ପ୍ରମୂଖ ଖବର
  • ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସୁସ୍ଥ
  • ||
  • ନୂଆପଡା : ପାଇଖାନା ଟାଙ୍କି ସେଣ୍ଟ୍ରିଂ ଖୋଲିବା ବେଳେ ଅଘଟଣ, ଶ୍ବାସରୁଦ୍ଧ ହୋଇ ୨ ଶ୍ରମିକ ମୃତ
  • ||
  • ପ୍ରଳୟଙ୍କରୀ ବନ୍ୟାରେ ଅସ୍ତବ୍ୟସ୍ତ ପାକିସ୍ତାନ, ୪୮ ଦିନରେ ଗଲାଣି ୬୫୦ ଜୀବନ
  • ||
  • ଢେଙ୍କାନାଳ : ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗସ୍ତ, ଚାପି ହୋଇ ରହିଥିବା ଡ୍ରାଇଭର ଉଦ୍ଧାର
  • ||
  • ଅସ୍ତରଙ୍ଗ ଏବଂ ଛତ୍ରପୁର ଆଇଆଇସି ନିଲମ୍ବିତ; ତଦନ୍ତ ରିପୋର୍ଟ ଦେବାକୁ ୨ ରେଞ୍ଜ ଆଇଜିଙ୍କୁ ଡିଜିପିଙ୍କ ନିର୍ଦ୍ଦେଶ
  • ||
  • ଚାଷୀ ପଞ୍ଜୀକରଣ ହେଲା ସରଳ; ବଂଶାନୁକ୍ରମିକ ପ୍ରମାଣପତ୍ର ବଦଳରେ ସେଲ୍ଫ ଡିକ୍ଲାରେସନରେ ରେଜିଷ୍ଟ୍ରେସନ
  • ||
  • ସୁନ୍ଦରଗଡ଼ : ଜୁଆ ଆଡ୍ଡାରେ ରେଡ୍‌; ୧୪ ଗିରଫ, ଲକ୍ଷାଧିକ ଟଙ୍କା ଜବତ
  • ||
  • ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଇଣ୍ଡୋନେସିଆ, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ
  • ||
  • ସୁନ୍ଦରଗଡ଼: ଜୁଆ ଆଡ୍ଡା ଉପରେ ଚଢ଼ାଉ: ୧୪ ଜଣ ଗିରଫ
  • ||
  • ଶେରଗଡ ;ଦୁଇ ବସ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର ଗୁରୁତର
  • ||
  • ଚମାଖଣ୍ଡି ଅଞ୍ଚଳର ଏକ ଗାଈ ଗୁହାଳରୁ ବିପୁଳ ପରିମାଣର ବିସ୍ଫୋରକ ଜବତ, ମାଓ ଲିଙ୍କ୍‌ ନେଇ ସନ୍ଦେହ
  • ||
  • କିସ୍ତୱାଡ଼ ପରେ କଠୁଆରେ ବାଦଳଫଟା ବର୍ଷା,୪ ମୃତ, ରେସ୍କ୍ୟୁ ଜାରି
  • ||
  • ପାକିସ୍ତାନରେ ବାଦଲଫଟା ବର୍ଷା: ମୃତ୍ୟୁ ସଂଖ୍ୟା ୩ଶହ ପାର୍, ରେସ୍କ୍ୟୁ ହେଲିକପ୍ଟର କ୍ରାସରେ ୫ ମୃତ
  • ||
  • ଉପରାଷ୍ଟ୍ରପତି ନିର୍ବାଚନ, ଆଜି ଚୂଡାନ୍ତ ହେବ NDA ପ୍ରାର୍ଥୀଙ୍କ ନାମ, ବସିବ ବିଜେପି ସଂସଦୀୟ ବୋର୍ଡ ବୈଠକ
  • ||
  • ଭାରତ ଫେରିଲେ ସୁନାପୁଅ ଗ୍ରୁପ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା,ଦିଲ୍ଲୀରେ ଭବ୍ୟ ସ୍ୱାଗତ
  • ||
  • ୧୮ରେ ଲଘୁଚାପ, ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା; ଆଜି ମାଲକାନଗିରି ଓ କୋରାପୁଟରେ ପ୍ରବଳ ବର୍ଷିବ
  • ||

ବନ୍ଧକଙ୍କୁ ମୁକ୍ତି ଓ ଗାଜା ଯୁଦ୍ଧବିରତି ଦାବିରେ ଇସ୍ରାଏଲରେ ପ୍ରତିବାଦ ତୀବ୍ର, ୨୫ ଜଣଙ୍କୁ ବାନ୍ଧିଲା ପୁଲିସ

Published By : Tapas Panda | August 17, 2025 11:27 PM

Image Courtesy: edition.cnn

ନୂଆଦିଲ୍ଲୀ: ଇସ୍ରାଏଲରେ ପ୍ରତିବାଦ ତୀବ୍ର ରୂପ ଧାରଣ କରିଛି । ରାଜ ରାସ୍ତାରେ ହଜାର ହଜାର ଲୋକ ପ୍ରତିବାଦ କରୁଛନ୍ତି । ଗାଜାରେ ଇସ୍ରାଏଲର ଆକ୍ରମଣ ଯୋଗୁଁ ସେଠାରେ ବନ୍ଦୀ ଥିବା ଲୋକମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି । ତେଣୁ ନେତାନ୍ୟାହୁ ସରକାର ଗାଜା ଯୁଦ୍ଧ ବନ୍ଦ କରିବା ସହ ବନ୍ଧକଙ୍କୁ ମୁକ୍ତ କରନ୍ତୁ ବୋଲି ପ୍ରଦର୍ଶନକାରୀମାନେ ଦାବି କରିଛନ୍ତି । ରିପୋର୍ଟ ଅନୁଯାୟୀ, ପୁଲିସ ଏପର୍ଯ୍ୟନ୍ତ ଜେରୁସାଲେମ ସମେତ ଇସ୍ରାଏଲର ବିଭିନ୍ନ ସହରରୁ ୨୫ ଜଣ ପ୍ରଦର୍ଶନକାରୀଙ୍କୁ ଗିରଫ କରିଛି। 

ରାଜଧାନୀ ଅଭିମୁଖେ ଯାଉଥିବା ପ୍ରଦର୍ଶନକାରୀଙ୍କୁ ଅଟକାଇବା ସହ ସେମାନଙ୍କୁ ଗିରଫ କରିଛି ପୁଲିସ ।  ବିକ୍ଷୋଭକାରୀ ରୁଟ୍ ୧୬ ଦେଇ ଆଜା ଷ୍ଟ୍ରିଟ୍ ଆଡକୁ ଗତି କରିଥିଲେ । ସେଠାରେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ରହିଛି । ପୁଲିସ ବଳ ପ୍ରୟୋଗ କରିବା ପରେ ମଧ୍ୟ ଲୋକମାନେ ଥମିବାର ନାଁ ନେଉନାହାଁନ୍ତି। ସୁଡ଼ଙ୍ଗ ବାହାରେ ରାସ୍ତା କଡ଼ରେ ଅଟକ ଥିବା ଜଣେ ପ୍ରତିବାଦକାରୀ କହିଛନ୍ତି, ‘ମୋତେ ଗିରଫ କର, କିନ୍ତୁ ପ୍ରତିବାଦ ଜାରି ରହିବ।’ ଇସ୍ରାଏଲରେ ବନ୍ଧକଙ୍କ ମୁକ୍ତି ପାଇଁ ଦେଶବ୍ୟାପୀ ପ୍ରତିବାଦ ଜାରି ରହିଛି। ତେଲ ଅଭିଭର ହୋଷ୍ଟେଜ୍ ସ୍କୋୟାରରେ ପ୍ରତିବାଦ ସମୟରେ ଗାଜାରୁ ମୁକ୍ତ ହୋଇଥିବା ଜଣେ ବନ୍ଧକ ଆର୍ବେଲ୍ ୟେହୁଦ୍ ଲୋକମାନଙ୍କୁ କହିଥିଲେ, ‘ମୁଁ ବନ୍ଧକ ରହିବା କିପରି ତାହା ପ୍ରତ୍ୟକ୍ଷ ଭାବରେ ଜାଣେ । ମୁଁ ଜାଣେ ଯେ, ସାମରିକ ଚାପ ବନ୍ଧକମାନଙ୍କୁ ମୁକ୍ତ କରିପାରିବ ନାହିଁ । ସେମାନଙ୍କୁ ଫେରାଇ ଆଣିବାର ଏକମାତ୍ର ଉପାୟ ହେଉଛି ଯୁଦ୍ଧ ବରିତି ଏବଂ ଏକ ଚୁକ୍ତିନାମା।’

ପୁଲିସ ଅଧିକାରୀଙ୍କ ଅନୁସାରେ, ଆଜି ସକାଳେ ଦେଶବ୍ୟାପୀ ୨୫ ଜଣ ପ୍ରଦର୍ଶନକାରୀଙ୍କୁ ଗିରଫ କରାଯାଇଛି । ଯୁଦ୍ଧବିରତି ଚୁକ୍ତିନାମା ଏବଂ ଯୁଦ୍ଧ ବନ୍ଦ ଦାବିରେ ଦେଶବ୍ୟାପୀ ପ୍ରତିବାଦ ଓ ରାସ୍ତା ଅବରୋଧ ମଧ୍ୟରେ ଏହି ଗିରଫଦାରୀ ହୋଇଛି। ଇସ୍ରାଏଲର କ୍ୟାବିନେଟ ଗାଜାକୁ ସମ୍ପୂର୍ଣ୍ଣ ଦଖଲ କରିବାକୁ ନିର୍ଦ୍ଦେଶ ଦେବା ପରେ ଏହି ପ୍ରତିବାଦ ଆରମ୍ଭ ହୋଇଛି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.