ପ୍ରମୂଖ ଖବର
  • ପହଲଗାମ ଆକ୍ରମଣରେ ଟିଆରଏଫର ସଂପୃକ୍ତି ନେଇ ପ୍ରମାଣ ମାଗିଲା ପାକିସ୍ତାନ
  • ||
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

‘ମୁଁ ଆଧୁନିକ ଅଭିମନ୍ୟୁ,ଚକ୍ରବ୍ୟୁହକୁ ଭାଙ୍ଗିଦେଲି’, ମହାରାଷ୍ଟ୍ରରେ ବମ୍ପର ବିଜୟ ପରେ କହିଲେ ଫଡନାଭିସ୍

Published By : Harapriya Biswal | November 23, 2024 4:49 PM

ମୁମ୍ବାଇ,୨୩।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପିର ବଡ଼ ଧରଣର ବିଜୟ । ରାଜ୍ୟର ଉପ-ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ ବହୁ ବଡ଼ ନେତାଙ୍କ ସହ ମିଶି ଗଣମାଧ୍ୟମ ସହ ଆଲୋଚନା କରିଛନ୍ତି। ‌ସେ ଏହା କହିଛନ୍ତି ଯେ, ଏହା ବିଜୟର ଏକତା। ଆମେ ସବୁ ଏକାଠି ମିଶି ନିର୍ବାଚନ ଲଢିଛୁ ଓ ଜନତା ମହାୟୁତିକୁ ଆର୍ଶିବାଦ ଦେଇଛନ୍ତି। ସେ ନିଜକୁ ଏହି ସମୟରେ ଆଧୁନିକ ଅଭିମନ୍ୟୁ ବୋଲି କହିଛନ୍ତି ।

ଫଡନାଭିସ୍ କହିଛନ୍ତି, ଆମେ ଫେକ ନ୍ୟାରେଟିଭ୍‌କୁ ଭାଙ୍ଗି ଦେଇଛୁ। ମୁଁ ଆଧୁନିକ ଯୁଗର ଅଭିମନ୍ୟୁ ଓ ଚକ୍ରବ୍ୟୁହକୁ ଭାଙ୍ଗିବା ଜାଣିଛି। ଉପ-ମୁଖ୍ୟମନ୍ତ୍ରୀ କହିଛନ୍ତି, ମହାରାଷ୍ଟ୍ରର ସବୁ ଲୋକ ମିଶିକି ଜିତାଇଛନ୍ତି। ଲାଡଲି ବେହନ ଓ ଲାଡଲି ଭାଇଙ୍କର ଆମକୁ ସମର୍ଥନ ମିଳିଛି। ଲୋକସଭା ନିର୍ବାଚନରେ ଯେଉଁ ଫେକ୍ ନ୍ୟାରେଟିଭ୍‌  ପ୍ରସ୍ତୁତ କରାଯାଇଛି, ଆମେ ତାକୁ ଭାଙ୍ଗି ଦେଇଛୁ।’

ବିଜେପି ଲିଡର କହିଛନ୍ତି, ଆମେ ତାଙ୍କର ଚକ୍ରବ୍ୟୁହକୁ ଭାଙ୍ଗି ଦେଇଛୁ, ଯାହା ଆମ ବିରୋଧରେ ରଚା ଯାଇଥିଲା। ଏହି ନିର୍ବାଚନରେ ଏକ ଧର୍ମ ବିଶେଷ ଧ୍ରୁବୀକରଣର ଚେଷ୍ଟା କରାଯାଇଥିଲା, କିନ୍ତୁ ସେ ସଫଳ ହୋଇନଥିଲେ। ଆମକୁ ସବୁ ସାଧୁ-ସନ୍ଥଙ୍କ ଆର୍ଶୀବାଦ ମିଳିଛି ଓ ସେମାନେ ଏକ ରହିବାକୁ ନିର୍ଦେଶ ଦେଇଛନ୍ତି। ଆମର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର ଓ ଛୋଟ ଦଳ ମଧ୍ୟ ମିଶିକି କାମ କରିଛନ୍ତି। ମହାୟୁତିର ହେଉଛି ଏହା ବିଜୟ। ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କୃତଜ୍ଞତା ଜଣାଉଛି, ଯାହାଙ୍କ କାରଣରୁ ଆମକୁ ବିଜୟ ମିଳିଛି। ଏହାଛଡା ଗୃହମନ୍ତ୍ରୀ ଅମିତ ଶାହଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି। ସେ ସମୟ ଦେଲେ ଓ ଆମେ ଜିତି ପାରିଲୁ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.