ସାହାଜପାଲ, ୩୦।୫: ବୌଦ୍ଧ ସଦର ବ୍ଲକ ତାଳଶରଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମାନେଶ୍ୱର ଶୈବପୀଠ ମନ୍ଦିରରେ ଦେବ ନିମନ୍ତ୍ରଣ । ଶୈବପୀଠରେ ପୂଜାର୍ଚ୍ଚନା ଶେଷ ହେବା ପରେ ଦେବ ନିମନ୍ତ୍ରଣ ପାଇଁ ମାନେଶ୍ୱର ଶୈବପୀଠରୁ ବାହାରି ଏକ ପାଟୁଆରରେ ସାହାଜପାଲ ଜଗନ୍ନାଥ ମନ୍ଦିରରେ ଦେବ ନିମନ୍ତ୍ରଣ ପରେ ସଂଗ୍ରାମପୁର ଶ୍ରୀ ଗଣେଶ ମନ୍ଦିର ଓ କଙ୍କଳା ଗକୁଳେଶ୍ୱର ଶୈବ ପୀଠ, ଡମ୍ବରୁଗଡ଼ ଶୀଧେଶ୍ୱର ମଠରେ ଦେବ ନିମନ୍ତ୍ରଣ ହୋଇଥିଲା । ପରେ ସଂଗ୍ରାମପୁର ଗ୍ରାମର କନ୍ୟାପିତା ଉତ୍ତମ ବେହେରାଙ୍କ ଗୃହଠାରେ ଆଜ୍ଞାମାଳ ସହ ଦେବନିମନ୍ତ୍ରଣ କରାଯାଇଥିଲା । ଶନିବାର ଶିବ ଓ ପାର୍ବତୀ ବିବାହ ହେବ ।

‘ବେଙ୍ଗଲ କେବେ ବି' ବିଜେପି ହାତକୁ ଯିବ ନାହିଁ, ମୋଦୀଙ...