ଧଉଳି,୦୩/୧୦:ଆଜି ଧଉଳି  ଶାନ୍ତି ସ୍ତୂପର ୫୨ତମ ପ୍ରତିଷ୍ଠା ଉତ୍ସବ । ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ  ମାଝୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି ପରିପ୍ରେକ୍ଷୀରେ ଶନିବାର ଦିନତମାମ ପ୍ରସ୍ତୁତି ସମୀକ୍ଷା ଓ ତଦାରଖ କରିଛନ୍ତି  ଉଭୟ ପୁଲିସ ଓ ଜିଲ୍ଲା ପ୍ରଶାସନ । ଏହା  ବ୍ୟତିତ ଦିନରେ ୨ଥର ଏକାମ୍ର ବିଧାୟକ  ବାବୁ ସିଂ ମଧ୍ୟ ପ୍ରତ୍ୟେକ୍ଷ ଭାବେ ପ୍ରସ୍ତୁତି  କାର୍ଯ୍ୟ ତଦାରଖ କରିଛନ୍ତି । କାର୍ଯ୍ୟକ୍ରମରେ ଦେଶ ବିଦେଶରୁ ଅନେକ ବୌଦ୍ଧ  ସନ୍ୟାସୀ ଯୋଗଦେବେ ବୋଲି ପର୍ଯ୍ୟଟନ  ବିଭାଗ ଉପନିର୍ଦ୍ଦେଶକ ରଞ୍ଜନ ବାରିକ  କହିଛନ୍ତି । 

ସେ କହିଛନ୍ତି, ଐତିହ୍ୟସ୍ଥଳୀ  ଧଉଳିର ଗୌରବ ଓ ଗୁରୁତ୍ୱ ଓଡ଼ିଆ  ଜାତି ଭଲ ଭାବେ ଅଙ୍ଗାଙ୍ଗି ଭାବେ ବୁଝିଛି । ତେଣୁ ଏହି ମାଟିକୁ ସବୁ ସରକାର  ପ୍ରାଧାନ୍ୟ ଦେଉଛନ୍ତି । ଏଥର ଏହି  ପ୍ରତିଷ୍ଠା ଉତ୍ସବରେ ଯୋଗଦେବାକୁ ଆମେ  ମୁଖ୍ୟମନ୍ତ୍ରୀଙ୍କୁ ସ୍ୱତନ୍ତ୍ର ଭାବେ ଜଣାଇଥିଲୁ ।  ସେ ମଧ୍ୟ ଏହି ଭବ୍ୟ କାର୍ଯ୍ୟକ୍ରମରେ  ଯୋଗଦେବାକୁ ସମ୍ମତି ଜଣାଇଛନ୍ତି ।  ଶନିବାର ପ୍ରସ୍ତୁତି ସମୀକ୍ଷା କାର୍ଯ୍ୟକ୍ରମରେ  ଜିଲ୍ଲାପାଳ ଚଞ୍ଚଳ ରାଣା, ଅତିରିକ୍ତ  ଜିଲ୍ଲାପାଳ ରୁଦ୍ର ନାରାୟଣ ମହାନ୍ତି, ଜୋନ  ୨ ଏସିପି କୃଷ୍ଣଚନ୍ଦ୍ର ପଲେଇ, ଧଉଳି ଥାନା  ଏସ୍‌ଆଇ ରବୀନ୍ଦ୍ର ନାଥ ପାତ୍ରଙ୍କ ସମେତ  ଅନେକ ଅଧିକାରୀ ଯୋଗ ଦେଇଥିଲେ ।