ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ତଲାକ୍‌ରେ ମୋହର ବାଜିବା କ୍ଷଣି ରିଲିଜ ହେଲା ଧନଶ୍ରୀଙ୍କ ଏହି ଗୀତ , ୟୁଜର କହିଲେ – ୟୁଜି ଭାଇଙ୍କ ...

Published By : Prameya | March 20, 2025 10:29 PM

ମୁମ୍ୱାଇ : ଅଭିନେତ୍ରୀ ତଥା କୋରିଓଗ୍ରାଫର ଧନଶ୍ରୀ ବର୍ମା ଓ କ୍ରିକେଟର ୟଜୁବେନ୍ଦ୍ର ଚହଲଙ୍କ ତଲାକ୍‌ରେ ଆଜି ଅର୍ଥାତ୍‌ ଗୁରୁବାର ଫ୍ୟାମିଲି କୋର୍ଟରେ ଅଫିସିଆଲି ଭାବେ ମୋହର ଲାଗିଛି। ମୁମ୍ୱାଇ ଫ୍ୟାମିଲି କୋର୍ଟ ଆଜି ଏହି କେସ୍‌ରେ ରାୟ ଶୁଣାଇଛନ୍ତି। ଅନ୍ତିମ ରାୟ ଆସିବା ପରେ ଚହଲ ଓ ଧନଶ୍ରୀଙ୍କ ଅନେକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଚର୍ଚ୍ଚାରେ ରହିଛି। ସାମ୍ୱାଦିକମାନେ ଅନେକ ଥର ପଚାରିବା ପରେ ମଧ୍ୟ ଦୁହେଁ ନିଜର ତଲାକ୍‌ର ଖବରକୁ ନେଇ ଚୁପ୍‌ ରହିଛନ୍ତି। ଏଥିରେ ଏବେ ଧନଶ୍ରୀ ନୂଆ ଗୀତ ରିଲିଜ କରିଛନ୍ତି। ଏହି ଗୀତର ଗାୟକୀ ସମସ୍ତଙ୍କର ଧ୍ୟାନ ଆକର୍ଷଣ କରିଛି ଏବଂ ଏହାକୁ ଅଭିନେତ୍ରୀଙ୍କର ପର୍ସନାଲ ଲାଇଫ୍‌ ସହ ଯୋଡ଼ି ଦେଖୁଛନ୍ତି। 

ତଲାକ୍‌ର ଦିନ ହିଁ ଧନଶ୍ରୀଙ୍କ ନୂଆ ଗୀତ ‘ଦେଖା ଜୀ ଦେଖା ମୈଁନେ’ ରିଲିଜ ହୋଇଛି। ଏହି ଗୀତରେ ଧନଶ୍ରୀଙ୍କୁ ଇମୋସନାଲ ହେବାର ଦେଖି ପାରିବେ। ଗୀତରେ ଧନଶ୍ରୀଙ୍କ ଯନ୍ତ୍ରଣା ଝଲସି ଉଠୁଛି । ଏଥିରେ ତାଙ୍କର ଆକ୍ଟିଂର ଖୁବ୍‌ ପ୍ରଶଂସା ହେଉଛି।  ‘ଦେଖା ଜୀ ଦେଖା ମୈଁନେ’ ଗୀତର କଥା ଯଦି କହିବା ତ , ଏଥିରେ ତାଙ୍କର ଅପୋଜିଟରେ ଅଭିନେତା ଇଶ୍ୱାକ୍ ସିଂହ ଲିଡ୍‌ରେ ନଜର ଆସିଛନ୍ତି। ଏଥିରେ ଦେଖି ପାରିବେ ଯେ ଧନଶ୍ରୀଙ୍କୁ ତାଙ୍କର ସ୍ୱାମୀ ଅର୍ଥାତ୍‌ ଇଶ୍ୱାକ୍‌ ସିଂହ ଧୋକା ଦେଉଛନ୍ତି। ଯେବେ ଏହି କଥା ଧନଶ୍ରୀଙ୍କୁ ଜଣାପଡେ ତ, ସେ ସ୍ୱାମୀଙ୍କ ପ୍ରତାରଣକୁ ସହି ପାରନ୍ତି ନାହିଁ ଏବଂ ତାଙ୍କୁ ଛାଡ଼ି ଚାଲି ଯାଆନ୍ତି । ଗୀତରେ ନିଜର ସ୍ୱର ଜ୍ୟୋତି ନୁରନ୍‌ ଦେଇଛନ୍ତି। 

ଧନଶ୍ରୀ ବର୍ମାଙ୍କ ଏହି ଗୀତ ଗୋଟେ ପରେଟ ଯେଉଁଠି ୟୁଜରମାନେ ଖୁବ୍‌ କରୁଥିବା ବେଳେ ଅନ୍ୟପଟେ ଏହି ଗୀତକୁ ଲୋକେ ଧନଶ୍ରୀଙ୍କ ପର୍ସନାଲ ଲାଇଫ୍‌ ସହ ଯୋଡ଼ିଛନ୍ତି। ଏହା ଉପରେ ଲଗାତାର ଅନେକ କମେଣ୍ଟ ମଧ୍ୟ ଆସିବାରେ ଲାଗିଛି। ଜଣେ ୟୁଜର ଏହା ଉପରେ କମେଣ୍ଟ ଦେଇଲେଖିଛନ୍ତି ,ୟୁଜି ଭାଇ ସପୋର୍ଟ ବଟନ । ଆଉ ଜଣେ ଲେଖିଛନ୍ତି , ୟୁଜି ଭାଇଙ୍କ ବାୟୋଗ୍ରାଫି କରିଦେଲେ ଧନଶ୍ରୀ ମାମ୍‌ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.