ପୁରୀ ୧୨/୫ : ପୁରୀରେ ପୋଲିସ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ। ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ମନ୍ଦିରର ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କଲେ ଡିଜିପି। ବଡ଼ଦେଉଳ ସୁରକ୍ଷାରେ ମୁତୟନ ହେଲା ଆର୍ମଡ୍ ଭେଇକିଲ୍। ଏଥିସହ ସ୍ନାନଯାତ୍ରା ଓ ରଥଯାତ୍ରା ସମୟରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ସମୀକ୍ଷା କରିଛନ୍ତି।
ସୂଚନା ଅନୁଯାୟୀ, ସୋମବାର ସକାଳୁ ସକାଳୁ ପୋଲିସ ମହାନିର୍ଦ୍ଦେଶକ ଓ୍ୱାଇ ବି ଖୁରାନିଆ ପୁରୀ ପହଞ୍ଚିଥିଲେ । ଏହି ଅବସରରେ ପ୍ରଥମେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଏହାସହିତ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ। ପୁରୀ ପୋଲିସ ଅଧିକ୍ଷକ (ଏସପି)ଙ୍କ କାର୍ଯ୍ୟାଳୟରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଆସନ୍ତା ସ୍ନାନ ପୂର୍ଣ୍ଣିମା ଓ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ନେଇ ଏକ ବୈଠକରେ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏଥିସହିତ ସୁରକ୍ଷା, ଶୃଙ୍ଖଳିତ ଦର୍ଶନ, ଟ୍ରାଫିକ୍ ବ୍ୟବସ୍ଥା ନେଇ ବୈଠକ ଆଲୋଚନ କରିଛନ୍ତି ପୋଲିସ ଡିଜିପି। ଏହି ଅବସରରେ ଅତିରିକ୍ତ ଡିଜିପି ସଞ୍ଜୟ କୁମାର, ଅମିତାଭ ଠାକୁର, ଦୟାଲ ଗଙ୍ଗୱାର, ପ୍ରବୀଣ କୁମାର, ଅନୁପ ସାହୁ ଏବଂ ପିନାକୀ ମିଶ୍ରଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ଏବଂ ଏସପି ବିନିତ ଅଗ୍ରୱାଲ ଉପସ୍ଥିତ ଥିଲେ।