ନୂଆଦିଲ୍ଲୀ ୨୬/୦୪: ଫିଲ୍ମ 'ଟ୍ୱେଲ୍ଥ ଫେଲ୍'ରେ ନିଜ ଅଭିନୟ ପାଇଁ ବେଶ୍ ଚର୍ଚ୍ଚିତ ଥିଲେ ଅଭିନେତ୍ରୀ ମେଧା ଶଙ୍କର । ଆଗାମୀ ଫିଲ୍ମ ‘ଜିନି ୱେଡ୍ସ ସନି୨'ର ମୁକ୍ତିଲାଭ ପାଇଁ ପ୍ରସ୍ତୁତ ହେଉଥିବା ମେଧା ଏକ ସାମ୍ପ୍ରତିକ ସାକ୍ଷାତକାରରେ ନିଜେ ସମ୍ମୁଖୀନ ହୋଇଥିବା ଅଭାବନୀୟ ପରିସ୍ଥିତିକୁ ନେଇ ମୁହଁ ଖୋଲିଛନ୍ତି । ଏହି ସାକ୍ଷାତକାରରେ ମେଧା କହିଛନ୍ତି ଯେ, ସେଟ୍ରେ ତାଙ୍କୁ କେବେ ପ୍ରତ୍ୟକ୍ଷ ଭାବେ ଅପମାନିତ କରାଯାଇ ନାହିଁ, କିନ୍ତୁ ସେ ଏପରି କିଛି ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି ଯାହା ତାଙ୍କୁ ଅଶ୍ୱସ୍ତିକର ଅନୁଭବ କରାଇଛି । ସେ ବୁଝାଇ କହିଛନ୍ତି ଯେ ସାଧାରଣ କାର୍ଯ୍ୟକ୍ରମଗୁଡ଼ିକରେ କିଛି ଡିଜାଇନର୍ କେତେକ ନିର୍ଦ୍ଦିଷ୍ଟ କଳାକାରଙ୍କୁ ହିଁ ନିଜ ପୋଷାକ ଦେଇଥାନ୍ତି । କେତେକ ନିର୍ଦ୍ଦିଷ୍ଟ ଇଭେଣ୍ଟରେ ମେଧା ପରୋକ୍ଷ ଭାବରେ ଏହା ମଧ୍ୟ ଶୁଣିଛନ୍ତି ଯେ ‘ଏହି ଡିଜାଇନର୍ ତୁମକୁ ପୋଷାକ ଦେବେ ନାହିଁ’ । ବାସ୍ତବ ପକ୍ଷରେ ତାଙ୍କ ସହିତ ସେଭଳି ଘଟିଛି । ସେହି ନିର୍ଦ୍ଦିଷ୍ଟ ଇଭେଣ୍ଟରେ ନିର୍ଦ୍ଦିଷ୍ଟ ଡିଜାଇନରଙ୍କ ଦ୍ୱାରା ତିଆରି ପୋଷାକ ପିନ୍ଧିବାକୁ ମିଳିନାହିଁ ମେଧାଙ୍କୁ ।
ଅବଶ୍ୟ ମେଧା ସେସବୁକୁ ଗୁରୁତ୍ୱ ଦେଇନଥିବା କଥା ନିଜେ ପ୍ରକାଶ କରିଛନ୍ତି । କିନ୍ତୁ ଏଭଳି ଘଟଣା ସେହି ସମୟରେ ତାଙ୍କୁ ଅଶ୍ୱସ୍ତି ଅନୁଭବ କରାଇଛି । ଏପରିକି ସେହି ଡିଜାଇନର୍ମାନଙ୍କ ନାମ ମଧ୍ୟ ମେଧା ମନେ ରଖିଥିବା ସ୍ୱୀକାର କରିଛନ୍ତି । ଫିଲ୍ମରେ ତାଙ୍କ ସହିତ ଅଭିନୟ କରୁଥିବା ଅଭିନେତା ଅବିନାଶ ତିୱାରୀ ମଧ୍ୟ ବଲିଉଡି ଇଣ୍ଡଷ୍ଟ୍ରି କିପରି କାର୍ଯ୍ୟ କରେ ସେ ବିଷୟରେ ମେଧାଙ୍କ କଥାକୁ ସମର୍ଥନ କରିଛିନ୍ତ । ତାଙ୍କ କହିବାନୁସାରେ, "ଆମେ ଏହି ଧାରଣା ସୃଷ୍ଟି କରିଛୁ ଯେ ଏକ ବ୍ୟବସ୍ଥା ଅଛି, ଜିନିଷଗୁଡ଼ିକ ଏହିପରି କାମ କରେ, ଏହା ହେଉଛି ପଦ୍ଧତି, ଏବଂ ଠିକ୍ ସେହିଠାରୁ ସମସ୍ୟା ଆରମ୍ଭ ହୁଏ । କିନ୍ତୁ ଯେଉଁମାନେ ଏଭଳି ବ୍ୟବସ୍ଥା ଆଗରେ ମୁଣ୍ଡ ନୁଆଁନ୍ତି ନାହିଁ ମୁଁ ବାସ୍ତବରେ ସେମାନଙ୍କୁ ସମ୍ମାନ କରେ ।'
ଆହୁରି ପଢ଼ନ୍ତୁ...ସଲମାନଙ୍କୁ ନେଇ ଅନୁତପ୍ତ ଅମିଷା ପଟେଲ, ଜାଣନ୍ତୁ କ’ଣ ରହିଛି କାରଣ