ନୂଆଦିଲ୍ଲୀ: ଧନଶ୍ରୀ ବର୍ମା ପୁଣି ଖବରର ଶିରୋନାମା ପାଲଟିଛନ୍ତି । ଚହଲଙ୍କ ସହ ଛାଡ଼ପତ୍ର ହେବା ପରେ ମଧ୍ୟ ଗଣମାଧ୍ୟମରେ ହେଡଲାଇନ ପାଲଟିଥିଲେ । ଆଉ ଏବେ ହାସ୍ୟ ଅଭିନେତା କୁକିଙ୍କ ସହ ହ୍ୟାନ୍ସ କରୁଥିବାରୁ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଫ୍ୟାନ୍ସମାନେ ବିଭିନ୍ନ କମେଣ୍ଟମାନ କରୁଥିବା ଦେଖିବାକୁ ମିଳିଛି ।

ନିକଟରେ ଓ୍ବେଲକମ୍ ଟୁ’ର ଟ୍ରେଲର ରିଲିଜ ହୋଇଛି । ଏହି ଫିଲ୍ମର ଅଂଶ ରହିଛନ୍ତି ଏହି ହାସ୍ୟ ଅଭିନେତା । ତେବେ ଟ୍ରେଲର ରିଲିଜ ହେବା ପରେ ଏକ ଗୀତରେ ଧନଶ୍ରୀଙ୍କ ସହ ସେ ଡ୍ୟାନ୍ସ କରୁଥିବାର ଏକ ଭିଡିଓ ବନାଇଥିଲେ । ଉଭୟ ବେଶ ଭଲ ଡ୍ରାନ୍ସ କରିଛନ୍ତି । ଉଭୟ କମେଡି ଅନ୍ଦାଜରେ ଏହି ଭିଡିଓ ବନାଇଛନ୍ତି । ଧନଶ୍ରୀ ଜଣେ ଭଲ ଡ୍ୟାନ୍ସର । ତେତେ ଏହି ଭିଡିଓକୁ ନେଇ ୟୁଜର୍ସମାନେ ତାଙ୍କୁ ଟ୍ରୋଲ ମଧ୍ୟ କରୁଥିବା ଦେଖିବାକୁ ମିଳିଛି ।

ଅନେକ ୟୁଜର୍ସ ଏହି ଭିଡିଓରେ ସକରାତ୍ମକ କମେଣ୍ଟ କରିଛନ୍ତି । ଏହାସହ ଭିଡିଓକୁ ଭଲ ପାଇବା ଦେବା ସହ ସେୟାର କରୁଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି କି, ଭିଡିଓଟି ଭଲ ହୋଇଛି । ଅନ୍ୟଜଣେ ଲେଖିଛନ୍ତି କି, ଆପଣଙ୍କ କମେଡି ଅନ୍ଦାଜ ବେଶ ଭଲ ଲାଗୁଛି । ଏଭଳି ଭାବେ ଅନେକ ୟୁଜର୍ସ ଧନଶ୍ରୀଙ୍କ ଡାଇରେକ୍ସନକୁ ମଧ୍ୟ ପସନ୍ଦ କରିଛନ୍ତି ।