁରଙ୍କୁ ତାଲିମ ଦିଆଯାଇଥାଏ । ୱେବସାଇଟରେ ପ୍ରତ୍ୟେକ କୁକୁରର ନାମ, ପ୍ରଜାତି ଏବଂ ମୂଲ୍ୟ ଲେଖାଯାଇଛି । ବିଭିନ୍ନ ଦେଶର ସେନାରେ କେ୯ କୁକୁର ଅଛନ୍ତି । ଏହି କୁକୁର ଆଘ୍ରାଣ ମାଧ୍ୟମରେ ବିସ୍ଫୋରକର ସନ୍ଧାନ କରିବାରେ ମାହିର । ଏଥିସହ ଆସଲ୍ଟ ଡଗ୍‌ ବା ଆକ୍ରମଣାତ୍ମକ କୁକୁରକୁ ଆତଙ୍କବାଦୀଙ୍କ ସହ ଲଢ଼ିବା ପାଇଁ ତାଲିମ ଦିଆଯାଇଥାଏ । ଏହା କବଳରୁ ମୁକୁଳିବା କାଠିକର ପାଠ । ଏଥିସହ ଛୋଟ ପିଲାଙ୍କ ସହ ଖାପ ଖୁଆଇ ରହିବା ଏବଂ ସେମାନଙ୍କୁ ମଧ୍ୟ ସୁରକ୍ଷା ଦେବା ଲାଗି ଏହି କୁକୁରକୁ ତାଲିମ ଦିଆଯାଇଥାଏ ।

 

 

 

 

 

 

 

 

 

 

 

 

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.