ମୁମ୍ୱାଇ : ଅଭିନେତ୍ରୀ ତଥା କୋରିଓଗ୍ରାଫର ଧନଶ୍ରୀ ବର୍ମା ଓ କ୍ରିକେଟର ୟଜୁବେନ୍ଦ୍ର ଚହଲଙ୍କ ତଲାକ୍‌ରେ ଆଜି ଅର୍ଥାତ୍‌ ଗୁରୁବାର ଫ୍ୟାମିଲି କୋର୍ଟରେ ଅଫିସିଆଲି ଭାବେ ମୋହର ଲାଗିଛି। ମୁମ୍ୱାଇ ଫ୍ୟାମିଲି କୋର୍ଟ ଆଜି ଏହି କେସ୍‌ରେ ରାୟ ଶୁଣାଇଛନ୍ତି। ଅନ୍ତିମ ରାୟ ଆସିବା ପରେ ଚହଲ ଓ ଧନଶ୍ରୀଙ୍କ ଅନେକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଚର୍ଚ୍ଚାରେ ରହିଛି। ସାମ୍ୱାଦିକମାନେ ଅନେକ ଥର ପଚାରିବା ପରେ ମଧ୍ୟ ଦୁହେଁ ନିଜର ତଲାକ୍‌ର ଖବରକୁ ନେଇ ଚୁପ୍‌ ରହିଛନ୍ତି। ଏଥିରେ ଏବେ ଧନଶ୍ରୀ ନୂଆ ଗୀତ ରିଲିଜ କରିଛନ୍ତି। ଏହି ଗୀତର ଗାୟକୀ ସମସ୍ତଙ୍କର ଧ୍ୟାନ ଆକର୍ଷଣ କରିଛି ଏବଂ ଏହାକୁ ଅଭିନେତ୍ରୀଙ୍କର ପର୍ସନାଲ ଲାଇଫ୍‌ ସହ ଯୋଡ଼ି ଦେଖୁଛନ୍ତି। 

ତଲାକ୍‌ର ଦିନ ହିଁ ଧନଶ୍ରୀଙ୍କ ନୂଆ ଗୀତ ‘ଦେଖା ଜୀ ଦେଖା ମୈଁନେ’ ରିଲିଜ ହୋଇଛି। ଏହି ଗୀତରେ ଧନଶ୍ରୀଙ୍କୁ ଇମୋସନାଲ ହେବାର ଦେଖି ପାରିବେ। ଗୀତରେ ଧନଶ୍ରୀଙ୍କ ଯନ୍ତ୍ରଣା ଝଲସି ଉଠୁଛି । ଏଥିରେ ତାଙ୍କର ଆକ୍ଟିଂର ଖୁବ୍‌ ପ୍ରଶଂସା ହେଉଛି।  ‘ଦେଖା ଜୀ ଦେଖା ମୈଁନେ’ ଗୀତର କଥା ଯଦି କହିବା ତ , ଏଥିରେ ତାଙ୍କର ଅପୋଜିଟରେ ଅଭିନେତା ଇଶ୍ୱାକ୍ ସିଂହ ଲିଡ୍‌ରେ ନଜର ଆସିଛନ୍ତି। ଏଥିରେ ଦେଖି ପାରିବେ ଯେ ଧନଶ୍ରୀଙ୍କୁ ତାଙ୍କର ସ୍ୱାମୀ ଅର୍ଥାତ୍‌ ଇଶ୍ୱାକ୍‌ ସିଂହ ଧୋକା ଦେଉଛନ୍ତି। ଯେବେ ଏହି କଥା ଧନଶ୍ରୀଙ୍କୁ ଜଣାପଡେ ତ, ସେ ସ୍ୱାମୀଙ୍କ ପ୍ରତାରଣକୁ ସହି ପାରନ୍ତି ନାହିଁ ଏବଂ ତାଙ୍କୁ ଛାଡ଼ି ଚାଲି ଯାଆନ୍ତି । ଗୀତରେ ନିଜର ସ୍ୱର ଜ୍ୟୋତି ନୁରନ୍‌ ଦେଇଛନ୍ତି। 

ଧନଶ୍ରୀ ବର୍ମାଙ୍କ ଏହି ଗୀତ ଗୋଟେ ପରେଟ ଯେଉଁଠି ୟୁଜରମାନେ ଖୁବ୍‌ କରୁଥିବା ବେଳେ ଅନ୍ୟପଟେ ଏହି ଗୀତକୁ ଲୋକେ ଧନଶ୍ରୀଙ୍କ ପର୍ସନାଲ ଲାଇଫ୍‌ ସହ ଯୋଡ଼ିଛନ୍ତି। ଏହା ଉପରେ ଲଗାତାର ଅନେକ କମେଣ୍ଟ ମଧ୍ୟ ଆସିବାରେ ଲାଗିଛି। ଜଣେ ୟୁଜର ଏହା ଉପରେ କମେଣ୍ଟ ଦେଇଲେଖିଛନ୍ତି ,ୟୁଜି ଭାଇ ସପୋର୍ଟ ବଟନ । ଆଉ ଜଣେ ଲେଖିଛନ୍ତି , ୟୁଜି ଭାଇଙ୍କ ବାୟୋଗ୍ରାଫି କରିଦେଲେ ଧନଶ୍ରୀ ମାମ୍‌ ।