ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ସାହିଦ କପୁରଙ୍କ ଆକ୍ସନ ଫିଲ୍ମ 'ଦେବା' 'ଟ୍ରେଲର ଆଉଟ୍,ଏହି ଦିନ ହେବ ରିଲିଜ

Published By : Anindita Ratha | January 18, 2025 12:30 PM

ମୁମ୍ବାଇ, ୧୮/୦୧: ପୁଣିଥରେ ପରଦାରେ ନିଜର ଜବଦସ୍ତ ଅଭିନୟ ସହ ଆକ୍ସନ୍ ଫିଲ୍ମ 'ଦେବା' ରେ ନଜର ଆସିବାକୁ ଯାଉଛନ୍ତି ସାହିଦ କପୁର । ଖୁବଶୀଘ୍ର ଫିଲ୍ମଟି ରିଲିଜ ହେବାକୁ ଥିବା ବେଳେ ବର୍ତ୍ତମାନ ଫିଲ୍ମର ଟ୍ରେଲର ରିଲିଜ ହୋଇଯାଇଛି। ତେବେ ଫିଲ୍ମର ଟ୍ରେଲରକୁ ବେଶ ପସନ୍ଦ କରୁଥିବାବେଳେ ଫ୍ୟାନ୍ସ  ଫିଲ୍ମ ରିଲିଜକୁ ଅପେକ୍ଷର ସହ ଚାହିଁ ରହିଛନ୍ତି। ଟ୍ରେଲରରେ ସାହିଦଙ୍କୁ ଆକ୍ସନ ଅବତାରରେ ଦେଖିବାକୁ ମିଳିଛି । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ତେବେ ୧ ମିନିଟ୍ ୧୯ ସେକେଣ୍ଡର ଏହି ଭିଡିଓରେ ସାହିଦଙ୍କୁ ଜଣେ ପୋଲିସ ଅଧିକାରୀ ଭାବରେ ଦେଖିବାକୁ ମିଳିଛି।  ଟ୍ରେଲରରେ ସାହିଦଙ୍କ ରାଗ ଏବଂ ତାଙ୍କ ନିକଟତର ବନ୍ଧୁଙ୍କ ହତ୍ୟାର ପ୍ରତିଶୋଧ ନେବା ମନୋଭାବ ସହ ଆରମ୍ଭ ହୁଏ। ସେ କୁହନ୍ତି, 'ସେମାନେ ଆମ କାର୍ଯ୍ୟକ୍ରମରେ ପ୍ରବେଶ କଲେ, ଆମ ଭାଇକୁ ଗୁଳି କରି ହତ୍ୟା କଲେ । ଏବେ ଆମର ପ୍ରତ୍ୟେକ ରାସ୍ତା, ବ୍ୟବସ୍ଥା, ଅଞ୍ଚଳକୁ ପ୍ରବେଶ କରିବାର ପାଳି ଏବଂ ଏଥର ମୁଁ ସମ୍ପୂର୍ଣ୍ଣ ସ୍ୱାଧୀନତା ଚାହୁଁଛି । ପରେ ସାହିଦ କପୁର ଗୁଣ୍ଡାମାନଙ୍କୁ ନିର୍ମମ ଭାବରେ ମାରୁଥିବାର ଦେଖିବାକୁ ମିଳିଛି । ଏହା ପରେ ଜଣେ ପୋଲିସ ଅଧିକାରୀ ସାହିଦଙ୍କୁ କୁହନ୍ତି, 'ତୁମ ବିଷୟରେ, ପୋଲିସ ନା ମାଫିଆ ବିଷୟରେ ଏକ ଲେଖା ପ୍ରକାଶିତ ହୋଇଛି?' ଯାହାର ଉତ୍ତରରେ ସାହିଦ କୁହନ୍ତି, 'ମୁଁ ଜଣେ ମାଫିଆ'। 

ଏହା ମଧ୍ୟ ପଢନ୍ତୁ- ବଲିଉଡ୍‌ରେ ଏଣ୍ଟ୍ରି କରିବେ ଅଲ୍ଲୁ ଅର୍ଜୁନ୍‌! ସଞ୍ଜୟ ଲୀଲା ଭଁସାଲିଙ୍କୁ ଭେଟିବାର ଭିଡିଓ ଭାଇରାଲ୍‌

ତେବେ  ସାହିଦ କପୁରଙ୍କ ଏହି ବହୁ ପ୍ରତୀକ୍ଷିତ ଫିଲ୍ମ "ଦେବା"ର ନିର୍ମାତା ଗତାକାଲି ଏହାର ଟ୍ରେଲର ରିଲିଜ୍ କରିଛନ୍ତି । ରୋଶନ ଆଣ୍ଡ୍ରୁଜ୍ ନିର୍ଦ୍ଦେଶିତ ଏହି ଫିଲ୍ମରେ ପୂଜା ହେଗଡେ ସାହିଦଙ୍କ ସହ ସ୍କ୍ରିନ୍ ସେୟାର କରିବାକୁ ଯାଉଛନ୍ତି। ଏହା ଜି ଷ୍ଟୁଡିଓ ଏବଂ ରୟ କପୁର ଫିଲ୍ମସ୍ ଦ୍ୱାରା ମିଳିତ ଭାବରେ ନିର୍ମିତ। ବବି-ସଞ୍ଜୟ ଏବଂ ହୁସେନ ଦଲାଲଙ୍କ ଦ୍ୱାରା ଲିଖିତ ଏହି ଫିଲ୍ମଟି ଜାନୁଆରୀ ୩୧ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.