ଭୁବନେଶ୍ବର ୧୬/୦୧ : ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ କେଦାରଗୌରୀ, ଖଣ୍ଡଗିରି, କପିଳେଶ୍ବର ଓ ମୁକ୍ତେଶ୍ବର ପରି ପ୍ରମୁଖ ଐତିହ୍ୟ ଓ ଧାର୍ମିକ ସ୍ଥଳୀ ଗୁଡ଼ିକର ସାମଗ୍ରିକ ବିକାଶ, ସୁରକ୍ଷା ଏବଂ ପର୍ଯ୍ୟଟନ ପରିଚାଳନା ନେଇ ଆଲୋଚନା ହୋଇଯାଇଛି। ମାନ୍ୟବର ଉପମୁଖ୍ୟମନ୍ତ୍ରୀ ପର୍ଯ୍ୟଟନ ସ୍ଥଳୀ ଗୁଡିକରେ ବ୍ୟାପକ ସ୍ବଚ୍ଛତା ଓ ସଚେତନତା ଅଭିଯାନ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଐତିହ୍ୟ ସୁରକ୍ଷା, ପର୍ଯ୍ୟଟନ ପ୍ରୋତ୍ସାହନ ଓ ପରିବେଶ ସୁରକ୍ଷା ଏକା ସାଥ୍‌ରେ ଆଗେଇ ନିଆଯିବା ଆବଶ୍ୟକ‌ତା ରହିଛି ବୋଲି ସେ ମତ ପ୍ରକାଶ କରିଛନ୍ତି।

ବୈଠକରେ ମନ୍ଦିର ପରିସରରେ ବୈଜ୍ଞାନିକ ପଦ୍ଧତିରେ ବର୍ଜ୍ୟବସ୍ତୁ ପରିଚାଳନା, କୁଣ୍ଡ ଓ ଜଳାଶୟ ଗୁଡ଼ିକର ଡିସିସ୍ଟି- ଓ ପୁନରୁଦ୍ଧାର, ଟ୍ରେଜେଜ୍ ବ୍ୟବସ୍ଥାର ସୁଧାର, ଏବଂ ଜଳସ୍ରୋତର ରକ୍ଷଣାବେକ୍ଷଣ ଉପରେ ଗଭୀର ଆଲୋଚନା କରାଯାଇଥିଲା। ମନ୍ଦିର ଟ୍ରଷ୍ଟ ଓ ସଂପୃକ୍ତ ସ୍ଥାନୀୟ ସଂସ୍ଥାଙ୍କ ଅଧୀନରେ ଡ୍ରେନେଜ୍, ପେଣ୍ଟିଂ ଓ ରକ୍ଷଣବେକ୍ଷଣ କାର୍ଯ୍ୟ ପାଇଁ ସ୍ଥାନ ପରିଦର୍ଶନ କରି ଏକ କାର୍ଯ୍ୟଯୋଜନା ପ୍ରସ୍ତୁତ କରିବା ସହ ଆବଶ୍ୟକ ବୈଷୟିକ ଦଳ ନିଯୁକ୍ତ କରିବାକୁ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ପର୍ଯ୍ୟଟନ ବିଭାଗ, ଟିଏମସି (BMC), ଏସଆଇ (ASI), ଏଣ୍ଡୋସମେଣ୍ଟ ବିଭାଗ ଓ ସ୍ଥାନୀୟ ପ୍ରଶାସନ ମଧ୍ୟରେ ଘନିଷ୍ଟ ସମନ୍ବୟ ରଖ୍ ସ୍ବଚ୍ଛତା, ଜଳର ଗୁଣବତ୍ତା ଏବଂ ସ୍ମାରକ ଗୁଡ଼ିକର ନିୟମିତ ରକ୍ଷାବେକ୍ଷଣ ସୁନିଶ୍ଚିତ କରିବାକୁ ବୈଠକରେ ଗୁରୁତ୍ବ ଦିଆଯାଇଛି। ଆବଶ୍ୟକ ଥିବା ସ୍ଥାନ ଗୁଡ଼ିକରେ ସଫେଇ ଓ ପଣ୍ଟିଂ କାର୍ଯ୍ୟ ପ୍ରାଥମିକତା ଲିଭିରେ କରାଯିବ।

ପର୍ଯ୍ୟଟକ ମାନଙ୍କର ସୁଖଦ ଅନୁଭୂତି ପାଇଁ ପ୍ରଶିକ୍ଷିତ ଗାଇଡ଼ ନିଯୁକ୍ତି ମାଧ୍ୟମରେ ଐତିହ୍ୟ ଓ ସଂସ୍କୃତି ସମ୍ପର୍କିତ ସୂଚନା ପ୍ରଦାନ କରିବା, ସହିତ ଲଣ୍ଟରପ୍ରେଟେସନ୍ ସେଣ୍ଟର ଗୁଡ଼ିକର ସୁଚାରୁ ପରିଚାଳନା ଏବଂ ରାମ୍ପ ସହିତ ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ସୁବିଧା ସୃଷ୍ଟି କରିବାକୁ ମଧ୍ୟ ବୈଠକରେ ନିଷ୍ପତି ନିଆଯାଇଛି।

ଏଥି ସହିତ ପର୍ଯ୍ୟଟନ ସ୍ଥଳରେ ଐତିହାସିକ ଏବଂ ସାଂସ୍କୃତିକ ସୂଚନା ପ୍ରସାରଣ ପାଇଁ ତାଲିମପ୍ରାପ୍ତ ଗାଇଡ ମାନଙ୍କୁ ନିୟୋଜିତ କରିବା ପାଇଁ ପରାମର୍ଶ ଦିଆଯାଇଥିଲା। ଭବିଷ୍ୟତରେ ବ୍ୟାଖ୍ୟାନ କେନ୍ଦ୍ର ଗୁଡ଼ିକର ସଠିକ୍ କାର୍ଯ୍ୟକାରିତା ଏବଂ ଭିକ୍ତକ୍ଷମ ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ରାମ ଏବଂ ସାର୍ବଜନୀନ ସୁଗମତା ସୁବିଧା ସୃଷ୍ଟି କରିବାକୁ ନିଷ୍ପତ୍ତି ନିଆଯାଇଥିଲା।

ଏହି ବୈଠକରେ ପର୍ଯ୍ୟଟନ ବିଭାଗର କମିଶନର-କମ୍-ସଚିବ, ଶ୍ରୀ ବଳବନ୍ତ ସିଂହ, ଏଣ୍ଡୋମେଣ୍ଟ କମିଶନ ଶ୍ରୀ ଲଳିତେନ୍ଦୁ ଜେନା, ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଶ୍ରୀ ଦୀପଙ୍କର ମହାପାତ୍ର, ଗୃହ ଓ ସହର ଭଜ୍ଜୟନ ବିଭାଗର ଅତିରିକ୍ତ ସଚିବଶ୍ରୀ ସବୁଘ୍ନ କର, ଭୁବନେଶ୍ବର ମହାଳଗର ନିଗମ (BMC) କମିଶନରଶ୍ରୀ ବଞ୍ଚଳ ରାଣା, ଭୁବନେଶ୍ବର ପ୍ରକ୍‌ଟତ୍ତ୍ଵ ବିଭାଗ (ASI) ପ୍ରତିନିଧୁ ବ୍. ମନୋରଞ୍ଜନ ସାହୁ ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ଅମ୍ରିଜ ଋତୁରାଜ, ଖୋଦ୍ଧା ଉପଜିଲ୍ଲାପାଳ ଳ ମନୋରଞ୍ଜନ ସାହୁ, ଏବଂ ବିଧାୟକ ଏକାମ୍ର ଶ୍ରୀ ବାବୁ ସିଂହଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀ ବୃନ୍ଦ ବୈଠକରେ ଉପସ୍ଥିତ ଥିଲେ।