ନୂଆଦିଲ୍ଳୀ,୧୨।୪: ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେସନ୍ (ଡିଆରଡିଓ) ଦ୍ବାରା ବିକଶିତ ଧୁବ୍ରାସ୍ତ୍ର ମିସାଇଲ ଭାରତୀୟ ସେନାରେ ସାମିଲ ହେବା ପାଇଁ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ହୋଇଛି। ଏହା ହେଲିକପ୍ଟରରୁ ମାଡ ହୋଇପାରୁଥିବା ‘ନାଗ’ ଆଣ୍ଟି ଟ୍ୟାଙ୍କ ଗାଇଡେଡ୍ ମିସାଇଲ(ଏଟିଜିଏମ୍)ର ଆଧୁନିକ ସଂସ୍କରଣ,ଯାହାକୁ ପୂର୍ବରୁ ହେଲିନା(HELINA) ନାମରେ ଜଣାଯାଏ। ଏହି ମିସାଇଲ ନା କେବଳ ଭାରତର ଆତ୍ମନିର୍ଭର ଭାରତର ଅଭିଯାନକୁ ଶକ୍ତି ପ୍ରଦାନ କରିବ, ବଂର ଯୁଦ୍ଧ ମୈଦାନରେ ବିଶେଷ ଭାବରେ ଉଚ୍ଚ ପାହାଡ ଅଞ୍ଚଳରେ ଭାରତୀୟ ବାୟୁସେନା ଓ ସ୍ଥଳ ସେନାର ମାରକ କ୍ଷମତାକୁ ବହୁ ଗୁଣ ବଢାଇ ଦେବ।
ଧ୍ରୁବାସ୍ତ୍ର ଭାରତର ଇଣ୍ଟିଗ୍ରେଟେଡ୍ ଗାଇଡେଡ୍ ମିସାଇଲ ଡେଭଲପମେଣ୍ଟ ପୋଗ୍ରାମର ଅଂଶ ରହିଛି। ଏହାର ପରିକଳ୍ପନା ୧୯୮୦ ଦଶକରେ ଡକ୍ଟର ଏପିଜେ ଅବଦୁଲ କମଲାଙ୍କ ନେତୃତ୍ବରେ କରାଯାଇଥିଲା। ନାଗ ମିସାଇଲ ପରିବାର ଅନୁସାରେ,ଏ ପର୍ଯ୍ୟନ୍ତ ଭୂପୃଷ୍ଠରୁ ଟାର୍ଗେଟ କରାଯାଇଥିବା ‘ନାଗ’, କ୍ୟାରିୟର (NAMICA) ଓ ମ୍ୟାନ୍ ପୋର୍ଟେବଲ୍ (ଏମ୍ପିଏଟିଜିଏମ୍) ଭଳି ବହୁ ସଂସ୍କରଣ ପ୍ରସ୍ତୁତ କରାଯାଇ ସାରିଛି।
‘ଧୁବ୍ରାସ୍ତ୍ର’ ର ସବୁଠାରୁ ବଡ଼ ଶକ୍ତି ହେଉଛି ଏହାର ଥାର୍ଡ-ଜେନେରେସନ୍ ଫାୟାର ଆଣ୍ଡ ଫରଗେଟ୍ ପ୍ରଣାଳୀ। ଥରେ ଲକ୍ଷ୍ୟସ୍ଥଳରେ ପହଁଞ୍ଚିବା ପରେ ମିସାଇଲ ଅଟୋମେଟିକ୍ ରୂପରେ ଏହାକୁ ଟ୍ରାକ୍ କରି ନଷ୍ଟ କରିଦେଇଥାଏ। ଏହି ମିସାଇଲ ଖରାପ ପାଣିପାଗ ଓ ରାତିର ଅନ୍ଧକାରରେ ଶତ୍ରୁର ଟ୍ୟାଙ୍କରକୁ ଚିହ୍ନଟ କରି ତାକୁ ସଠିକ ଭାବରେ ଟାର୍ଗେଟ କରିପାରେ। ଆଧୁନିକ ଟ୍ୟାଙ୍କରର ଉପର ଭାଗ ସବୁଠାରୁ ଦୁର୍ବଳ ହୋଇଥାଏ। ‘ଧୁବ୍ରାସ୍ତ୍ର’ ପ୍ରଥମେ ଉପରକୁ ଯାଏ ଓ ପରେ ସିଧା ଉପରୁ ହିଁ ଆକ୍ରମଣ କରିଥାଏ। ଯାହାଦ୍ବାରା ବହୁ ପରିମାଣରର ବାହନ ବି ନଷ୍ଟ ହୋଇଯାଇଥାଏ। ଏହାର ମାରକ କ୍ଷମତା ୭ କିଲୋମିଟର ରହିଛି। ୪୩ କିଲୋଗ୍ରାମର ଏହି ମିସାଇଲ ୮୦୦ ମିଲିମିଟର ମୋଟା ଷ୍ଟିଲ୍ ପ୍ଲେଟ୍କୁ ଲକ୍ଷ୍ୟଭେଦ କରିବାର କ୍ଷମତା ରଖିଛି।
‘ଧୁବ୍ରାସ୍ତ୍ର’କୁ ବିଶେଷ ଭାବରେ ଲଦାଖ ଭଳି ଉଚ୍ଚତା ଥିବା ଅଞ୍ଚଳ ପାଇଁ ପ୍ରସ୍ତୁତ କରାଯାଇଛି। ଏହା ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ (ହାଲ୍) ଦ୍ବାରା ନିର୍ମତ ରୁଦ୍ର ଓ ପ୍ରଚଣ୍ଡ ଭଳି ଆଟାକ୍ ହେଲିକପ୍ଟରରୁ ମାଡ଼ କରାଯାଇପାରେ। ନିକଟରେ ସରକାର ୧୫୬ ପ୍ରଚଣ୍ଡ ହେଲିକପ୍ଟର ଅର୍ଡର କରିଥିଲେ। ଏହି ହେଲିକପ୍ଟର ଉପରେ ଧୁବ୍ରାସ୍ତ୍ରର ମୁତୟନ ଦ୍ବାରା ଭାରତୀୟ ସେନାକୁ ସୀମାରେ ଶତ୍ରୁର ଟ୍ୟାଙ୍କରକୁ ଟାର୍ଗେଟ କରିହେବ। ସରକାର ସେପ୍ଟେରମ୍ବର ୨୦୨୩ ରେ ପ୍ରାୟ ୭୦୦ କୋଟି ଟଙ୍କା ଖର୍ଚ୍ଚରେ ୨୦୦ ରୁ ଅଧିକ ‘ଧୁବ୍ରାସ୍ତ୍ର’ ମିସାଇଲ କିଣିବାକୁ ମଞ୍ଜୁରୀ ଦେଇଥିଲା। ଏହି ମିସାଇଲ ପାଇଁ ୧ କୋଟି ଟଙ୍କାରୁ କମ୍ ରହିବାର ଅନୁମାନ କରାଯାଉଛି। ଏହାର ମୁତୟନ ପରେ ଭାରତକୁ ରୁଷ କିମ୍ବା ୟୁରୋପରୁ କୋର୍କୁସ୍ ଓ ମିଲାନ୍ ଭଳି ପୁରୁଣା ମିସାଇଲ ଆମଦାନୀ କରିବାର ଆବଶ୍ୟକତା କମ୍ ହୋଇଯିବ।