ନୂଆଦିଲ୍ଲୀ : ବର୍ତ୍ତମାନ ସମୟରେ ସାରା ଦେଶରେ ଧୁରନ୍ଧର-୨ର କ୍ରେଜ୍ ଚାଲିଛି। ସବୁଠି ଏହି ଫିଲ୍ମକୁ ନେଇ ଚର୍ଚ୍ଚା। ଫିଲ୍ମଟି ବଲିଉଡ୍ର ଅନେକ ପୁରୁଣା ରେକର୍ଡ ଭାଙ୍ଗିବା ଦିଗରେ ଆଗକୁ ବଢୁଛି। କିନ୍ତୁ ଏବେ ଏହା ଉପରେ କଂଗ୍ରେସ ପାର୍ଟି ପକ୍ଷରୁ କଡ଼ା ପ୍ରତିକ୍ରିୟା ସାମ୍ନାକୁ ଆସିଛି। ମୁଖ୍ୟ ବିରୋଧ ପାର୍ଟିର ବରିଷ୍ଠ ନେତା ରଶିଦ ଅଲଭି କହିଛନ୍ତି ଯେ, ଏହି ଫିଲ୍ମ ମାଧ୍ୟମରେ ଅତିକ୍ ଅହମଦଙ୍କର ସାର୍ବଜନିକ ଭାବେ ହୋଇଥିବା ହତ୍ୟାକୁ ସଠିକ୍ ସାବ୍ୟସ୍ତ କରିବାକୁ ଚେଷ୍ଟା କରାଯାଇଛି, ଏହା କଣ ସଠିକ୍ କି ? ସେ ଦାବି କରିଛନ୍ତି ଯେ, ଏହି ଫିଲ୍ମରେ ପ୍ରତିବନ୍ଧକ ଲାଗିବା ଉଚିତ୍ ଏବଂ ଏମିତି ଫିଲ୍ମ ତିଆରି କରୁଥିବା ଲୋକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍।
ଏଏନଆଇ ସହ କଥା ହୋଇ କଂଗ୍ରେସ ନେତା କହିଛନ୍ତି ଯେ, ବୋଧହୁଏ ଏମିତି କି ବିଜେପି ଏପରି ଫିଲ୍ମ ପାଇଁ ଫଣ୍ଡିଂ କରିଛି। ସେ କହିଛନ୍ତି , ଯେବେ ଠାରୁ ବିଜେପି ସରକାର ଆସିଛି, ସେବେଠାରୁ ଏମିତି ଫିଲ୍ମ ଅଧିକ ନିର୍ମିତ ହେଉଛି। ହୋଇପାରେ ଯେ, ବିଜେପି ହିଁ ଏହାର ଫଣ୍ଡିଂ କରିଥାଇ ପାରେ। ଏମିତି ଫିଲ୍ମ ଦେଶର ମାହୋଲ ଖରାପ କରିବା ପାଇଁ ଉଦ୍ଦିଷ୍ଟ। ଏହି ଫିଲ୍ମ ମାଧ୍ୟମରେ ଅତିକ ଅହମଦ ଓ ତାଙ୍କର ଭାଇଙ୍କର ସର୍ବଜନିକ ସ୍ତରରେ ହୋଇଥିବା ହତ୍ୟାକୁ ସଠିକ୍ ସାବ୍ୟସ୍ତ କରିବାକୁ ଚେଷ୍ଟା କରାଯାଇଛି। ଆପଣ କଣ ଚାହାନ୍ତି କି, ଦେଶ ଭିତରେ କୋର୍ଟ ଗୁଡ଼ିକୁ ବନ୍ଦ କରି ଦେବା ଉଚିତ୍ ? ଏହି ଫିଲ୍ମକୁ ତିଆରି କରୁଥିବା ବ୍ୟକ୍ତି କଣ ଏହା ଚାହାନ୍ତି କି, ମୁଖ୍ୟମନ୍ତ୍ରୀ ଯାହାକୁ ଚାହିଁବେ ହତ୍ୟା କରାଇବେ ଏବଂ ଯାହାକୁ ଚାହିଁବେ ବଞ୍ଚାଇବେ।
#WATCH | Delhi: On 'Dhurandhar: The Revenge' movie, Congress leader Rashid Alvi says, "...I also believe that the BJP may be funding these films. This film is meant to spoil the atmosphere of the country. You're justifying that Atiq was shot in the middle of the street. So, do… pic.twitter.com/qS5eiKNrUK
— ANI (@ANI) March 20, 2026
କଂଗ୍ରେସ ନେତା କହିଛନ୍ତି ଏମିତି ଫିଲ୍ମରେ କେବଳ ପାକିସ୍ତାନ ବିରୁଦ୍ଧରେ ହିଁ କାର୍ଯ୍ୟାନୁଷ୍ଠାନ କାହିଁକି ପ୍ରଦର୍ଶିତ କରାଯାଉଛି, ଚୀନ ବିରୁଦ୍ଧରେ କାହିଁକି ନୁହେଁ ?