ନୂଆଦିଲ୍ଲୀ ୧୬/୧୨: ୫୦ କୋଟି ଟପିଲା ‘ଧୁରନ୍ଧର୍’ ରଣବୀର ସିଂହଙ୍କ ‘ଧୁରନ୍ଧର୍’ ବର୍ଷ ଶେଷରେ ବଲିଉଡକୁ ବଡ଼ ବ୍ଲକବଷ୍ଟର ଦେଇ ଇଣ୍ଡଷ୍ଟ୍ରିର ଦବଦବାକୁ ବଜାୟ ରଖିବାରେ ସଫଳ ହୋଇଛି । ୨ୟ ସପ୍ତାହାନ୍ତରେ ଫିଲ୍ମର ବେଶ ଭଲ କଲେକ୍ସନ୍ ହୋଇଛି । ଏ ସପ୍ତାହରେ କେବଳ ଭାରତରେ ଏହା ୧୪୪ କୋଟି ଆୟ କରିଛି । ସୋମବାର ବି ନୂଆ ଚାଲେଞ୍ଜ୍ ହାତକୁ ନେଇଛି । ଏ ସପ୍ତାହ ବି ଫିଲ୍ମର କଲେକ୍ସନ୍ ବଜାୟ ରହିବ ବୋଲି ଅନୁମାନ କରାଯାଉଛି । ୨ୟ ରବିବାର ଭାରତରେ ୫୮ କୋଟି କଲେକ୍ସନ୍ କରିଛି ‘ଧୁରନ୍ଧର୍’ । ସପ୍ତାହରେ ଏହା ମୋଟ୍ ୧୪୩.୫୦ କୋଟି ଆୟ କରିଛି, ଯାହା ପ୍ରଥମ ସପ୍ତାହାନ୍ତଠୁ ୪୦ ପ୍ରତିଶତ ଅଧିକ ।

ଖାସ୍ କଥା ହେଉଛି ମାତ୍ର ୧୦ ଦିନରେ ଭାରତରେ ଏହାର କଲେକ୍ସନ୍ ୩୫୦ କୋଟି ଟପିଛି । ବିଶ୍ୱସ୍ତରରେ ଫିଲ୍ମର ଆୟ ୫୫୦ କୋଟି ଟପିଛି । ସାକନିଲ୍କ ଡଟ୍ କମ୍ ଅନୁସାରେ, ସୋମବାର (୧୫ ତାରିଖ) ରାତି ୮ଟା ସୁଦ୍ଧା ଭାରତରେ ଏହା ୧୯.୫ କୋଟି କଲେକ୍ସନ୍ କରିଥିଲା । କୌଣସି ମେଗା ଫିଲ୍ମ ପାଇଁ ଏହା ଏକ ବଡ଼ ଉପଲବ୍ଧି । ଏଥିସହିତ ଫିଲ୍ମର ଘରୋଇ କଲେକ୍ସନ୍ ଏବେ ୩୬୯.୮ କୋଟି ହୋଇଛି । ସୋମବାର ସୁଦ୍ଧା ‘ଧୁରନ୍ଧର୍’ ସର୍ବକାଳୀନ ହିଟ୍ ଫିଲ୍ମ ତାଲିକାରେ ଘରୋଇ ମାର୍କେଟରେ ବଲିଉଡର ୮ମ ସର୍ବାଧିକ ଆୟ କରିଥିବା ଫିଲ୍ମ ହୋଇଛି । ‘ସଞ୍ଜୁ’, ‘ପିକେ’ ଓ ‘ସୈୟାରା’କୁ ଏହା ପଛରେ ପକାଇଛି । ଭାରତରେ ଏମାନଙ୍କ ବକ୍ସଅଫିସ୍ କଲେକ୍ସନ୍ ଯଥାକ୍ରମେ ୩୪୨ କୋଟି, ୩୪୧ କୋଟି ଓ ୩୩୦ କୋଟି ଥିଲା ।