ପ୍ରମୂଖ ଖବର
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ପାର୍‌, ସ୍କୁଲ୍‌ରେ ସଚେତନ କଲା ବିଏମ୍‌ସି

Published By : Prameya | July 8, 2025 9:10 AM

ଭୁବନେଶ୍ୱର,୦୮/୦୭: ସରକାରୀ  ଓ ବେସରକାରୀ ହସ୍ପିଟାଲରେ ପୁଳାପୁଳା  ଡେଙ୍ଗୁ ରୋଗୀ । ଆକ୍ରାନ୍ତଙ୍କ ସଂଖ୍ୟା ସୋମବାର ସୁଦ୍ଧା ୧୦୦ ପାର କରିଛି ।  ହେଲେ ବିଏମ୍‌ସି ଚେତୁନି । କେବଳ  ସଚେତନତା କାର୍ଯ୍ୟକ୍ରମ କରି ହାତ ଝାଡ଼ି  ଦେଇଛି । ପ୍ରତିଦିନ ୬/୭ ଜଣ ରୋଗୀ ଚିହ୍ନଟ ହେଉଛନ୍ତି । ପଟିଆ, ଜାଗମରାରେ ସର୍ବାଧିକ ଡେଙ୍ଗୁ ରୋଗୀ ଦେଖିବାକୁ  ମିଳିଛି । ଆଇଆର୍‌ସି ଭିଲେଜ୍‌ରେ ସ୍ଥିତି  ସାଂଘାତିକ ରହିଛି । ବସ୍ତି, ଆପାର୍ଟମେଣ୍ଟ,  ସରକାରୀ କାର୍ଯ୍ୟାଳୟ ସବୁଠି ଡେଙ୍ଗୁ  ମଶାଙ୍କ ଆତଙ୍କ ଦେଖିବାକୁ ମିଳିଛି । 

ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି,  ନିୟମିତ ମଶା ଧୂଆଁ ଦିଆହେଉନି । ମଶା  ତେଲ ପଡୁନି । ବିଏମ୍‌ସି ପକ୍ଷରୁ କେବଳ ଫଟୋ ଉଠାଚାଲିଛି । ବିଏମ୍‌ସି ପକ୍ଷରୁ  ବିଭିନ୍ନ ସ୍କୁଲରେ ସଚେତନତା କରାଯାଇଛି । ଅର୍ବାନ ମେଟ୍ରୋପଲିଟାନ୍‌ ସର୍ଭେଲାନ୍ସ ୟୁନିଟ୍‌  ପକ୍ଷରୁ ଏକ ଘରୋଇ ବିଦ୍ୟାଳୟରେ  ସଚେତନତା କାର୍ଯ୍ୟକ୍ରମ କରାଯାଇଛି ।  ଡେଙ୍ଗୁ ମଶା ଲାର୍ଭା କିପରି ନଷ୍ଟ କରାଯିବ  ତାହା ଛାତ୍ରଛାତ୍ରୀମାନଙ୍କୁ ବୁଝାଇ ଦିଆଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.