ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ଦେବେନ୍ଦ୍ର ଫଡ଼ନାଭିସ୍‌, ଘୋଷଣା କଲେ ବିଜେପି ନେତା ମୁଙ୍ଗତିଓ୍ବାର

Published By : Tapas Panda | December 2, 2024 9:06 PM

Image Courtesy: indiatvnews

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ନେଇ ସମୀକରଣ ସ୍ପଷ୍ଟ ହେଉନାହିଁ । ବିଜେପି ନେତା ଦେବେନ୍ଦ୍ର ଫଡ଼ନାଭିସ୍‌ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ଲାଗି ରହିଛି । ଏହାରି ମଧ୍ୟରେ ବିଜେପି ନେତା ଏବଂ ପୂର୍ବତନ ମନ୍ତ୍ରୀ ସୁଧିର ମୁଙ୍ଗତିଓ୍ବାର କହିଛନ୍ତି, ବିଜେପି କୌଣସି ଚକିତ କଲା ଭଳି ଘୋଷଣା କରିବ ନାହିଁ । ଦେବେନ୍ଦ୍ର ଫଡ଼ନାଭିସ ହିଁ ମୁଖ୍ୟମନ୍ତ୍ରୀ ହେବେ ଏବଂ ବିଧାୟକ ଦଳ ବୈଠକରେ ଏନେଇ ନିଷ୍ପତ୍ତି ହେବ । ଏଭଳି ନିଷ୍ପତ୍ତି ଲାଗି ଏକନାଥ ସିନ୍ଦେ  ନାରାଜ ନାହାନ୍ତି ବୋଲି ସେ କହିଛନ୍ତି ।   

ସେ ଆହୁରି କହିଛନ୍ତି, ‘ସିନ୍ଦେ ଆମ ସସସ୍ତଙ୍କର ଭଲ ଯତ୍ନ ନେଇଛନ୍ତି । ସେ ସର୍ବଦା ସମ୍ମାନର ପାତ୍ର ଏବଂ ସେ ଆଗାମୀ ସରକାରରେ ଏକ ଅଂଶ ହୋଇ ରହିବେ ବୋଲି ଆଶା । ଲୋକମାନେ ବିପୁଳ ସଂଖ୍ୟାରେ ଭୋଟ୍‌ ଦେଇ ମହାୟୁତିକୁ ଜିତାଇଛନ୍ତି ।’ ସେହିଭଳି ନଭେମ୍ବର ୫ରେ ମୁମ୍ବାଇରେ ଏକ ଭବ୍ୟ ଶପଥ ଗ୍ରହଣ ଉତ୍ସବର ଆୟୋଜନ ହେବ ବୋଲି ମୁଙ୍ଗତିଓ୍ବାର କହିଛନ୍ତି । ଏହା ପୂର୍ବରୁ ଅନ୍ୟ ଜଣେ ବିଜେପି ନେତା ରବିବାର କହିଥିଲେ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଲାଗି ଦେବେନ୍ଦ୍ର ଫଡ଼ନାଭିସଙ୍କ ନାଁ ସ୍ଥିର ହୋଇସାରିଛି । ତାଙ୍କୁ ବିଧାୟକ ଦଳ ବୈଠକରେ ନେତା ଚୟନ କରାଯିବ । 

ସେପଟେ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ନେଇ ବିଜେପିର ନିଷ୍ପତ୍ତିକୁ ସମର୍ଥନ କରିବେ ବୋଲି ଏକନାଥ ସିନ୍ଦେ କହିଥିଲେ । ସିନ୍ଦେଙ୍କ ପୁଅ ଶ୍ରୀକାନ୍ତ ଉପମୁଖ୍ୟମନ୍ତ୍ରୀ ହେବେ ଏବଂ ଶିବସେନା ଗୃହ ବିଭାଗ ଦାବି କରୁଥିବା ନେଇ ଚର୍ଚ୍ଚା ମଧ୍ୟରେ ଏକନାଥ ସିନ୍ଦେ କହିଛନ୍ତି, ମହାୟୁତି ସହଯୋଗୀ ବିଜେପି, ଏନସିପି ଏବଂ ଶିବସେନା ସରକାର ଗଠନ ନେଇ ନିଷ୍ପତ୍ତି ନେବେ । ମହାରାଷ୍ଟ୍ର ନିର୍ବାଚନରେ ମହାୟୁତିକୁ ବୃହତ୍ତ ବିଜୟ ମିଳିଥିଲେ ହେଁ ରାଜ୍ୟରେ ନୂଆ ସରକାର ଗଠନ ହୋଇପାରି ନାହିଁ । ଏକ ସପ୍ତାହରୁ ଅଧିକ ସମୟ ବିତିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ କିଏ ହେବେ ତାକୁ ନେଇ ସସପେନ୍ସ ଜାରି ରହିଛି । ଏସବୁ ଭିତରେ ଡିସେମ୍ବର ୫ ସନ୍ଧ୍ୟରେ ମୁମ୍ବାଇର ଆଜାଦ ମୈଦାନରେ ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହେବ ବୋଲି ମହାୟୁତି ପକ୍ଷରୁ ସ୍ଥିର ହୋଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.