ଭୁବନେଶ୍ୱର,୨୯/୦୬: ବର୍ଷା ଆରମ୍ଭ  ହେଉଛି । ରାଜଧାନୀରେ ଡେଙ୍ଗୁ ରୋଗୀ ସଂଖ୍ୟା ୧୦୦ ଛୁଇଁଲାଣି । ସଂଖ୍ୟା ଦିନକୁ ଦିନ ବଢି ଚାଲିଛି। କେବଳ ଜୁନ୍‌ ମାସରେ ବହୁସଂଖ୍ୟକ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଛନ୍ତି । ବର୍ଷ ଆରମ୍ଭରୁ ସଂଖ୍ୟା ବଢ଼ିଲାଣି । ଆଗକୁ ପରିସ୍ଥିତି  ଅସମ୍ଭାଳ ହେବା ଆଶଙ୍କା ଦେଖାଦେଇଛି ।  

ଏପ୍ରିଲ ମାସରେ ମାତ୍ର ୬ ଜଣ ରୋଗୀ  ଚିହ୍ନଟ ହୋଇଥିଲେ । ମେ ମାସରେ ସଂଖ୍ୟା ୧୪ ।  ଜୁନ୍‌ ମାସ ଶେଷ ସୁଦ୍ଧା ମୋଟ ୫୦ରୁ ଅଧିକ ରୋଗୀ ଚିହ୍ନଟ ହେଲେଣି । ସାଲିଆ ସାହିରୁ  ୬ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ।  ଶିଖରଚଣ୍ଡି ନଗରରୁ ୫, ୟୁନିଟ-୩  ଏବଂ ସହିଦନଗରରୁ ୪ ରୋଗୀ ଚିହ୍ନଟ  ହୋଇଛନ୍ତି । ପ୍ରତି ମାସରେ ସଂଖ୍ୟା ବଢିଚାଲିଛି ।  ଜୁଲାଇ ଏବଂ ଅଗଷ୍ଟ ମାସରେ ବର୍ଷାର  ପରିମାଣ ବଢ଼ିବ । ହେଲେ ବିଏମ୍‌ସି ପକ୍ଷରୁ  ଆଖିଦୃଶିଆ କୌଣସି ପଦକ୍ଷୋପ ନିଆଯାଉନି ।  

ବିଭିନ୍ନ ସ୍ଥାନରେ ଟାୟାର, ପାଣିକୁଣ୍ଡ,  ଥର୍ମୋକୁଲ ଗଦା ହୋଇରହିଛି । ଏହି ସବୁରେ  ପାଣି ରହି ମଶା ଲାର୍ଭା ସୃଷ୍ଟି ହେଉଛି । ସବୁଠୁ  ଅଧିକ ସରକାରୀ କ୍ୱାର୍ଟର୍ସରେ ମଶା ବଂଶ  ବୃଦ୍ଧି ପାଉଛି । କ୍ୱାର୍ଟର୍ସ ପଛପଟେ ପୁଳାପୁଳା  ଅବଢ଼ା ହାଣ୍ଡି ପଡ଼ିରହିଛି । ଏହି ସବୁ ମଶା  ଉତ୍ସ ଯୋଗୁଁ ସ୍ଥିତି ଆଗକୁ ଜଟିଳ ହେବାକୁ  ଯାଉଛି । ବିଏମ୍‌ସି ପକ୍ଷରୁ ବିଭିନ୍ନ ସ୍ଥାନରେ  ଭଲ ଭାବରେ ସଫେଇ କରାଯାଉନି ।  ଫଳରେ ମଶା ବଂଶ ବୃଦ୍ଧି ପାଉଛି । ଡେଙ୍ଗୁ  ମଶା ଠାରୁ ସାଧାରଣ ମଶାର ସାନ୍ଦ୍ରତା ବଢିଛି ।