ନବରଙ୍ଗପୁର,୩୦/୫ : ଅବିଭକ୍ତ କୋରାପୁଟକୁ ନୂତନ ରାଜ୍ୟ ଗଠନ କରିବାକୁ ଦାବି କରି କେନ୍ଦ୍ରୀୟ କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ଦାବି କରାଯାଇଛି । ସ୍ଥାନୀୟ ଅମଲା ଭବନଠାରେ ଲଳିତମୋହନ ନାୟକଙ୍କ ଆବାହକତ୍ୱରେ ଆୟୋଜିତ ବୈଠକରେ ଅବିଭକ୍ତକୋରାପୁଟ, ରାୟଗଡ଼ା, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରେ ଓଡ଼ିଶାର ପଛୁଆ ଜିଲ୍ଲା ତାଲିକାରେ ରହିଛନ୍ତି। ଏହି ମାଟିରେ ଅନେକ ସ୍ବାଧୀନତା ସଂଗ୍ରାମୀ ଇଂରେଜ ଶାସନକୁ ମୁକୁଳିବାକୁ ବଳିଦାନ ଦେଇଛନ୍ତି। କିନ୍ତୁ ବିଡ଼ମ୍ବନା ଓଡ଼ିଶା ରାଜ୍ୟ ଗଠନକୁ ୮୯ବର୍ଷ ଓ ଭାରତ ସ୍ବାଧୀନତାକୁ ୭୮ବର୍ଷ ବିତିଯାଇଛି । କିନ୍ତୁ ଏହି ୪ଟି ଜିଲ୍ଲା ସବୁ କ୍ଷେତ୍ରରେ ଅବହେଳିତ ହୋଇ ରହିଛି।
ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ଜଳସେଚନ, କଳ କାରଖାନା, ନିଯୁକ୍ତି, ଭାଷା ସଂସ୍କୃତିର ବିକାଶ ପାଇଁ ବାରମ୍ବାର ଦାବି କରିବା ପରେ ମଧ୍ୟ ଚିତ୍ର ବଦଳି ପାରୁନାହିଁ । ଏଭଳି କି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନବରଙ୍ଗପୁରର ମଣ୍ଡେଇ ମହୋତ୍ସବ ଓ କୋରାପୁଟର ପରବ ଓ ମାଲକାନଗିରି ଜିଲ୍ଲାର ମାଲ୍ୟବନ୍ତ ଉତ୍ସବରେ ଯୋଗଦେଇ ଜିଲ୍ଲା ଭିଭିକ ନିଯୁକ୍ତି ପାଇଁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଦୀର୍ଘ ୬ ମାସ ବିତିଯାଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ପାଳନ କରିନାହାଁନ୍ତି। ଏଭଳି ଅନ୍ୟାନ୍ୟ କ୍ଷେତ୍ରର ବିକାଶ ହୋଇପାରୁନି। ତେଣୁ ଧର୍ଯ୍ୟ ସୀମା ଟପି ଯାଇଛି। ଓଡିଶା ସରକାରଙ୍କ ଚରମ ଅବହେଳା ଶୀକାର ହୋଇ ଆସୁଛି ଅବିଭକ୍ତ କୋରାପୁଟ ଜିଲ୍ଲା । ତେଣୁ ଓଡିଶାଠାରୁ ଓଲଗା ହେଲେ ଏହି ମାଟିର ଗୌରବ ଓ ଆଗାମୀ ଭବିଷ୍ୟତ ଉଜ୍ଜଳ ହେବ ।
ଆଗାମୀ ଦିନରେ ଅବିଭକ୍ତ କୋରାପୁଟକୁ ନୂତନ ରାଜ୍ୟ ଗଠନ କରିବା ପାଇଁ ସଂଗଠନକୁ ସୁଦୃଢ ନୂଆ ରାଜ୍ୟ ପାଇଁ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଆଗାମୀ ଦିନରେ ୪ଟି ଜିଲ୍ଲାରେ ବ୍ଲକସ୍ତରୀୟ କମିଟି ଗଠନ କରିବାକୁ ନିଷ୍ପତ୍ତି ହୋଇଛି । ଏହି ବୈଠକର ଆୟୋଜକ ଭଗବାନ ବୈରାଗୀ, ପୂର୍ବତନ ମନ୍ତ୍ରୀ ଡମ୍ବରୁମାଝୀ, ଶିକ୍ଷାବିଭି ରାଧାନାଥ ବେହେରା, ଜେମାମଣି ବିଷୋୟୀ, ଚନ୍ଦ୍ରଧ୍ଵଜମାଝୀ, ଜଗନ୍ନାଥ ପାଙ୍ଗୀ, ଏଚ.ଡି ସୁଧର ପାତ. ରମେଶ ପଟ୍ଟନାୟକ, ଦିବାକରପୂଜାରୀ, ସନାତନ ଦାସ, ମନସ୍ମିନୀ ଟାକ୍ରୀ, ପ୍ରଦୀପ୍ତ ଟାକ୍ରୀ, ପ୍ରବୀରପାତ୍ର, ଶଶିର ପରିଚ୍ଛା, ଜାକବ୍ ଗଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ ।