ପ୍ରମୂଖ ଖବର
  • କୋଣାର୍କ ଚନ୍ଦ୍ରଭାଗା ସମୁଦ୍ରରେ ବୁଡିଯାଇ ୩ ଯୁବକ ମୃତ
  • ||
  • ମୟୂରଭଞ୍ଜ : କପ୍ତିପଦା ବଜାରରୁ ଯୁବତୀ ଅପହରଣ ଘଟଣା; ଅପରାଧୀଙ୍କ ଟେର୍ ପାଉନି ପୁଲିସ
  • ||
  • କେନ୍ଦୁଝର : ବଜ୍ରପାତରେ ଜଣେ ମୃତ, ୨ ସାଙ୍ଗ ଗୁରୁତର
  • ||
  • ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ; କିଲର ଥର୍ ଜବତ, ମାଲିକ ଫେରାର, ମିଳୁନି ସ୍କର୍ପିଓ
  • ||
  • ବଲାଙ୍ଗୀର : କୁକୁର କାମୁଡ଼ାରେ ୨ ଜଣଙ୍କ ମୃତ୍ୟୁ, ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ
  • ||
  • ଛତ୍ରପୁର : ଲୁଣି ପାଣି ହେବ ପାନୀୟ ଯୋଗ୍ୟ, ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ
  • ||
  • ଏମ୍ସରେ ଆଖି ବୁଜିଲେ ନର୍ସିଂ ଛାତ୍ରୀ, ଆଜି ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ କରାଯିବ ହସ୍ତାନ୍ତର
  • ||
  • କଟକ ବିଡ଼ାନାସୀରେ ଅଘଟଣ, ପୂର୍ବ ଶତ୍ରୁତାରୁ ଦମ୍ପତିଙ୍କୁ ଛୁରାମାଡ଼
  • ||
  • କୋରାପୁଟରେ ନୂତନ ମେଡିକାଲ କଲେଜ କୋଠାର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ, ବାଣ୍ଟିବେ ଆୟୁଷ୍ମାନ କାର୍ଡ
  • ||
  • ଆସନ୍ତା ୧୩ରେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ, ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିବ
  • ||
  • ଆଜିଠୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱସ୍ତରୀୟ କ୍ରୀଡ଼ା ମହାକୁମ୍ଭ, ୧୯ଟି ଇଭେଣ୍ଟରେ ୧୭ ଦେଶର ୨୨୫ ପ୍ରତିଯୋଗୀ କରିବେ ଅଂଶଗ୍ରହଣ
  • ||
  • ଆସୁଛି ଆଉ ଏକ ଲଘୁଚାପ: ୧୨ରୁ ବଢ଼ିପlରେ ବର୍ଷା ,୯ ଜିଲ୍ଲାରେ ନିିଅଣ୍ଟିଆ ବର୍ଷା ଭରଣା ଆଶା
  • ||

ରାଜ୍ୟର କୋଟିଏ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସହାୟତା ମିଳିଛି : ଉପମୁଖ୍ୟମନ୍ତ୍ରୀ

Published By : Suraj Kumar | August 10, 2025 11:00 PM

ନୂଆପଡ଼ା,୧୦।୮(ଆପ୍ର) :  ନୂଆପଡ଼ା ଜିଲ୍ଲାକୁ ଦୁଇଦିନିଆ ଗସ୍ତରେ ଆସିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା । ସ୍ଥାନୀୟ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ବିଭାଗ ଉପରେ ଉପମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି ।

ଉପମୁଖ୍ୟମନ୍ତ୍ରୀ ସ୍ଥାନୀୟ ସର୍କିଟ ହାଉସରୁ ଜିଲ୍ଲାସ୍ତରୀୟ ହରଘର ତ୍ରିରଙ୍ଗା-ଘରଘର ତ୍ରିରଙ୍ଗା ଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ । ସ୍ଥାନୀୟ ଘାସିରାମ ମାଝି ଛକରେ ନୂଆପଡ଼ା ପ୍ରତିଷ୍ଠାତା ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଘାସିରାମ ମାଝିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସ୍ଥାନୀୟ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ କାର୍ଯ୍ୟକର୍ଭା ସମ୍ମିଳନୀରେ ଯୋଗ ଦେଇଥିଲେ । କଳାହାଣ୍ଡି ପୂର୍ବତନ ସାଂସଦ ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା, ବିଜେପି ଜିଲ୍ଲା ସଭାପତି କମଲେଶ ଦୀକ୍ଷିତ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଯଦୁମଣି ପାଣିଗ୍ରାହୀ, ପ୍ରଶନ୍ନ ପାଢ଼ୀ, ବିଜେପି ଯୁବମୋର୍ଚ୍ଚ ଜିଲ୍ଲା ସଭାପତି ଅଭିନନ୍ଦନ ପଣ୍ଡା, ଖରିଆରରୋଡ଼ ଏନଏସି ଅଧ୍ୟକ୍ଷା ସୋନିଆ ଜୈନ, ବିଜେପି ବରିଷ୍ଠ ନେତା ସରୋଜ କୁମାର ସାହୁ, ସୁଶାନ୍ତ ପତି, ପୂର୍ବତନ ଜିଲ୍ଲା ସୁବ୍ରତ ଠାକୁର, ଶିବପ୍ରସାଦ ମୁଣ୍ଡ, ଜିଲ୍ଲା ପରିଷଦ ସଭ୍ୟ ଆଶା ଜୈନ, ସାଂସଦ ପ୍ରତିନିଧି ପ୍ରେମକୁମାର ଅଗ୍ରୱାଲ ପ୍ରମୁଖ ସମ୍ମାନିତ ଅତିଥି ରୂପେ ମଞ୍ଚସୀନ ଥିଲେ । 

ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କହିଥିଲେ ଶନିବାର ରାଜ୍ୟର କୋଟିଏ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସହାୟତା ମିଳିଛି । ନିର୍ବାଚନ ବେଳେ ନୂଆଁ ସରକାର ଦେଇ ପାରିବନି ବୋଲି କହୁଥିଲେ । ପ୍ରଥମ କିସ୍ତି ପରେ ଦ୍ବିତୀୟ ଓ ତୃତୀୟ କିସ୍ତି ମିଳିବନି ବୋଲି କହିଲେ । ଏବେ ବିରୋଧୀଙ୍କ ମୁହଁ ଚୁପ ହୋଇଛି । ସରକାର ଉପରେ ମହିଳା ଓ ସାଧାରଣ ଜନତାଙ୍କ ବିଶ୍ଵାସ ମଜବୁତ ରହିଛି । ସମଗ୍ର ଭାରତ ବର୍ଷରେ ଆମ ସୁଭଦ୍ରା ଯୋଜନା ଉତ୍ତମ ସରକାରର ପ୍ରମାଣ । ଦେଶରେ ସର୍ବ ବୃହତ ଯୋଜନା ଚଳାଉଥିବା ୧୩ ମାସର  ସରକାର । କୋଟିଏରୁ ଅଧିକ ମହିଳା ସୁଭଦ୍ରାରେ ଯୋଡ଼ି ହୋଇଛନ୍ତି । ଏହା ଦେଶରେ ସୁ ଶାସନର ବଡ଼ ଗୌରବ ମଣି । ସୁଭଦ୍ରା ଦେଶର ସବୁଠୁ ବଡ଼ ଯୋଜନା । ଲଷ୍ମପତି ଦିଦିରେ ସମଗ୍ର ଦେଶର ଓଡିଶା ଏକ ନମ୍ବର । ଆସନ୍ତା ୨୦୨୭ ସୁଦ୍ଧା ୨୫ ଲକ୍ଷ ମହିଳାଙ୍କୁ ଲକ୍ଷପତି କରିବାର ଲକ୍ଷ୍ୟ ଥିଲା । ବର୍ତ୍ତମାନ ସୁଦ୍ଧା ୧୩ ମାସରେ ରାଜ୍ୟର ୧୭ଲକ୍ଷ ମହିଳା  ଲକ୍ଷପତି ଦିଦି ହୋଇଛନ୍ତି ।

 ଉପମୁଖ୍ୟମନ୍ତ୍ରୀ କହିଥିଲେ, ଆମେ ଯାହା କହିଛୁ, ସେଥିରୁ ୧୧ଟି ଦାବି ପୂରଣ ହୋଇଛି । ଦେଶରେ ଚାଷୀଙ୍କୁ ଖରିଫ ଓ ରବି ଚାଷରେ ସର୍ବାଧିକ ଇନପୁଟ ସବସିଡ଼ି ଦେଉଛୁ । ସମସ୍ତଙ୍କୁ ଧାନ ବିକ୍ରିର ୨୪ ଘଣ୍ଟା ଭିତରେ ଟଙ୍କା ମିଳୁଛି । ଆମର ଉଦ୍ୟମରେ ଗରିବ ଲୋକଙ୍କ ପାଖରେ ସରକାର ପହଂଛି । ମୁଁ ଆପଣଙ୍କ ପାଖକୁ ବଡ଼ ଭଉଣୀ ଭାବେ ଆସିଛି । ଆପଣଙ୍କ ପାଖରେ ପ୍ରକୃତି ଓ ସମୃଦ୍ଧି ବଢ଼ାଇବାକୁ ଆସିଛି । ଏହା ଲୋକଙ୍କ ସରକାର । ରାଜ୍ୟରେ ୨୦ରୁ ୨୫ ବର୍ଷ ଶାସନ କରିବାକୁ ବିଜେପି ରୋଡ଼ ମ୍ୟାପ ପ୍ରସ୍ତୁତ କରିଛି । ରାଜ୍ୟବାସୀ ଯାହାକୁ ଦିଅନ୍ତି, ତାକୁ ଛପର ଫାଡ଼ି ଦିଅନ୍ତି । ଆସନ୍ତା ପଂଚାୟତ ନିର୍ବାଚନ ପାଇଁ ମଇଦାନ ପ୍ରସ୍ତୁତ ହେଉଛି । ୱଡ଼ ମେମ୍ବରରୁ ଜିଲ୍ଲା ପରିଷଦ ସବୁ ଆମର ହେବ । ଗରିବଙ୍କ ପାଖରେ ଯୋଜନା ପହଞ୍ଚିବାକୁ ଉଦ୍ୟମ କରୁଛୁ । ସବୁ ପଞ୍ଚାୟତରେ ମହିଳାମାନେ ଉତ୍ପାଦନ କରୁଥିବା ସାମଗ୍ରୀକୁ ବିକ୍ରି ପାଇଁ ବ୍ୟବସ୍ଥା କରିବୁ । ଲୋକଙ୍କ ଜୀବନରେ ପରିବର୍ତ୍ତନ କରିବାକୁ ସରକାର ଶପଥ ନେଇଛନ୍ତି ବୋଲି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.