ମୁମ୍ବାଇ,୨୫/୪ : ଧନୁଷଙ୍କ ମୋଷ୍ଟ ଆଓ୍ବେଟେଡ୍ ଫିଲ୍ମ ‘କାରା’କୁ ଦର୍ଶକ ବହୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଆସନ୍ତା ୩୦ଏପ୍ରିଲ ୨୦୨୬ରେ ଫିଲ୍ମ ହଲରେ ରିଲିଜ୍ ହେବାକୁ ପ୍ରସ୍ତୁତ ହୋଇସାରିଛି । ଏହି ତାମିଲ୍ ଆକ୍ସନ ଥ୍ରୀଲରରେ ଧନୁଷ ଗୋଟିଏ ରଫ୍ ଚରିତ୍ରରେ ନଜର ଆସିବେ । ଯାହା ଫ୍ୟାନ୍ସ ବହୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ପ୍ରଥମରୁ ବହୁ ଚର୍ଚ୍ଚା ଲାଗି ରହିଛି ଏବଂ ଏବେ ଏହାର ଓଟିଟି ଅପଡେଟ୍ ଏହି ଉତ୍ସାହକୁ ଆହୁରି ବଢାଇ ଦେଇଛି ।
ଫିଲ୍ମର ଥିଏଟର ରିଲିଜ୍ ପୂର୍ବରୁ ହିଁ ଏହାର ଡିଜଟାଲ୍ ପ୍ରିମିୟରକୁ ନେଇ ବି ଚର୍ଚ୍ଚା ଜୋର ଧରିଛି । ୧୨୩ତେଲୁଗୁ ରିପୋର୍ଟ ଅନୁସାରେ, ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସ ଏହି ଫିଲ୍ମର ପୋଷ୍ଟ- ଥିଏଟ୍ରିକଲ ଡିଜିଟାଲ ଟାଇଟ୍ସକୁ ବହୁ ଅର୍ଥ ଦେଇ ହାସଲ କରିଛି । ମାତ୍ର ଏବେ ପର୍ଯ୍ୟନ୍ତ ଏହାର ଅଫିସିଆଲ ଓଟିଟି ରିଲିଜ ଡେଟ୍ ସାମ୍ନାକୁ ଆସିନାହିଁ । କିନ୍ତୁ ଆଶା ରହିଛି କି ଫିଲ୍ମ ନିଜ ଥିଏଟର୍ ରନ୍ ପୂରା କରିବା ପରେ ଓଟିଟି ପ୍ଲାଟଫର୍ମରେ ଷ୍ଟ୍ରିମିଂ ହେବ ।
ବିଗ୍ନେଶ ରାଜାଙ୍କ ନିର୍ଦେଶନାରେ ନିର୍ମିତ ଏହି ଫିଲ୍ମ ୧୯୯୦ର ଗଲ୍ଫ ଓ୍ବାରର ପୃଷ୍ଠଭୂମି ଉପରେ ହୋଇଛି । ଯେଉଁଥିରେ ଆକ୍ସନ ଏବଂ ଇମୋଶନର ଦମଦାର୍ ମିଶ୍ରଣ ଦେଖିବାକୁ ମିଳିବ । ଫିଲ୍ମ ଧନୁଷଙ୍କ ବ୍ୟତୀତ ମାମିଥା ବ୍ୟାଜୁ, କେ.ଏସ. ରବିକୁମାର, କଋଣାସ, ଜୟରାମ, ପୃଥ୍ବୀ ପାଣ୍ଡିୟାରାଜନ, ସୁରଜ ବେଜରାମୁଡୁ, ଏମ.ଏସ.ଭାସ୍କର ଏବଂ ଶ୍ରୀଜା ରବିଙ୍କ ଭଳି କଳାକାର ନଜର ଆସିବେ ।