ନୂଆଦିଲ୍ଲୀ, ୨୦/୧୦ : ରାଜସ୍ଥାନର ବାଡ଼ୀ ସଦର ଥାନା ଅନ୍ତର୍ଗତ ଢୋଲପୁରରେ ରବିବାର ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି । ଏହି ଘଟଣା କରୋଲୀ- ଢୋଲପୁର ହାଇଓ୍ବେ ଏନଏଚ-୧୧ବିର ସୁନୀପୁର ଗାଁ ନିକଟରେ ହୋଇଛି । ସ୍ଲିପର କୋଚ୍ ବସ ଏବଂ ଟେମ୍ପୋ ଧକ୍କା ହୋଇ ୧୧ଲୋକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୫ଜଣ ଛୋଟ ପିଲା, ୩ଝିଅ, ଦୁଇ ଜଣ ମହିଳା ଏବଂ ଜଣେ ପୁରୁଷ ଅଛନ୍ତି ।   

ସୂଚନାଯୋଗ୍ୟ ଯେ, ଟେମ୍ପୋରେ ଥିବା ଯାତ୍ରୀମାନେ ଗୁମଟ ମୋହଲ୍ଲା ନିବାସୀ ଥିଲେ । ସମସ୍ତ ଯାତ୍ରୀ ବରୋଲୀ ଗାଁର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଫେରୁଥିଲେ । ଏହି ସମୟରେ ସୁନୀପୁର ଗାଁ ନିକଟରେ ଏହି ଘଟଣା ଘଟିଥିଲା । ସମସ୍ତଙ୍କୁ ହସ୍ପିଟାଲରେ ରଖାଯାଇଛି । ପୋଲିସ ଘଟଣାସ୍ଥଳ‌ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।