ଚନ୍ଦାହାଣ୍ଡି ,୪।୨ -ନବରଙ୍ଗପୁର ଜିଲ୍ଲା ବ୍ଲକ ଗ୍ରାଣ୍ଡ  କନିଷ୍ଠ କିରାଣୀ ସଂଘର   ବେତନ ବୃଦ୍ଧି ଏବଂ ବିଭିନ୍ନ ସୁବିଧା ପ୍ରଦାନ ନିମନ୍ତେ  ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟା ଗଣ୍ଡଙ୍କୁ ସଂଘ  ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି। ସଂଘର ସଭାପତି   ପ୍ରକାଶ ପରିଡା ଙ୍କ ନେତୃତ୍ୱ ରେ ଜିଲ୍ଲା ର ସମସ୍ତ ସଦସ୍ୟ ଏବଂ କାର୍ଯ୍ୟକର୍ତ୍ତା  ମାନେ ଏକ ୬ ଦଫା ସମ୍ମଳିତ ଦାବୀ ପତ୍ର ପ୍ରଦାନ କରିଛନ୍ତି l  

ଶିକ୍ଷାଗତ ଯୋଗ୍ୟତା ବରିଷ୍ଠ ଆଧାର ରେ ଗ୍ରେଡ଼ପେ ପ୍ରଦାନ ସହ  ଉଚ୍ଚ  ଶିକ୍ଷା ଏବଂ ହିସାବ ରକ୍ଷକ ପଦବୀ ପାଇଁ ପରୀକ୍ଷା ଦେବା କୁ ଅନୁମତି ,   କାର୍ଯ୍ୟରତ କିରାଣୀମାନଙ୍କୁ ୪୮ ବର୍ଷ ବୟଷ ହେଲେ ଉଚ୍ଚତର ହାରରେ ଦରମା ପ୍ରଦାନ l,ଅବସର ପରେ ଶିକ୍ଷକ ମାନଙ୍କ ପରି ଅତିଥି ସହାୟକ ଭାବରେ ସୁଯୋଗ ଦେବା ସହ ପଦବୀ କୁ କନିଷ୍ଠ କିରାଣୀ ପରିବର୍ତ୍ତେ ଏଚ ଆର ଏମ ଏସ ରେ ଉଲ୍ଲେଖ କରାଯାଉ ବୋଲି ଦାବୀ ପତ୍ର ରେ ଉଲ୍ଲେଖ ରହିଛି l   ସଂଘ ର ସମସ୍ତ ଦାବୀ ପୂରଣ  ଶକାଶେ ଉଚ୍ଚ କ୍ଷମତା କମିଟି ରେ ଉପସ୍ଥାନ କରିବେ ବୋଲି ଗଣଶିକ୍ଷା ମନ୍ତ୍ରୀ  ସଂଘ କୁ ପ୍ରତଶ୍ରୁତି ଦେଇ ଥିବା ନେଇ ଜିଲ୍ଲା ବ୍ଲକ ଗ୍ରାଣ୍ଡ  କନିଷ୍ଠ କିରାଣୀ ସଙ୍ଘ ର ସଭାପତି ପ୍ରକାଶ ପରିଡା ଗଣମାଧ୍ୟମ କୁ ପ୍ରକାଶ କରିଛନ୍ତି l  ଦାବୀ ପତ୍ର ପ୍ରଦାନ ସମୟ ରେ ପ୍ରଦୀପ ଦାଶ, ରଞ୍ଜନ କୁମାର ମହାପାତ୍ର, ଗୋପୀନାଥ ମାଳି, ଚକ୍ରଧର ନାୟକ, ଲମ୍ଭୁଧର ପଟ୍ଟନାୟକ, ପ୍ରଦୀପ ପଲ୍ଲେଇ   ପ୍ରମୁଖ ଉପସ୍ଥିତ ରହି ଥିଲେ।