ଭୁବନେଶ୍ବର,୨୯।୧୧ : ରାୟପୁରଠାରେ ପୁଲିସ ମହାନିର୍ଦ୍ଦେଶକ ଏବଂ ମହାନିରୀକ୍ଷକଙ୍କ ସମ୍ମିଳନୀ ଶନିବାର ଆରମ୍ଭ ହୋଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତା କରିଥିଲେ। ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି- ଏହି ସମ୍ମିଳନୀରେ ଭାରତର ସୁରକ୍ଷା ବ୍ୟବସ୍ଥା ସହ ଜଡ଼ିତ ବିଭିନ୍ନ ଦିଗ ଉପରେ ବ୍ୟାପକ ଆଲୋଚନା ହୋଇଛି। ଏହି ମଞ୍ଚ ଜାତୀୟ ସୁରକ୍ଷା କ୍ଷେତ୍ରରେ ସର୍ବୋତ୍ତମ ଅଭ୍ୟାସ ଏବଂ ନବସୃଜନ ବାଣ୍ଟିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଭାବରେ କାର୍ୟ୍ୟ କରିଥାଏ ।