ପ୍ରମୂଖ ଖବର
  • ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଅଗ୍ନିକାଣ୍ଡ: ହୁତୁହୁତୁ ହୋଇ ଜଳିଗଲା ଗଦି ତିଆରି କାରଖାନା, ୧୦କୋଟି ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ୫ ଦିନରେ ଓଡ଼ିଶାରେ ମୌସୁମୀ: ଏବେ ଝିପିଝିପି, ୨୭ରୁ ୩୦ ଯାଏଁ ଅଧିକ ବର୍ଷା ସମ୍ଭାବନା, ଜୁନ୍ ପୁଣି ଗରମ
  • ||

ନବରଙ୍ଗପୁର ଜିଲ୍ଲା କୋର୍ଟରେ ଯୋଗଦେଲେ ଡେପୁଟି ଡାଇରେକ୍ଟର ଅଫ୍ ପ୍ରସିକ୍ୟୁସନ୍

Published By : Suraj Ku Rath | May 22, 2025 4:29 PM

ନବରଙ୍ଗପୁର,୨୨।୫ ( ଆପ୍ର): ନବରଙ୍ଗପୁର ଜିଲ୍ଲା କୋର୍ଟରେ  ଡେପୁଟି ଡାଇରେକ୍ଟର ଅଫ୍ ପ୍ରସିକ୍ୟୁସନ୍ ଭାବେ ଶୈଳେଜା ପଟ୍ଟନାୟକ ଯୋଗ ଦେଇଛନ୍ତି। ରାଜ୍ୟଗୃହ ବିଭାଗ ପକ୍ଷରୁ ତାଙ୍କୁ ନିଯୁକ୍ତ କରାଯାଇଛି।

ଜିଲ୍ଲା କୋର୍ଟ ପରିସରରେ ଥିବା ପବ୍ଲିକପ୍ରସିକ୍ୟୁଟର କାର୍ଯ୍ୟାଳୟରେ ସେ ପହଞ୍ଚିଥିଲେ। ସେଠାରେ ଶୈଳେଜାଙ୍କୁ ସରକାରୀ ଓକିଲ ମାନେ  ସ୍ବାଗତ କରିଥିଲେ।ଏହି ଅବସରରେ ସରକାରୀ ଓକିଲ ମାନଙ୍କ ସହିତ ଶୈଳେଜା ଆଲୋଚନା କରି ନ୍ୟାୟିକ ପ୍ରକ୍ରୀୟାରେ କିଭଳି ସ୍ବଚ୍ଛତା ଓ ତ୍ବରିତ ନ୍ୟାୟ ପାଇଁ ଗୁରୁତ୍ୱ ଦେଇଥିଲେ। 

ମାମଲା ଗୁଡିକର ତଦନ୍ତ, ଚାର୍ଜସିଟ୍ ଓ କେସ୍ ଡାଇରୀ ଗୁଡିକ ସଠିକ୍ ସମୟରେ ପ୍ରସ୍ତୁତ କରିବା ପାଇଁ ତାଙ୍କ ତତ୍ତ୍ବାବଧାନରେ ଆଗାମୀଦିନରୁ କାର୍ଯ୍ୟ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ଭଳି ମାମଲା ଗୁଡିକ ଶୀଘ୍ର  ଫଇସଲା ହେବା ସହିତ ଲୋକଙ୍କୁ ଉଚ୍ଚିତ ନ୍ୟାୟ ମିଳିବ ପାରିବ ସେଥ୍ ପାଇଁ ସମସ୍ତ ସରକାର, ଓକିଲଙ୍କୁ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଥିଲେ ‌। ଏହି ଆଲୋଚନାରେ ପବ୍ଲିକ ପ୍ରସିକ୍ୟୁଟର ମନୋଜ କୁମାର ଏକ୍କା, ସ୍ବତନ୍ତ୍ର ପବ୍ଲିକପ୍ରସିକ୍ୟୁଟର ସଚ୍ଚିନନ୍ଦନ ସ୍ପାଇଁ, ଅତିରିକ୍ତ ପବ୍ଲିକପ୍ରସିକ୍ୟୁଟର ମିନକେତନ ପୂଜାରୀ, ସରକାରୀ ଓକିଲ ଅରୁଣ କୁମାର ମହାନନ୍ଦିଆ, ରାମ ନାଏକ, ପ୍ରଶାନ୍ତ କୁମାର ତନ୍ତ୍ରୀ ପ୍ରମୁଖ ସରକାରୀ ଓକିଲ ଉପସ୍ଥିତ ଥିଲେ ‌।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.