ଲକ୍ଷ୍ନୌ, ୦୨/୦୨ : ଚୋର ସଜେଇ ଦେଲା ମୋମୋ ନିଶା। ମୋମୋ ଖାଇବା ପାଇଁ ଘରୁ ଗହଣା ଚୋରି କରି ଦୋକାନୀକୁ ଦେଇଦେଲା ନାବାଳକ। ଉତ୍ତର ପ୍ରଦେଶ ଦେବରିଆ ଜିଲ୍ଲାର ରାମପୁର କାରଖାନା ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି। ଜଣେ ୧୪ ବର୍ଷୀୟ ନାବାଳକଙ୍କୁ ଏମିତି ମୋମୋ ନିଶା ଘାରିଲା ଯେ ସେ ତାଙ୍କ ଘରୁ ୮୬ ଲକ୍ଷ ଟଙ୍କାର ଗହଣା ଚୋରି କରି ଜଣେ ଠେଲା ବାଲାଙ୍କୁ ଦେଇ ଦେଇଥିଲେ।
ସୂଚନାନୁଯାୟୀ, ଦେବରିଆ ଜିଲ୍ଲାର ରାମପୁର କାରଖାନା ଥାନା ଅଞ୍ଚଳର ଜଣେ ନାବାଳକ ମୋମୋ ଖାଇବା ପାଇଁ ଘରୁ ଲକ୍ଷାଧିକ ଟଙ୍କାର ଗହଣା ଚୋରି କରି ମୋମୋ ବାଲାକୁ ଦେଇ ଦେଇଥିଲେ। ନାବାଳକଙ୍କ ପିଉସୀ ଦିନେ ଗହଣା ଥିବା ଆଲମାରୀ ଖୋଲିବାରୁ ଗହଣା ଚୋରି ହୋଇଥିବା ଦେଇଖିଥିଲେ। ଏନେଇ ସେ ପରିବାର ଲୋକଙ୍କୁ କହିଥିଲେ। ଘରେ ପଚରାଉଚରା ପରେ ନାବାଳକ ଜଣଙ୍କ ସତ ମାନି ଯାଇଥିଲେ। ମୋମୋ ଖାଇବା ପାଇଁ ସେ ମୋମୋ ବାଲାକୁ ନେଇ ଗହଣା ଦେଇ ଦେଇଥିବା କହିଥିଲେ। ମୋମୋ ବାଲା ମଧ୍ୟ ନାବାଳକର ଫାଇଦା ଉଠାଇ ସୁନା ଗହଣା ସବୁ ନେଉଥିଲା।
ଏ ସମ୍ପର୍କରେ ଜାଣିବା ପରେ ନାବାଳକଙ୍କ ପିତା ଥାନାର ଦ୍ଵାରସ୍ଥ ହୋଇଥିଲେ। ଥାନା ଅଧିକାରୀ ଦେବେନ୍ଦ୍ର କୁମାର ସିଂ ଏହି ମାମଲାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି। ମୋମୋ ବାଲାକୁ ପଚରାଉଚରା କରାଯାଉଛି। ଖୁବଶୀଘ୍ର ଦୋଷୀକୁ ଗିରଫ କରାଯିବ ବୋଲି ପୁଲିସ କହିଛି।
ଏହି ଖବରଟିକୁ ପଢନ୍ତୁ- କିଏ ଦିଲୀପ ଯାଦବ ? ଯାହାଙ୍କୁ ଭାଇ ପରି ମାନୁଥିଲେ ଅଜିତ ପାୱାର, ପରିବାରକୁ ଏକା କରି ଚାଲିଗଲେ