ପ୍ରମୂଖ ଖବର
  • ଅପରେସନ୍ 'ସିନ୍ଦୂର' ; ୬ ନୁହେଁ ପାକିସ୍ତାନର ୯ବିମାନକୁ ମାଟିରେ ମିଶାଇଛି ଭାରତ
  • ||
  • ସଂସଦ ମୌସୁମୀ ଅଧିବେଶନ; ୨୧ ଜୁଲାଇରୁ ୧୨ ଅଗଷ୍ଟ ଯାଏ ଚାଲିବ
  • ||
  • ଜଗତସିଂହପୁର : ପାରାଦୀପ ଆଇସ୍ ଫ୍ୟାକ୍ଟ୍ରିରୁ ଲିକ୍‌ ହେଲା ଆମୋନିଆ ଗ୍ୟାସ୍, ୪ ଅସୁସ୍ଥ
  • ||
  • ବାଲେଶ୍ୱର : ମିନତୀ ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟରେ ପୁଲିସର ଚଢାଉ,୧୦ ଯୁବତୀ ଅଟକ
  • ||
  • ବାଲେଶ୍ୱର : ପୋଖରୀରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • ବଢିଲା କରୋନା ଭୟ; ୨୪ ଘଣ୍ଟାରେ ୨୭୬ ଆକ୍ଟିଭ କେସ୍‌, ୭ମୃତ
  • ||
  • ବ୍ରହ୍ମପୁର : ଲାଞ୍ଚ ନେଇ ଧରାପଡ଼ିଲେ ମହିଳା ଏଏସ୍‌ଆଇ,୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ
  • ||
  • ମୟୂରଭଞ୍ଜ : ୪ଟି ଥାନାର ଅଧିକାରୀଙ୍କୁ ନେଇ ଗୋବିନ୍ଦରାୟପୁର ଓ ତାଳପଦାରେ ମିଳିତ ଚଢ଼ାଉ,ପାଖାପାଖି ୪ଶହ ଗାଈଗୋରୁ ଉଦ୍ଧାର
  • ||
  • ସରଣ୍ଡା ଜଙ୍ଗଲରୁ ଆଉ ୭୦୦ କିଲୋ ବିସ୍ଫୋରକ ଜବତ, ମାଟି ତଳେ ଲୁଚାଇ ରଖିଥିଲେ ମାଓବାଦୀ
  • ||
  • କାର୍ ଉପରେ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍, ୯ ମୃତ
  • ||
  • ଆମେରିକାରେ କୃଷି ଆତଙ୍କବାଦ ଖେଳାଉଛି ଡ୍ରାଗନ୍ ! ସାଙ୍ଘାତିକ 'ବାୟୋ ଅସ୍ତ୍ର' ସହ ଧରାପଡ଼ିଲେ ଚୀନ୍ ନାଗରିକ
  • ||
  • କଟକ : ନକଲି ମୋବିଲ ତିଆରି କାରଖାନାରେ ଚଢାଉ, ୨ ଅଟକ
  • ||
  • ଆନନ୍ଦପୁର ପୌର ଉପାଧ୍ୟକ୍ଷ ଦୁର୍ଗା ଚରଣ ଦଳେଇଙ୍କ ଦେହାନ୍ତ
  • ||
  • ମାଲକାନଗିରି : ଟିପର ଧକ୍କାରେ ବାଇକ ଆରୋହୀ ମୃତ, ଘଟଣାସ୍ଥଳରେ ଚାପା ଉତ୍ତେଜନା
  • ||
  • କଟକ : ଭାରସାମ୍ୟ ହରାଇ ଓଲଟିଲା ଲୁହା ପ୍ଲେଟ୍ ବୋଝେଇ ଟ୍ରେଲର୍‌, ଡ୍ରାଇଭର ଗୁରୁତର
  • ||
  • ଜଗତସିଂହପୁର : ଶଙ୍ଖ ନଦୀ କୂଳରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ମାଲକାନଗିରି : ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ, ଘର ସାମ୍ନାରୁ ସୁନା ଭର୍ତ୍ତି ବ୍ୟାଗ୍‌ ଝାମ୍ପିନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ ମେଡିକାଲରେ ଅଭାବନୀୟ ଘଟଣା, ଭୁଲ୍ ଇଞ୍ଜେକ୍ସନ୍‌ ନେଲା ୬ ରୋଗୀଙ୍କ ଜୀବନ!
  • ||
  • ଭୁବନେଶ୍ଵର : ଆସନ୍ତା ତିନି ଦିନ ଯାଏ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ, ତାତିରୁ ମିଳିବନି ନିସ୍ତାର
  • ||
  • ମୟୂରଭଞ୍ଜ : ବେଆଇନ ବନ୍ଧୁକ ଗୁଳି କାରବାରର ମାଷ୍ଟର ମାଇଣ୍ଡ ଗିରଫ, ଲାଇସେନ୍ସ ବନ୍ଧୁକ ପାଇଁ କିଣି ଶିକାରୀଙ୍କୁ ବିକୁଥିଲା ଗୁଳି
  • ||

ଶୃଙ୍ଖଳିତ ରଥଯାତ୍ରା ପାଇଁ ଡିଜିଙ୍କ ବୈଠକ; ସୁରକ୍ଷା ପାଇଁ ପ୍ରସ୍ତୁତ ହେଲା ବ୍ଲୁ ପ୍ରିଣ୍ଟ

Published By : Bijay Swain | June 2, 2025 9:47 PM

ଭୁବନେଶ୍ୱର, ୨/୬: ଆସନ୍ତା ଜୁନ ମାସ ୨୭ ତାରିଖରେ ପୁରୀର ବିଶ୍ଵପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି I ଏହି ରଥଯାତ୍ରାକୁ ଶୃଙ୍ଖଳିତ ଏବଂ ସୁପରିଚାଳନା କରିବା ନିମନ୍ତେ ଆଜି ଅପରାହ୍ନରେ କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟIଳୟଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା I ଏହି ଅବସରରେ ଡିଜିପି ଶ୍ରୀ ଖୁରାନିଆ ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ସକ୍ରିୟ ତଥା ସଜାଗ ରହିବାକୁ ବରିଷ୍ଠ ପୋଲିସ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ I ଶ୍ରୀ ଜଗନ୍ନାଥ ମନ୍ଦିର ପରମ୍ପରା ଅନୁଯାୟୀ ଶ୍ରୀଜୀଉଙ୍କ ରୀତିନୀତି ବିଭିନ୍ନ ତାରିଖରେ ପାଳନ କରାଯିବ I ଶ୍ରୀଜୀଉଙ୍କ ଗୁରୁତ୍ୱପୂର୍ଣ୍ଣ ନୀତିକାନ୍ତି ମଧ୍ୟରେ ଜୁନ ୧୧ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା, ଜୁନ ୨୬ ତାରିଖରେ ନବଯୌବନ ଦର୍ଶନ, ଜୁନ ୨୭ ତାରିଖରେ ରଥଯାତ୍ରା, ଜୁଲାଇ ୦୧ ତାରିଖରେ ହେରା ପଞ୍ଚମୀ, ଜୁଲାଇ ୦୪ ତାରିଖରେ ସନ୍ଧ୍ୟା ଦର୍ଶନ,  ଜୁଲାଇ ୦୫ରେ ବାହୁଡା ଯାତ୍ରା, ଜୁଲାଇ ୦୬ ତାରିଖରେ ସୁନାବେଶ, ଜୁଲାଇ ୦୭ରେ ଅଧରପଣା  ଓ ଜୁଲାଇ ୮  ତାରିଖରେ ନୀଳାଦ୍ରିବିଜେ ଅନୁଷ୍ଠିତ ହେବ I ଏହି ଉପଲକ୍ଷେ ଦେଶ ବିଦେଶରୁ ଲକ୍ଷାଧିକ ଭକ୍ତ ପୁରୀରେ ସମାଗମ ହେବେ।

ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ସୁରକ୍ଷା ବନ୍ଦୋବସ୍ତ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା I ରଥଯାତ୍ରା ନିମନ୍ତେ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରିବା ସହ ବରିଷ୍ଠ ପୋଲିସ ଅଧିକାରୀମାନେ ସ୍ଵତନ୍ତ୍ର କାର୍ଯ୍ୟ ପାଇଁ ନିୟୋଜିତ ହେବେ I ସହରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡିକରେ  ସିସିଟିଭି ସ୍ଥାପନ, ଟ୍ରାଫିକ ସୁପରିଚାଳନା ନିମନ୍ତେ ରୋଡ ଡିଭାଇଡର, ଡ଼ିଲିନେଟର ଓ ଟ୍ରାଫିକ ଜୋନ ବ୍ୟବସ୍ଥା, ସହରର ବିଭିନ୍ନ ସ୍ଥାନରେ ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା, ଶୃଙ୍ଖଳିତ ଟ୍ରାଫିକ ବ୍ୟବସ୍ଥାର ପରିଚାଳନା ଆଦି ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। ସେହିପରି ସମୁଦ୍ର କୂଳରେ ପୋଲିସ ପକ୍ଷରୁ ପାଟ୍ରୋଲିଂ କଡାକଡି ଓ ଅସ୍ଥାୟୀ ପୋଲିସ ଆଉଟପୋଷ୍ଟ ଖୋଲାଯିବା ସମ୍ପର୍କରେ ମଧ୍ୟ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଏହାବ୍ୟତୀତ ରେଳବାଇ ପୋଲିସ ପକ୍ଷରୁ ପୁରୀ, ଭୁବନେଶ୍ବର, ଖୋର୍ଦ୍ଧା, ଜଟଣୀ ଆଦି ରେଳ  ଷ୍ଟେସନରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ଆରପିଏଫ ସହ ଉପଯୁକ୍ତ ସମନ୍ଵୟ ରଖି କାର୍ଯ୍ୟ କରିବାକୁ ଡିଜିପି ପରାମର୍ଶ ଦେଇଥିଲେ। 

ଏହା ସହ ପୁରୀ ସହରରେ ଅପରାଧ ନିୟନ୍ତ୍ରଣ ପାଇଁ ସମସ୍ତ ଥାନା ଅଞ୍ଚଳରେ ଅପରାଧୀଙ୍କ ବିରୋଧରେ ସ୍ଵତନ୍ତ୍ର ଡ୍ରାଇଭ, ହୋଟେଲ ଏବଂ ଲଜ ଗୁଡିକରେ ନିୟମିତ ଯାଞ୍ଚ, ରକ୍ଷକ ଯାନ ମୁତୟନ, K-9 ସ୍କ୍ବାର୍ଡ ମୁତୟନ, ଦଳା ଚକଟା ଭଳି ପରିସ୍ଥିତିକୁ ଏଡାଇବା ନିମନ୍ତେ ସଜାଗ ତଥା ସ୍ୱତନ୍ତ୍ର ବ୍ୟବସ୍ଥା, ଅତି ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ପାଇଁ ସ୍ୱତନ୍ତ୍ର ହେଲିପ୍ୟାଡ଼, ପୋଲିସ ଫୋର୍ସଙ୍କ ରହଣି ନିମନ୍ତେ ସ୍ୱତନ୍ତ୍ର ସୁବିଧା, ଶୃଙ୍ଖଳିତ ରଥଟଣା, ବ୍ୟାରିକେଡ଼ ବ୍ୟବସ୍ଥା, ଜିଲ୍ଲା ପ୍ରଶାସନ ସହ ମିଶି ବିଭିନ୍ନ ଅସୁବିଧାର ଆଶୁ ସମାଧାନ ଏବଂ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ନିମନ୍ତେ ସ୍ୱତନ୍ତ୍ର ସୁବିଧା ଇତ୍ୟାଦି ସମ୍ପର୍କରେ ଡିଜିପି ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଏହାସହ ବୈଠକରେ ଆପାତକାଳୀନ ପରିସ୍ଥିତିର ମୁକାବିଲା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। 

ଏହି ବୈଠକରେ   ଆଭାସୀ ମାଧ୍ୟମରେ ନିର୍ଦ୍ଦେଶକ (ଗୁଇନ୍ଦା) ଶ୍ରୀ ଆର. ପି. କୋଚେ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୁନିକୀକରଣ) ଶ୍ରୀ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ରେଳ ଏବଂ ଉପକୂଳ ସୁରକ୍ଷା) ଶ୍ରୀ ଅରୁଣ ବୋଥ୍ରା, ଅତିରିକ୍ତ ଆରକ୍ଷୀ   ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାର, ପରିବହନ କମିଶନର ଶ୍ରୀ ଅମିତାଭ ଠାକୁର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (କମ୍ଯୁନିକେସନ) ଶ୍ରୀ ଦୟାଲ ଗଙ୍ଗୱାର , ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଏସଏପି) ଶ୍ରୀ ରାଜେଶ କୁମାର, ଆଇଜି (କେନ୍ଦ୍ରାଞ୍ଚଳ) ଶ୍ରୀ ଏସ. ପ୍ରବୀଣ କୁମାର, ଆଇଜି (ଅପରେସନ) ଡ. ଦୀପକ କୁମାର, ଆଇଜି (ବିପିଏସପିଏ) ଶ୍ରୀ ଅନୁପ ସାହୁ, ଆଇଜି (କ୍ରାଇମବ୍ରାଞ୍ଚ) ଡ. ସାର୍ଥକ ଷଡଙ୍ଗୀ, ଡିଆଇଜି (ପ୍ରୋଭିଜନିଂ) ଶ୍ରୀ ଚରଣ ସିଂ ମିନା, ଡିଆଇଜି (ଏସଆଇଡବ୍ଲୁ) ଡ. କନୱାର ବିଶାଳ ସିଂ ,ଡିଆଇଜି (ଏସଟିଏଫ) ଶ୍ରୀ ପିନାକ ମିଶ୍ର, ଏସପି (ରେଲୱେ) ଶ୍ରୀ ବିବେକାନନ୍ଦ ଶର୍ମା, ଏସପି (ପୁରୀ) ଶ୍ରୀ ଭିନୀତ ଅଗ୍ରୱାଲଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ I

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.