ପ୍ରମୂଖ ଖବର
  • ୬ ମାସରେ ୫ ବଡ଼ ଅଘଟଣ, ଲିଭିଛି ୩୫୭ ଜୀବନ ଦୀପ
  • ||
  • ମାଲକାନଗିରି ପୁଲିସକୁ ବଡ଼ ସଫଳତା, ୨ ଦୁର୍ଦ୍ଦାନ୍ତ ମାଓବାଦୀ ଗିରଫ
  • ||
  • ମୁଖ୍ୟମନ୍ତ୍ରୀଙ୍କ ରଜ ଭେଟି, ଗୃହରକ୍ଷୀ ଏବଂ ବେସାମରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀମାନଙ୍କର ବଢିଲା ଭତ୍ତା
  • ||
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ଓଡ଼ିଶାରେ ବିଜେପି ସରକାରର ସେବା, ସୁଶାସନ ଓ ସଫଳତାର ୧ବର୍ଷ, ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ

Published By : Ladu Kishor | June 12, 2025 5:07 PM

ଭୁବନେଶ୍ୱର ୧୨/୦୬ : ଓଡ଼ିଶାରେ ଜନସେବାରେ ସମର୍ପିତ ବିଜେପି ସରକାର ଶାସନର ୧ ବର୍ଷ ପୂର୍ତ୍ତି ପାଳନ କରିବା ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜଣାଇବା ସହ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।   

ଶ୍ରୀ ପ୍ରଧାନ ଏକ୍ସରେ ଉଲ୍ଲେଖ କରିଛନ୍ତି ଯେ, ଦେଶରେ ୧୧ ବର୍ଷ ଧରି ଏକ କଲ୍ୟାଣକାରୀ ସରକାର ଲୋକଙ୍କ ସେବାରେ ଅଛି। ଓଡ଼ିଶାରେ ମଧ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ କଲ୍ୟାଣକାରୀ ଲୋକଙ୍କ ସରକାର କାମ କରୁଛି। ରାଜ୍ୟରେ ବିଜେପି ସରକାରର ସେବା, ସୁଶାସନ ଓ ସଫଳତାର ୧ ବର୍ଷ ପୂର୍ତ୍ତି ହୋଇଛି। ବିଗତ ଏକ ବର୍ଷରେ ଆମ ସରକାରଙ୍କ ପ୍ରତିଟି ପଦକ୍ଷେପ ଜନସାଧାରଣଙ୍କ ଜୀବନକୁ ସୁଗମ କରିଛି। ଆମ ସରକାର ଲୋକସେବାର ନୂଆ ପରମ୍ପରା ତିଆରି କରିଛି। ଲୋକ ମାନଙ୍କ ନିକଟତର ହେବା ସହ ଉତ୍ତରଦାୟୀ ହୋଇଛି। ଓଡ଼ିଶା ସମେତ ଦେଶରେ ଏକ ବିକାଶମୂଳକ ରାଜନୀତିର ଆରମ୍ଭ ହୋଇଛି, ଯାହାର ମୂଳ ମନ୍ତ୍ର ହେଉଛି ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସ। ଆମ ସରକାରଙ୍କ ପ୍ରତିଟି ପଦକ୍ଷେପ ସମାଜର ଅନ୍ତିମ ଶ୍ରେଣୀରେ ଥିବା ଲୋକ ମାନଙ୍କ ପାଖରେ ପହଞ୍ଚୁଛି। ନିର୍ବାଚନରେ ଦିଆଯାଇଥିବା ପ୍ରତିଶ୍ରୁତିକୁ ପାଳନ କରାଯାଉଛି । ପ୍ରତ୍ୟେକ ଗରିବର ଅଧିକାର, କୃଷକଙ୍କୁ ସମ୍ମାନ, ଯୁବକଙ୍କୁ ସୁଯୋଗ ଏବଂ ମହିଳା ସଶକ୍ତିକରଣ ସହ ରାସ୍ତା, ରେଳ, ବିମାନସେବା ଏବଂ ଆନୁଷଙ୍ଗିକ ଭିତ୍ତିଭୂମିକୁ ସୁଦୃଢ଼ କରାଯାଉଛି । 

‘ସୁଭଦ୍ରା ଯୋଜନା’ରେ ରାଜ୍ୟର ୧ କୋଟିରୁ ଅଧିକ ମହିଳାଙ୍କୁ ସଶକ୍ତ କରାଯିବା ସହ ‘ସମୃଦ୍ଧ କୃଷକ ଯୋଜନା’ରେ ଧାନର କ୍ୱିଣ୍ଟାଲ ପିଛା ଏମଏସପି ମୂଲ୍ୟ ଉପରେ ଅଧିକ ୮୦୦ ଟଙ୍କା ବୃଦ୍ଧି କରାଯାଇଛି । ୨୦୨୪-୨୫ ଖରିଫ ଋତୁରେ ୧୬.୬ ଲକ୍ଷ ଚାଷୀଙ୍କ ଠାରୁ ୭୩.୪୬ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରାଯାଇଛି । ରାଜ୍ୟରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ, ଜାତୀୟ ଶିକ୍ଷା ନୀତି -୨୦୨୦ର କାର୍ଯ୍ୟକାରିତା, ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି,ଏସଇବିସି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ନାମଲେଖାରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ୧୧.୨୫% ସ୍ଥାନ ସଂରକ୍ଷଣ ଦିଆଯିବା ଭଳି ଅନେକ କଲ୍ୟାଣକାରୀ ପଦକ୍ଷେପ ନିଆଯାଇଛି, ଯାହା ସମୃଦ୍ଧ ଓଡ଼ିଶା ଏବଂ ବିକଶିତ ଓଡ଼ିଶା ପ୍ରତି ଆମର ପ୍ରତିବଦ୍ଧତାକୁ ସୂଚାଉଛି। କେନ୍ଦ୍ର ଓ ରାଜ୍ୟ ମିଳିତ ଭାବରେ ଓଡ଼ିଶାକୁ ନବଉତ୍କର୍ଷକୁ ନେବେ ବୋଲି ସେ ମତପ୍ରକାଶ କରିଛନ୍ତି ବୋଲି ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.