ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ରାଜଧାନୀରେ ଡେଙ୍ଗୁର କାୟା ବିସ୍ତାର: ୧୦୦ ମୁହାଁ ରୋଗୀ ସଂଖ୍ୟା, ଜୁନ୍‌ରେ ସର୍ବାଧିକ ପଜିଟିଭ

Published By : Prameya | June 29, 2025 11:09 AM

ଭୁବନେଶ୍ୱର,୨୯/୦୬: ବର୍ଷା ଆରମ୍ଭ  ହେଉଛି । ରାଜଧାନୀରେ ଡେଙ୍ଗୁ ରୋଗୀ ସଂଖ୍ୟା ୧୦୦ ଛୁଇଁଲାଣି । ସଂଖ୍ୟା ଦିନକୁ ଦିନ ବଢି ଚାଲିଛି। କେବଳ ଜୁନ୍‌ ମାସରେ ବହୁସଂଖ୍ୟକ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଛନ୍ତି । ବର୍ଷ ଆରମ୍ଭରୁ ସଂଖ୍ୟା ବଢ଼ିଲାଣି । ଆଗକୁ ପରିସ୍ଥିତି  ଅସମ୍ଭାଳ ହେବା ଆଶଙ୍କା ଦେଖାଦେଇଛି ।  

ଏପ୍ରିଲ ମାସରେ ମାତ୍ର ୬ ଜଣ ରୋଗୀ  ଚିହ୍ନଟ ହୋଇଥିଲେ । ମେ ମାସରେ ସଂଖ୍ୟା ୧୪ ।  ଜୁନ୍‌ ମାସ ଶେଷ ସୁଦ୍ଧା ମୋଟ ୫୦ରୁ ଅଧିକ ରୋଗୀ ଚିହ୍ନଟ ହେଲେଣି । ସାଲିଆ ସାହିରୁ  ୬ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ।  ଶିଖରଚଣ୍ଡି ନଗରରୁ ୫, ୟୁନିଟ-୩  ଏବଂ ସହିଦନଗରରୁ ୪ ରୋଗୀ ଚିହ୍ନଟ  ହୋଇଛନ୍ତି । ପ୍ରତି ମାସରେ ସଂଖ୍ୟା ବଢିଚାଲିଛି ।  ଜୁଲାଇ ଏବଂ ଅଗଷ୍ଟ ମାସରେ ବର୍ଷାର  ପରିମାଣ ବଢ଼ିବ । ହେଲେ ବିଏମ୍‌ସି ପକ୍ଷରୁ  ଆଖିଦୃଶିଆ କୌଣସି ପଦକ୍ଷୋପ ନିଆଯାଉନି ।  

ବିଭିନ୍ନ ସ୍ଥାନରେ ଟାୟାର, ପାଣିକୁଣ୍ଡ,  ଥର୍ମୋକୁଲ ଗଦା ହୋଇରହିଛି । ଏହି ସବୁରେ  ପାଣି ରହି ମଶା ଲାର୍ଭା ସୃଷ୍ଟି ହେଉଛି । ସବୁଠୁ  ଅଧିକ ସରକାରୀ କ୍ୱାର୍ଟର୍ସରେ ମଶା ବଂଶ  ବୃଦ୍ଧି ପାଉଛି । କ୍ୱାର୍ଟର୍ସ ପଛପଟେ ପୁଳାପୁଳା  ଅବଢ଼ା ହାଣ୍ଡି ପଡ଼ିରହିଛି । ଏହି ସବୁ ମଶା  ଉତ୍ସ ଯୋଗୁଁ ସ୍ଥିତି ଆଗକୁ ଜଟିଳ ହେବାକୁ  ଯାଉଛି । ବିଏମ୍‌ସି ପକ୍ଷରୁ ବିଭିନ୍ନ ସ୍ଥାନରେ  ଭଲ ଭାବରେ ସଫେଇ କରାଯାଉନି ।  ଫଳରେ ମଶା ବଂଶ ବୃଦ୍ଧି ପାଉଛି । ଡେଙ୍ଗୁ  ମଶା ଠାରୁ ସାଧାରଣ ମଶାର ସାନ୍ଦ୍ରତା ବଢିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.