ନୂଆଦିଲ୍ଲୀ ୧୭/୦୧: ସାରା ଦେଶରେ ଚହଳ ସୃଷ୍ଟି କରୁଛି ଧୁରନ୍ଧର । ଆଦିତ୍ୟ ଧରଙ୍କ ନିର୍ଦ୍ଦେଶିତ ଏବଂ ରଣବୀର ସିଂହ ଷ୍ଟାରର୍ ଏହି ସ୍ପାଏ ଥ୍ରୀଲର୍ ବକ୍ସ ଅଫିସରେ ହିଟ୍ ପ୍ରମାଣିତ ହୋଇଛି। ପ୍ରଶଂସକମାନେ ଫିଲ୍ମର ଦ୍ୱିତୀୟ ଭାଗକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି, ଯାହା ମାର୍ଚ୍ଚ ୧୯ ରେ ସିନେମାଘରେ ରିଲିଜ୍ କରିବାକୁ ଯାଉଛି। ଯାହା ୟଶଙ୍କ ଅଭିନୀତ' ସହିତ ବକ୍ସ ଅଫିସରେ ଟକ୍କର ଦେବ।

ଥିଏଟରରେ ବହୁବାର ଧୁରନ୍ଧର ଦେଖିବାପରେ ଅନେକ ପ୍ରଶଂସକ ଇନଷ୍ଟାଗ୍ରାମ ଷ୍ଟୋରିରେ ନିର୍ଦ୍ଦେଶକଙ୍କୁ ପ୍ରଥମ ଭାଗ କେତେ ଭଲ ଲାଗିଲା ତାହା ଜଣାଇଥିଲେ। ଏହି ସମୟରେ ଜଣେ ପ୍ରଶଂସକ ଲେଖିଥିଲେ, “ପ୍ରାୟ ଗୋଟିଏ ସପ୍ତାହରୁ ଅଧିକ ସମୟ ହୋଇଗଲାଣି ମୁଁ ଧୁରନ୍ଧର ଦ୍ୱିତୀୟ ଥର ପାଇଁ ଥିଏଟରରେ ଦେଖିଥିଲି ଏବଂ ସତ କହିବାକୁ ଗଲେ, ମୁଁ ଏବେ ବି ସେହି ସିନେମାର ଦିୱାନା ଏବଂ ଏହାକୁ ବାରମ୍ବାର ଦେଖିବାକୁ ଚାହୁଁଛି... ଆପଣ ପ୍ରକୃତରେ ଜଣେ ମହାନ ନିର୍ଦ୍ଦେଶକ, ଧୁରନ୍ଧର ୨ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛୁ!”ଭାରତ ଆପଣଙ୍କ ପରି ଜଣେ ନିର୍ଦ୍ଦେଶକ ପାଇ ଗର୍ବ ଅନୁଭବ କରୁଛି!" ତେବେ ଆଦିତ୍ୟ ଏହାକୁ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରିଜରେ ପୁନଃ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି, "ବହୁତ ପ୍ରେମ! ଧନ୍ୟବାଦ! ମାର୍ଚ୍ଚ ୧୯ ତାରିଖରେ ଥିଏଟରରେ ଦେଖା ହେବ!"