ଜହ୍ନlପଙ୍କ, ୧୬/୯: ବୌଦ୍ଧ ବ୍ଲକ ତେଲିବନ୍ଧ ଗ୍ରାମ ପଞ୍ଚାୟତରେ କାର୍ଯ୍ୟାଳୟ ଆଗରେ ଭତ୍ତା ବୃଦ୍ଧି ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପ୍ରାଉଟିଷ୍ଟ ବ୍ଲକ ଇଣ୍ଡିଆ ପକ୍ଷରୁ ସାମାଜିକ ସୁରକ୍ଷା ଯୋଜନାର ଭତ୍ତା ୫ ହଜାର ଟଙ୍କାକୁ ବୃଦ୍ଧି ଦାବିରେ ବିକ୍ଷୋଭ କରିବା ସହ ଦାବିପତ୍ର ପ୍ରଦାନ କରାଯାଇଛି ।
ପ୍ରାଉଟିଷ୍ଟ ବ୍ଲକ ଇଣ୍ଡିଆ ରାଜ୍ୟ ସଭାପତିଙ୍କ କେଦାର ନାଥ ସାହୁଙ୍କ ନେତୃତ୍ବରେ ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ପାଉଥିବା ପଂଚାୟତର କମ୍ପରା, ସୁବର୍ଣ୍ଣପୁର, ରାମପୁର, ଚନ୍ଦ୍ରପୁର, ତେଲିବନ୍ଧ, କାଶଲପୁର, ଧୁଡୁରୁବାହାଲ ଗ୍ରାମର ବୃଦ୍ଧ ବୃଦ୍ଧା, ଭିନ୍ନକ୍ଷମ ଓ ବିଧବା ହିତାଧିକାରୀ ମାନେ ଶୋଭା ଯାତ୍ରାରେ ଆସି ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏଡିଇଓ ବିଭୁତି ଭୂଷଣ ମିଶ୍ର ଓ ସରପଞ୍ଚଙ୍କ ରତ୍ନାକର ନାଏକଙ୍କ ଭତ୍ତା ୫ ହଜାର ଟଙ୍କାକୁ ବୃଦ୍ଧି ପାଇଁ ଏକ ଦାବିପତ୍ର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ପ୍ରେମ ଶଙ୍କର ଦାସ, ତ୍ରିପୁର ମହାଖୁଡ଼, ସତ୍ୟବାଦୀ ଦେହୁରୀ, ଜାହ୍ନବି ଉର୍ମା, ସୁଶୀଲ ବାଦୀ ପ୍ରମୁଖ ସହଯୋଗ କରିଥିଲେ।