ଗୋପାଳପୁର, ୧୧/୦୬: ଗଞ୍ଜାମ ଜିଲ୍ଲା ଗୋପାଳପୁର ସିଗିଡି ସାହି ସ୍ଥିତ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ପାଳନ ହୋଇଛି । ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଠାକୁରଙ୍କୁ ପହଣ୍ଡି କରାଇ ସ୍ନାନ ମଣ୍ଡପକୁ ଅଣାଯାଇ ୧୦୮ ଗରାରେ ସୁଗନ୍ଧିତ ଜଳରେ ସ୍ନାନ କରାଯାଇଥିଲା। କର୍ତ୍ତା ଭାବେ କନ୍ଧ ମହାପାତ୍ର, ମନ୍ଦିର ପୂଜାରୀ ଲକ୍ଷଣ ପଣ୍ଡା ପୂଜାର୍ଚ୍ଚନା କରିଥିଲେ।
ସେବାୟତ ଭାବେ ଗାଣ୍ଡୁ ପାତ୍ର, ଗୋପାଳ କୃଷ୍ଣ ପଣ୍ଡା, ସନ୍ତୋଷ କୁମାର ପଣ୍ଡା, ଲିଙ୍ଗରାଜ ପଣ୍ଡା, ପଞ୍ଚାନନ ସାହୁ, ବାପୁଜୀ ଅଧିକାରୀ, ସୁଦର୍ଶନ ସାହୁ ପ୍ରମୁଖ ଉପସ୍ଥିତ ରହି ଦେବ ନୀତି ତୁଲାଇଥିଲେ। ମନ୍ଦିର କମିଟି ପକ୍ଷରୁ ଏମ.ପୋତନା, ହରିହର ସାହୁ, ପଞ୍ଚୁ ବେହେରା, ଲକ୍ଷ୍ମଣ ସାହୁ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ । ଆଖ ପାଖ ଅଞ୍ଚଳରୁ ବହୁ ଭକ୍ତ ଉପସ୍ଥିତ ଥିଲେ।