ପ୍ରମୂଖ ଖବର
  • ଶିଳ୍ପ ବିକାଶ ନେଇ ରାଜ୍ୟ ସରକାରଙ୍କ ବୈଠକ, ଶିଳ୍ପପତି ଓ ଉଦ୍ୟୋଗୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା
  • ||
  • ୧୭ ବର୍ଷ, ଅନେକ ଚ୍ୟାଲେଞ୍ଜ ଆଉ ଐତିହାସିକ ଚେନାବ ବ୍ରିଜ... ଜାଣନ୍ତୁ କିଏ ମାଧବୀ ଲତା ? ତୁଲାଇଥିଲେ ବଡ଼ ଭୂମିକା
  • ||
  • ଅନୁଗୁଳ : ବିଦ୍ୟୁତ୍ ଆଘାତରେ ଶିଶୁପୁତ୍ର ଗୁରୁତର, ମେଡିକାଲରେ ଭର୍ତ୍ତି
  • ||
  • ଅନୁଗୁଳ : କାରଖାନାରେ ଅଘଟଣ, ୧୫ ଫୁଟ ଉଚ୍ଚରୁ ପଡ଼ି ଶ୍ରମିକ ମୃତ
  • ||
  • ଢେଙ୍କାନାଳ : ବଗିଚା ଜଗିବାକୁ ଯିବାବେଳେ କଚାଡି ଦେଲା ହାତୀ, ବୃଦ୍ଧ ଗୁରୁତର
  • ||
  • ରାଜଧାନୀ‌ରେ ଚାଞ୍ଚଲ୍ୟ: ନାବାଳିକାକୁ ସେବାୟତଙ୍କ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ
  • ||
  • ଏଲନ ମସ୍କଙ୍କୁ ଭୟଙ୍କର ପରିଣାମ ଭୋଗିବାକୁ ପଡିବ...ଡୋନାଲ୍ଡ ଟ୍ରମ୍ପଙ୍କ ଚେତାବନୀ
  • ||
  • ଅଶାନ୍ତ ମଣିପୁର; ୫ ଦିନ ୫ ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ
  • ||
  • ଭଦ୍ରକ : ଓଲଟିଲା ବାଲି ବୋଝେଇ ଟ୍ରକ୍‌, ଅଳ୍ପକେ ବର୍ତ୍ତିଲେ ପରିବାରଲୋକେ
  • ||
  • କୋଲମ୍ବିଆରେ ରାଷ୍ଟ୍ରପତି ପ୍ରାର୍ଥୀ ମିଗୁଏଲଙ୍କୁ ଗୁଳିମାଡ଼, ସଙ୍କଟାପନ୍ନ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ତତଲା କଢ଼େଇରେ ସିଝୁଛି ଓଡ଼ିଶା: ୩ ଦିନରେ ୨ରୁ ୩ ଡିଗ୍ରୀ ବଢ଼ିବ ତାତି, ସୋମବାର ୪୪ ଡିଗ୍ରୀ ଛୁଇଁପାରେ ପାରଦ
  • ||

ଭାୟା କେସିଙ୍ଗା ଦେଇ ଭବାନୀପାଟଣା-ବ୍ରହ୍ମପୁର ପର୍ଯ୍ୟନ୍ତ ସରକାରୀ ବସ୍ ଚଳାଚଳ ପାଇଁ ଦାବି

Published By : Harapriya Sethi | June 8, 2025 8:38 AM

କେସିଙ୍ଗା,୦୮/୦୬: ଭବାନୀପାଟଣାଠାରୁ ବ୍ରହ୍ମପୁର  ପର୍ଯ୍ୟନ୍ତ କେତେକ ସରକାରୀ ଓ ବେସରକାରୀ ଯାତ୍ରୀବାହୀ ବସ୍‌ ଭାୟା ନର୍ଲା ଓ ମ.ରାମପୁର ରାସ୍ତା ଦେଇ ଚଳାଚଳ  କରୁଛି । ହେଲେ ଭାୟା ପାଷ୍ଟିକୁଡ଼ି, ଉତ୍କେଲା, କେସିଙ୍ଗା,  ଅମାଠ ଛକ, ତୁଣ୍ଡଲା, ପଲମ, ଯୋରାଡବ୍ରା ରାସ୍ତାଦେଇ  ଭବାନୀପାଟଣା-ବ୍ରହ୍ମପୁର ପର୍ଯ୍ୟନ୍ତ କୌଣସି ଯାତ୍ରୀବାହୀ  ବସ୍‌ ନଥିବା ଯୋଗୁଁ ଅଞ୍ଚଳବାସୀ ସିଧାସଳଖ ବ୍ରହ୍ମପୁର ଯିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କେସିଙ୍ଗା  ଅଞ୍ଚଳବାସୀଙ୍କ ପାଇଁ ବ୍ରହ୍ମପୁରକୁ ଯିବାକୁ ହେଲେ  ୩୫କିଲୋମିଟର ଭବାନୀପାଟଣା ସହରକୁ ଯିବାକୁ  ପଡ଼ିଥାଏ । ତେଣୁ ପାଷ୍ଟିକୁଡି, ଉତ୍କେଲା, କେସିଙ୍ଗା,  ଅମାଠ ଛକ, ତୁଣ୍ଡଲା, ପଲମ ଛକ, ଯୋରାଡବରା ଛକ  ଓ ମ.ରାମପୁର ରାସ୍ତାଦେଇ ଭବାନୀପାଟଣା-ବ୍ରହ୍ମପୁର  ପର୍ଯ୍ୟନ୍ତ ଏକ ସରକାରୀ ବସ୍‌ ଚଳାଚଳ କରିବା ପାଇଁ  ଦୀର୍ଘଦିନ ହେଲା ଦାବି ହୋଇଆସୁଛି । 

ପ୍ରକାଶ ଯେ,  ଭବାନୀପାଟଣାରୁ ବ୍ରହ୍ମପୁରକୁ ପ୍ରାୟ ପ୍ରତିଦିନ ରାଜ୍ୟ  ସଡ଼କ ପରିବହନ ନିଗମର ଏକ ସରକାରୀ ହାଇଟେକ୍‌  ବସ ନର୍ଲା ଓ ମ.ରାମପୁର ରାସ୍ତାଦେଇ ଦୀର୍ଘବର୍ଷ ହେଲା  ଚଳାଚଳ କରୁଛି । ଏହି ସରକାରୀ ବସ୍‌ ସହ ଆହୁରି  ଚାରିଟି ଘରୋଇ ବସ ମଧ୍ୟ ଏହି ରାସ୍ତାରେ ଯାତାୟାତ  କରୁଛି । ଏହି ହାଇଟେକ୍‌ ସରକାରୀ ବସ୍‌କୁ ଭବାନୀପାଟଣା  ଭାୟା କେସିଙ୍ଗା, ଅମାଠ ଛକ, ପଲମ ଛକ, ମ.ରାମପୁର  ଦେଇ ଚଳାଇବାକୁ କଳାହାଣ୍ଡି ତାଲୁକା ବାଣାୟତ ଓଡ଼ିଆ  ସମାଜ ଦାବି କରିଛି । ଏନେଇ ସମାଜ ପକ୍ଷରୁ ବାଣିଜ୍ୟ  ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିକଟରେ  ଦାବି ଉପସ୍ଥାପନ କରାଯାଇଛି । କଳାହାଣ୍ଡିରୁ ଅନେକ  ଯାତ୍ରୀ ବିଭିନ୍ନ କାର୍ଯ୍ୟରେ ଓ ଛାତ୍ରଛାତ୍ରୀ ପଢିବା ପାଇଁ  ବ୍ରହ୍ମପୁରକୁ ଯାଇଥାନ୍ତି । ସରକାରୀ ଓ ବେସରକାରୀ ବସ  ଗୋଟିଏ ମାର୍ଗରେ ଯାଉଥିବାରୁ ଅନ୍ୟମାନେ ଏହାର ସୁବିଧା  ପାଇପାରୁନାହାନ୍ତି । ସରକାରୀ ବସଟି ଭବାନୀପାଟଣାରୁ  ବାହାରି ଭାୟା କେସିଙ୍ଗା, ଅମାଠ ଛକ,ପଲମ୍‌ ଛକ,  ମ.ରାମପୁର ଦେଇ ବ୍ରହ୍ମପୁରକୁ ଚଳାଚଳ କଲେ  ଭବାନୀପାଟଣା ସମେତ କେସିଙ୍ଗା, କର୍ଲାମୁଣ୍ଡା, ନର୍ଲା, ମ.  ରାମପୁର ଓ ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ ବ୍ଲକ ଅଞ୍ଚଳର  ଲୋକେ ଉପକୃତ ହୋଇପାରିବେ ବୋଲି ବାଣାୟତ ଓଡ଼ିଆ  ସମାଜର ସମ୍ପାଦକ ରମେଶ ଜେନା କହିଛନ୍ତି । ଏଣୁ  ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟିଦେଇ  ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି ହେଉଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.