ମୁମ୍ୱାଇ : ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀର ପ୍ରସିଦ୍ଧ ଅଭିନେତ୍ରୀ ହେମା ମାଳିନୀ ଅଭିନେତ୍ରୀ ହେବା ସହ ଟ୍ରେଣ୍ଡ ଭରତନାଟ୍ୟମ ଓ କୁଚିପୁଡ଼ି ନୃତ୍ୟଶିଳ୍ପୀ ମଧ୍ୟ। ସେ ଏବେ ଫିଲ୍ମରେ କମ୍‌ ନଜର ଆସୁଛନ୍ତି, କିନ୍ତୁ ଷ୍ଟେଜ୍‌ ପରଫର୍ମାନ୍ସ କରୁଛନ୍ତି। ଲୋକେ ତାଙ୍କର ନୃତ୍ୟ ଦେଖି ମନ୍ତ୍ରମୁଗ୍ଧ ହୋଇ ଯାଆନ୍ତି। ହେଲେ ଆଶ୍ଚର୍ଯ୍ୟକର କଥା ଏହା ଯେ, ତାଙ୍କ ସ୍ୱାମୀ ତଥା ବଲିଉଡ୍ ସୁପରଷ୍ଟାର ଧର୍ମେନ୍ଦ୍ର ଆଜିସୁଦ୍ଧା ତାଙ୍କର ଗୋଟିଏ ବି ଷ୍ଟେଜ୍‌ ପରଫର୍ମାନ୍ସ ଦେଖି ନାହାନ୍ତି। ଏହି କଥାର ଖୁଲାସା ନିଜେ ହେମା ମାଳିନୀ କରି ଥିଲେ।

ହେମା ମାଳିନୀ ସିମି ଗ୍ରେୱାଲଙ୍କୁ ଦେଇଥିବା ଇଣ୍ଟଭ୍ୟୁରେ ଏହାର କାରଣ ମଧ୍ୟ କହି ଥିଲେ। ହେମା ଚ୍ୟାଟ୍‌ ଶୋ’ ରେଣ୍ଡେଜବସ ୱିଦ୍‌ ସିମି ଗ୍ରେୱାଲରେ କହିଥିଲେ, ସେ ବହୁତ ପାରମ୍ପରିକ ଓ ରୁଢିବାଦୀ। ମୋର ଷ୍ଟେଜ୍‌ ପରଫର୍ମାନ୍ସ ପ୍ରତି ସ୍ଥାନରେ ବହୁତ ଲୋକପ୍ରିୟ। କିନ୍ତୁ ସେ ତାଙ୍କର ଏଥିରୁ କିଛି ବି ଦେଖି ନାହାନ୍ତି। ତାଙ୍କୁ ଲାଗୁଛି କି, ମୁଁ ଷ୍ଟେଜ୍‌ରେ ବହୁତ ଅଲଗା ଲାଗେ ଏବଂ ତାଙ୍କୁ ଏହା ବି ମନେହୁଏ କି, ଯେବେ ମୁଁ ଷ୍ଟେଜ୍‌ରେ ପରଫର୍ମ କରେ ସେତେବେଳେ ସେ ତାଙ୍କର ହେମା ହୋଇ ନଥାନ୍ତି। ଏଥିପାଇଁ ସେ ମୋର ଶୋ’ ଦେଖିବାକୁ ପସନ୍ଦ କରନ୍ତି ନାହିଁ।

ହେମା ଆହୁରି କହିଥିଲେ ଯେ, ଧର୍ମେନ୍ଦ୍ର ନିଜର ଝିଅଙ୍କୁ ଆରମ୍ଭରେ ଡ୍ୟାନ୍ସ କରିବାକୁ ଦେଇ ନଥିଲେ। ହେମା କହିଥିଲେ , ଇଶା ଜଣେ ପ୍ରଫେସନାଲ ଡ୍ୟାନ୍ସର ହେବାକୁ ଚାହୁଁ ଥିଲେ। ବଲିଉଡରେ ନିଜର ନାଁ କମାଇବାରୁ ଚାହୁଁ ଥିଲେ। କିନ୍ତୁ ଧର୍ମେନ୍ଦ୍ର ଜୀଙ୍କୁ କେବେ ବି ପସନ୍ଦ ଥିଲା କି ତାଙ୍କ ଝିଅମାନେ ଫିଲ୍ମ ଇଣ୍ଡଷ୍ଟ୍ରୀରେ କାମ କରନ୍ତୁ ବା ଡ୍ୟାନ୍ସ କରନ୍ତି। ସେ ଏହିସବୁ ଜିନିଷର ଦୃଢ ବିରୋଧରେ ଥିଲେ। ହେଲେ ଯେବେ ତାଙ୍କୁ ଜଣାପଡ଼ିଲା କି ମୁଁ କେମିତି ଡ୍ୟାନ୍ସ କରୁଛି ଏବଂ ଲୋକେ ଡ୍ୟାନ୍ସ ବିଷୟରେ କଣ କହୁଛନ୍ତି , ସେତେବେଳେ ସେ ନିଜର ଝିଅଙ୍କୁ ଡ୍ୟାନ୍ସ କରିବା ଓ ଆକ୍ଟିଂ କରିବାର ଅନୁମତି ଦେଇଥିଲେ।