ପ୍ରମୂଖ ଖବର
  • ଚିନ୍ତା ବଢ଼ାଇଛି କରୋନାର ନୂଆ ଭାରିଆଣ୍ଟ: ସିଙ୍ଗାପୁର, ହଂକଂରେ ବଢ଼ିଲା ସଂକ୍ରମଣ, ଚୀନ୍‌ ଓ ଥାଇଲାଣ୍ଡକୁ ଆଲର୍ଟ ଜାରି
  • ||
  • IPL 2025 : ଆଜି ସୁପରକିଙ୍ଗ୍‌ସ-ରାଜସ୍ଥାନ ରୟାଲ୍ସ ମୁକାବିଲା
  • ||
  • ଯୁଦ୍ଧବିରତି ପାଇଁ ରାଜି ହେଲା ଋଷ; ପୁଟିନ ଓ ଟ୍ରମ୍ପଙ୍କ ମଧ୍ୟରେ ହେଲା ଫୋନରେ ବାର୍ତ୍ତାଳାପ
  • ||
  • ଆସନ୍ତା ୨୧ରୁ ୨୩ ଯାଏ ବଢ଼ିବ କାଳବୈଶାଖୀ, ଆଜି ୧୮ ଜିଲ୍ଲାକୁ ଆଲର୍ଟ ଜାରି: ଉପକୂଳ ଗରମ ଓ ଗୁଳୁଗୁଳି ଜାରି
  • ||

ହେମା ନୁହଁନ୍ତି ଏହି ଅଭିନେତ୍ରୀଙ୍କ ଦିୱାନା ଥିଲେ ଧର୍ମେନ୍ଦ୍ର, ୪୦ ଥର ଦେଖୁଥିଲେ ତାଙ୍କ ଫିଲ୍ମ

Published By : Prameya | April 18, 2025 2:47 PM

ମୁମ୍ବାଇ ୧୮/୦୪: ବଲିଉଡର ହି-ମ୍ୟାନ୍ ଧର୍ମେନ୍ଦ୍ର। ତାଙ୍କ ସମୟରେ ସେ ଫ୍ୟାନ୍ସଙ୍କ ହୃଦୟର କରୁଥିଲେ ରାଜ୍‌। ବିଶେଷକରି ଫିମେଲ ଫ୍ୟାନ୍ସ ତାଙ୍କର ଦିୱାନୀ ଥିଲେ। ଖାଲି ଫ୍ୟାନ୍ସ କାହିଁକି ଅନେକ ଅଭିନେତ୍ରୀ ମଧ୍ୟ ତାଙ୍କୁ ଖୁବ୍ ପସନ୍ଦ କରୁଥିଲେ। ହେଲେ ଧର୍ମେନ୍ଦ୍ର ବଲିଉଡର ଡ୍ରୀମ୍‌ ଗାର୍ଲ ହେମା ମାଳିନୀଙ୍କ ପ୍ରେମରେ ପଡ଼ିଗଲେ ଏବଂ ତାଙ୍କୁ ବିବାହ କଲେ।  କିନ୍ତୁ, ଖୁବ କମ୍‌ ଲୋକ ଜାଣିଥିବେ ଯେ ହେମା ମାଳିନୀ ଧର୍ମେନ୍ଦ୍ରଙ୍କ ଜୀବନରେ ଆସିବା ପୂର୍ବରୁ, ସେ ଅନ୍ୟ ଜଣେ ଅଭିନେତ୍ରୀଙ୍କ ପାଇଁ ଦିୱାନା ଥିଲେ। ଏପରିକି ଧର୍ମେନ୍ଦ୍ର ସେହି ଅଭିନେତ୍ରୀଙ୍କ ଫିଲ୍ମ ୪୦ ଥର ଦେଖୁଥିଲେ। ଧର୍ମେନ୍ଦ୍ର ନିଜେ ଏହା ସ୍ୱୀକାର କରିଥିଲେ। 

ଏକ ରିପୋର୍ଟ ଅନୁଯାୟୀ, ଧର୍ମେନ୍ଦ୍ର ଥରେ ପ୍ରକାଶ କରିଥିଲେ ଯେ ସେ ସୁରୈୟାଙ୍କ ସୌନ୍ଦର୍ଯ୍ୟରେ ଏତେ ମୁଗ୍ଧ ହୋଇଯାଇଥିଲେ ଯେ ତାଙ୍କ ଫିଲ୍ମ "ଦିଲଲଗୀ"କୁ ୪୦ ଥର ଦେଖିଥିଲେ। ସେ ତାଙ୍କର ଫିଲ୍ମ ଦେଖିବାର ସୁଯୋଗ ପାଇବା ପାଇଁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତ୍ରା କରୁଥିଲେ। ଧର୍ମେନ୍ଦ୍ର,  ସୁରୈୟାଙ୍କ ଅନ-ସ୍କ୍ରିନ୍‌ ପ୍ରେଜେନ୍ସ ଉପରେ ପୁରା ଫିଦା ହୋଇ ଯାଇଥିଲେ।

ତେବେ ଜୁନ୍ ୧୯୨୯ରେ ଜନ୍ମିତ ସୁରୈୟା ପଞ୍ଜାବର ଏକ ମୁସଲିମ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଦେବ ଆନନ୍ଦଙ୍କ ସହ ତାଙ୍କର ଯୋଡ଼ିକୁ ଖୁବ୍‌ ପସନ୍ଦ କରାଯାଉଥିଲା। ଜଣେ ଚମତ୍କାର ଅଭିନେତ୍ରୀ ହେବା ବ୍ୟତୀତ, ସୁରୈୟା ଜଣେ ପ୍ଲେବ୍ୟାକ୍ ଗାୟିକା ଭାବରେ ମଧ୍ୟ ଜଣାଶୁଣା ଥିଲେ। ତାଙ୍କ କ୍ୟାରିଅରରେ, ସୁରୈୟା ୭୦ ରୁ ଅଧିକ ଫିଲ୍ମରେ ଅଭିନୟ କରିଥିଲେ ଏବଂ ୩୩୮ ଟି ଗୀତ ଗାଇଥିଲେ।

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.