ପ୍ରମୂଖ ଖବର
  • ଆମେରିକାରେ କୃଷି ଆତଙ୍କବାଦ ଖେଳାଉଛି ଡ୍ରାଗନ୍ ! ସାଙ୍ଘାତିକ 'ବାୟୋ ଅସ୍ତ୍ର' ସହ ଧରାପଡ଼ିଲେ ଚୀନ୍ ନାଗରିକ
  • ||
  • କଟକ : ନକଲି ମୋବିଲ ତିଆରି କାରଖାନାରେ ଚଢାଉ, ୨ ଅଟକ
  • ||
  • ଆନନ୍ଦପୁର ପୌର ଉପାଧ୍ୟକ୍ଷ ଦୁର୍ଗା ଚରଣ ଦଳେଇଙ୍କ ଦେହାନ୍ତ
  • ||
  • ମାଲକାନଗିରି : ଟିପର ଧକ୍କାରେ ବାଇକ ଆରୋହୀ ମୃତ, ଘଟଣାସ୍ଥଳରେ ଚାପା ଉତ୍ତେଜନା
  • ||
  • କଟକ : ଭାରସାମ୍ୟ ହରାଇ ଓଲଟିଲା ଲୁହା ପ୍ଲେଟ୍ ବୋଝେଇ ଟ୍ରେଲର୍‌, ଡ୍ରାଇଭର ଗୁରୁତର
  • ||
  • ଜଗତସିଂହପୁର : ଶଙ୍ଖ ନଦୀ କୂଳରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ମାଲକାନଗିରି : ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ, ଘର ସାମ୍ନାରୁ ସୁନା ଭର୍ତ୍ତି ବ୍ୟାଗ୍‌ ଝାମ୍ପିନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ ମେଡିକାଲରେ ଅଭାବନୀୟ ଘଟଣା, ଭୁଲ୍ ଇଞ୍ଜେକ୍ସନ୍‌ ନେଲା ୬ ରୋଗୀଙ୍କ ଜୀବନ!
  • ||
  • ଭୁବନେଶ୍ଵର : ଆସନ୍ତା ତିନି ଦିନ ଯାଏ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ, ତାତିରୁ ମିଳିବନି ନିସ୍ତାର
  • ||
  • ମୟୂରଭଞ୍ଜ : ବେଆଇନ ବନ୍ଧୁକ ଗୁଳି କାରବାରର ମାଷ୍ଟର ମାଇଣ୍ଡ ଗିରଫ, ଲାଇସେନ୍ସ ବନ୍ଧୁକ ପାଇଁ କିଣି ଶିକାରୀଙ୍କୁ ବିକୁଥିଲା ଗୁଳି
  • ||

ସମ୍ବଲପୁର ରେଙ୍ଗାଲିରେ ବିକଶିତ କୃଷି ସଂକଳ୍ପ ଅଭିଯାନ, କୃଷିଜାତ ସାମଗ୍ରୀର ଉତ୍ପାଦନ ବଢାଇବା ଆମର ଉଦ୍ଦେଶ୍ୟ: ଧର୍ମେନ୍ଦ୍ର ପ୍ରଧାନ

Published By : Suraj Kumar | June 2, 2025 7:30 PM

ରେଙ୍ଗାଲି/ସମ୍ବଲପୁର, ୨।୬ – ସମ୍ବଲପୁର ଜିଲ୍ଲାରେ ଚାଷୀଙ୍କ ଆୟକୁ ବଢାଇବା ସହ ସବୁ ପ୍ରକାର ଚାଷର ଉତ୍ପାଦନ ବଢାଇବା ଆମର ମୂଳ ଉଦ୍ଦେଶ୍ୟ  । ସୋମବାର ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଠାରେ ବିକଶିତ କୃଷି ସଂକଳ୍ପ ଅଭିଯାନରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର କୃଷି କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବା ସହ ଚାଷ ଉତ୍ପାଦର ଉତ୍ପାଦନ ବଢାଇବା ଏବଂ ଚାଷୀଙ୍କ ଆୟକୁ ଦୁଇଗୁଣା କରିବା ପାଇଁ ଓଡ଼ିଶା ସମେତ ସାରା ଦେଶରେ “ବିକଶିତ କୃଷି ସଂକଳ୍ପ ଅଭିଯାନ” ଆରମ୍ଭ କରିଛନ୍ତି। ଏହି ବିକଶିତ କୃଷି ସଂକଳ୍ପ ଅଭିଯାନରେ ଦେଶର ୭୦୦ ଜିଲ୍ଲାରେ ୨୦୦୦ରୁ ଅଧିକ ବୈଜ୍ଞାନିକ ଦଳ ଗାଁ ଗାଁକୁ ଯାଇ ୧.୫ କୋଟିରୁ ଅଧିକ ଚାଷୀ ଭାଇଭଉଣୀମାନଙ୍କ ସହ ସିଧାସଳଖ କଥା ହେବେ । ଚାଷୀମାନଙ୍କୁ ନୂତନ ପ୍ରଯୁକ୍ତିବିଦ୍ୟା ଓ ସରକାରୀ ଯୋଜନା ସମ୍ବନ୍ଧୀୟ ସୂଚନା ପ୍ରଦାନ କରାଯିବ ।

 କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ଉପରେ ନିର୍ଭରଶୀଳ ଓଡ଼ିଶାରେ ମଧ୍ୟ କୃଷି ପରାମର୍ଶ ଓ ସୂଚନାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଦେଶର ଅନ୍ନଦାତାଙ୍କ ହାତମୁଠାକୁ ମଜଭୂତ୍ କରିବା ପାଇଁ ଡବଲ ଇଞ୍ଜିନ ସରକାର ବଦ୍ଧ ପରିକର। ସମ୍ବଲପୁର  ଚାଷୀମାନଙ୍କର ଅଞ୍ଚଳ । ଏଠାରେ ମୂଳ ଜୀବିକା ହେଉଛି ଚାଷ ।  ଚାଷ ବେଉସା ଏହି ଜିଲ୍ଲାର ଅର୍ଥନୀତିର ମେରୁଦଣ୍ଡ । ସମ୍ବଲପୁରରେ ଚାଷ କ୍ଷେତ୍ରରେ ଅନେକ ସମ୍ଭାବନା ଅଛି । ଏଠାରେ ଉତ୍ପାଦିତ ଆମ୍ବ ବାହାର ଦେଶକୁ ରପ୍ତାନୀ ହେଉଛି । ଆଗାମୀ ଦିନରେ ଡବଲ ଇଞ୍ଜିନ ସରକାର ସହଯୋଗରେ ଏହି ଜିଲ୍ଲାରେ ଜଳସେଚନକୁ ସୁବ୍ୟବସ୍ଥିତ କରାଯିବା ସହ କୃଷିଜାତ ଦ୍ରବ୍ୟ, ଉଦ୍ୟାନ ଜାତ କୃଷି ଦ୍ରବ୍ୟ, ପଶୁପାଳନ, ମତ୍ସ୍ୟଚାଷ,  ଗୋପାଳନ ଓ ଦୁଗ୍ଧ ଚାଷ ସମେତ ଆନୁଷାଙ୍ଗିକ କୃଷି କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି କରାଯିବା ପାଇଁ ବିସ୍ତୁତ ଯୋଜନା ହେବ । 

ଶ୍ରୀ ପ୍ରଧାନ କହିଛନ୍ତି ଯେ ଶୀତଳ ଭଣ୍ଡାର ପ୍ରତିଷ୍ଠା ସହ କୃଷି ବ୍ୟବସାୟକୁ ପ୍ରୋତ୍ସାହନ ଦେବା ପାଇଁ ଉଦ୍ୟମ ହେବ । ବିଶେଷ ଭାବରେ ଆଳୁ ଓ ଡାଲି ଉପରେ ଆମେ ନିର୍ଭରଶୀଳ ଥିବା ବେଳେ ଏହି ଚାଷ କିପରି ସମ୍ବଲପୁରରେ ଅଧିକ ଉତ୍ପାଦନ କରାଯିବ, ସେ ଦିଗରେ ଯୋଜନା ହେବ ।  ଗାଁ ଗାଁ ବୁଲି ଚାଷୀମାନଙ୍କ ମଧ୍ୟରେ ପନିପରିବା ଓ ଅନ୍ୟାନ୍ୟ ଫଳ ଉତ୍ପାଦନ ପାଇଁ ସଚେତନତା ସୃଷ୍ଟି କରାଯିବ। ସମ୍ବଲପୁରରେ ଉତ୍ପାଦିତ ହେଉଥବା ଫଳ ଓ ପନିପରିବାକୁ ବିଦେଶୀ ବଜାରରେ ପହଞ୍ଚାଇବା ପାଇଁ ପ୍ରଚେଷ୍ଟା ହେବ । ‘ନଗର ବନ ଯୋଜନା’ରେ ସମ୍ବଲପୁରର ପରିବେଶକୁ ସୁରକ୍ଷା ଦେବା ପାଇଁ ସାମୂହିକ ଉଦ୍ୟମ ହେବ । ଏଥିପାଇଁ ବୃକ୍ଷରୋପଣ କରିବା ପାଇଁ ଶ୍ରୀ ପ୍ରଧାନ ଜନସାଧାରଣଙ୍କୁ ଆହ୍ୱାନ କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ‘ବିକଶିତ କୃଷି ସଂକଳ୍ପ ଅଭିଯାନ’ ଉପରେ ସଚେତନତା ସୃଷ୍ଟି କରିବା ପାଇଁ ଏକ ‘କୃଷି ରଥ’ର ଶୁଭାରମ୍ଭ କରିବା ସହ ଚାଷୀମାନଙ୍କୁ ସଏଲ୍ ହେଲଥ୍ କାର୍ଡ ବିତରଣ କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.