ପ୍ରମୂଖ ଖବର
  • ଅନୁଗୁଳ : ଜମିବାଡ଼ି ଭାଗ କରିବା ପାଇଁ ମାଗୁଥିଲେ ଲାଞ୍ଚ, ଭିଜିଲାନ୍ସ ହାତରେ ଧରା ପଡ଼ିଲେ ବରିଷ୍ଠ କିରାଣୀ
  • ||
  • କନ୍ଧମାଳ : ମଦ୍ୟପ ପୁଅର ହାତୁଡ଼ି ମାଡ଼ରେ ଆଖି ବୁଜିଲା ବାପା, ପୋଲିସ ଆଗରେ ସତ ବଖାଣିଲା ଅଭିଯୁକ୍ତ
  • ||
  • ବିଧାନସଭା ବଜେଟ୍ ଅଧିବେଶନ, ପ୍ରଶ୍ନକାଳ ସ୍ବାଭାବିକ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଛନ୍ତି ମନ୍ତ୍ରୀ
  • ||
  • ମୁକୁନ୍ଦପୁର ଘାଟିରେ ବସ୍‌ ଓଲଟିବା ଘଟଣା, ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
  • ||
  • ଜଷ୍ଟିସ ବର୍ମାଙ୍କ ଘରୁ ଟଙ୍କା ଜବତ ମାମଲା: ୮ ପୁଲିସଙ୍କ ମୋବାଇଲ ଜବତ, ୮ ଅଧିକାରୀଙ୍କ ବୟାନ ବି ରେକର୍ଡ
  • ||
  • ମଣପ୍ପୁରମ ସୁନା ଲୁଟ୍‌ ଘଟଣା: ଦୁର୍ଦ୍ଦାନ୍ତ ସୁବୋଧ ସିଂହ ଗିରଫ, ଆଜି କୋର୍ଟରେ ହାଜର କରିବ ପୁଲିସ
  • ||
  • ରାଜଧାନୀରୁ ଗୋରୁ ଭର୍ତ୍ତି ପିକଅପ୍ ଗାଡ଼ି ଜବତ, ରାସ୍ତା ଉପରେ ଗାଡ଼ି ଛାଡ଼ି ଡ୍ରାଇଭର ଫେରାର
  • ||
  • ସାମାନ୍ୟ ବଚସାରୁ ରାଉରକେଲାରେ ଫୁଟିଲା ଗୁଳି, ଅଳ୍ପକେ ବର୍ତ୍ତିଲେ ଯୁବକ
  • ||
  • ଆଇପିଏଲ୍ ୨୦୨୫: ଆଜି ସୁପରକିଙ୍ଗ୍‌ସ-ରୟାଲ୍‌ ଚ୍ୟାଲେଞ୍ଜର୍ସ ଲଢ଼େଇ, ସ୍ପିନରଙ୍କୁ ସୁହାଇବ ଚିପକ୍‌ ପିଚ୍‌
  • ||
  • ମୟୂରଭଞ୍ଜ : ଭାରସାମ୍ୟ ହରାଇ ଗଛରେ ଝୁଲି ରହିଲା ୧୦୮ ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ ୩ ଆମ୍ବୁଲାନ୍ସ କର୍ମଚାରୀ
  • ||
  • ବାଲେଶ୍ୱର : ମର୍ଣ୍ଣିଙ୍ଗ୍ ୱାକ୍‌ କରିବା ବେଳେ ଅଘଟଣ, ସଡ଼କ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ଆସନ୍ତା ତିନି ଦିନ ନିଆଁ ବର୍ଷା: ୪୦ ଡିଗ୍ରୀ ଡେଇଁଲା ୮ ସହର ପାରଦ, ଆଜି ୪୨, କାଲି ୪୩ ଛୁଇଁବ ତାପମାତ୍ରା
  • ||

ଧନିଆ ଜେଜେଙ୍କ ଶେଷ ଇଛା ପୂରଣ ହେଲା, ଡିଜେ, ରୋଷଣିରେ ମଶାଣି ଗଲେ...

Published By : Prameya | February 9, 2025 2:53 PM

ବାସୁଦେବପୁର,୦୯/୦୨: ବାଜା, ବାଣ ଓ ରୋଷଣିରେ  କମ୍ପୁଥିଲା ରାସ୍ତା । ଲାଗୁଥିଲା ଯେମିତି ବାହାଘର  ଶୋଭାଯାତ୍ରା ଚାଲିଛି । ଗୋଟିଏ ନୁହେଁ ଦୁଇ ଦୁଇଟି ବ୍ୟାଣ୍ଡ  ପାର୍ଟି ବାଜା ବଜାଇ ରୋଷଣି କରୁଥିଲେ । ତା’ ସହ ଡିଜେ  ଗୀତ ସହିତ ତାଳକୁ ତାଳ ମିଶାଇ ନାଟି ନାଚି ଚାଲିଥାନ୍ତି  କିଛି ଲୋକ । ବାଜୁଥିଲା ଖଇ କଉଡି ବିଞ୍ଚି ବିଞ୍ଚି ଗଙ୍ଗା  ଜଳ ଛିଞ୍ଚି ଘରୁ ବିଦା ହୋଇ ଯାଉଛି ଦୁନିଆ ଛାଡ଼ି...  ଗୀତ । ଶୋଭାଯାତ୍ରା ଦେଖି ରାସ୍ତାରେ ଯାଉଥିବା ଲୋକେ  ମଧ୍ୟ ଅଟକି ଯାଉଥିଲେ ବରଗାଡ଼ି ଦେଖିବାକୁ । ହେଲେ  ସୁସଜ୍ଜିତ ଗାଡ଼ିରେ ବର ଯାଉନଥିଲା, ଜଣେ ବୃଦ୍ଧଙ୍କ ଶବକୁ  ଶୋଭାଯାତ୍ରାରେ ମଶାଣି ନିଆଯାଉଥିଲା । 

ଏହି ଶବ ଶୋଭାଯାତ୍ରା ଥିଲା ଭଦ୍ରକ ଜିଲ୍ଲା  ବାସୁଦେବପୁର ବ୍ଲକ୍‌ ବାଲିମେଦ ପଞ୍ଚାୟତ ପାନପୁର  ଭୋଇସାହିର ଧନେଶ୍ୱର ଭୋଇଙ୍କର । ସେ ଗ୍ରାମରେ ଧନିଆ  ଜେଜେ ନାମରେ ବେଶ୍‌ ପରିଚିତ ଥିଲେ । ଜେଜେଙ୍କୁ ମୃତ୍ୟୁ  ବେଳକୁ ୯୭ ବର୍ଷ ହୋଇଥିଲା । ମୃତ୍ୟୁ ପୂର୍ବରୁ ବାରମ୍ବାର  ଧନିଆ ଜେଜେ କହୁଥିଲେ, ମୁଁ ମରିଗଲେ ମୋତେ କେହି  ପୁରୀ ସ୍ୱର୍ଗଦ୍ୱାର ନେବନାହିଁ । ମୋତେ ମୋ ପଞ୍ଚାୟତର  ବିଭିନ୍ନ ଗାଁ ବୁଲାଇବା ସହିତ ବାଣ, ରୋଷଣି, ଡିଜେ ବଜାଇ  ମହା ଆଡ଼ମ୍ବର ସହିତ ମଶାଣି ନେଇଯିବ ।  

ଶନିବାର ସକାଳେ ତାଙ୍କ ମୃତ୍ୟୁ ହୋଇଥିଲା ।  ବାପାଙ୍କ କହିବା ମୁତାବକ ପୁଅ ନିରଞ୍ଜନ ଭୋଇ ଓ ରବିନ୍ଦ୍ର  ଭୋଇ ଦୁଇଟି ବ୍ୟାଣ୍ଡପାର୍ଟି, ଗୋଟିଏ ଡିଜେ ସହିତ ବାଣ  ରୋଷଣିର ଆୟୋଜନ କରିଥିଲେ । ଶତାଧିକ ସମ୍ପର୍କୀୟ  ହାତରେ ଫୁଲ ପକାଇ ଦାସସାହି, ସେଠିସାହି, ରାଉତ୍‌  ସାହି, ତ୍ରିନାଥ ଛକ, ପଞ୍ଚାୟତ କାର୍ଯ୍ୟାଳୟ ଦେଇ ଗାଁ  ମଶାଣିକୁ ନେଇଯାଇଥିଲେ । ପଞ୍ଚାୟତ କାର୍ଯ୍ୟାଳୟରେ  ବିଭିନ୍ନ ମହାସଂଘର ମହିଳାମାନେ ଜେଜେଙ୍କୁ ଶ୍ରଦ୍ଧାସୁମନ  ଜ୍ଞାପନ କରିଥିଲେ । ପରେ ନିଜ ଗାଁ ମଶାଣିରେ ଶେଷକୃତ୍ୟ  ସମ୍ପନ୍ନ ହୋଇଥିଲା । ବଡ଼ ପୁଅ ମୁଖାଗ୍ନି ଦେଇଥିଲେ ।  ଘଟଣାଟି ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.