ନୂଆଦିଲ୍ଲୀ, ୪/୨ : ବଲିଉଡ ଫିଲ୍ମ ‘ଧୁରନ୍ଧର’ ସାରା ବିଶ୍ବରେ ବେଶ ପ୍ରଂଶସା ସାଉଣ୍ଟିଛି । ଦର୍ଶକଙ୍କ ମହଲରେ ଆଦୃତ ହୋଇଥିବା ଆଦିତ୍ୟ ଧରଙ୍କ ଫିଲ୍ମ ଭଲ ରୋଜଗାର କରିଛି । ପାକିସ୍ତାନରେ ବ୍ୟାନ୍ କରାଯାଇଥିବା ଏହି ଫିଲ୍ମ ଏବେ ଜଲଓ୍ବା ଦେଖାଉଛି ଶତ୍ରୁ ଦେଶରେ । ବଡ଼ ପରଦା ପରେ ଜାନୁଆରୀ ୧୦ ତାରିଖରେ ଓଟିଟିରେ ରିଲିଜ୍ ହୋଇଛି । ନେଟଫ୍ଲିକ୍ସରେ ରିଲିଜ ହୋଇଥିବା ରଣବୀର ସିଂହଙ୍କ ଅଭିନତୀ ଫିଲ୍ମ ପଡ଼ୋଶୀ ଦେଶରେ ଶୀର୍ଷରେ ପହଞ୍ଚିଛି । ସିନେମା ହଲରେ ଫିଲ୍ମ ରିଲିଜ୍ ହୋଇନଥିବାବେଳେ ଲୋକେ ଅନଲାଇନରେ ଏହାକୁ ଦେଖିବାକୁ ଅଧିକ ଆଗ୍ରହୀ ରହିଥିବା ଦେଖିବାକୁ ମିଳିଛି ।
ଓଟିଟିରେ ରିଲିଜ୍ ହେବା ପରଠାରୁ ଏହି ଫିଲ୍ମ ପାକିସ୍ତାନରେ ନମ୍ବର ଓ୍ବାନ୍ ରହି ଆସିଛି । ଜାନୁଆରୀ ୨୬ରୁ ଫେବୃଆରୀ ୧ ଭିତରେ ଏକ ନମ୍ବର ସ୍ଥାନରେ ରହିଛି । ମାତ୍ର ୩ଦିନରେ ସର୍ବାଧିକ ଥର ଦେଖା ଯାଇଥିବା ଫିଲ୍ମ । ଏହାସହ ବାଂଲାଦେଶ ଏବଂ ଶ୍ରୀଲଙ୍କାରେ ମଧ୍ୟ ଏହି ସିନେମାକୁ ଅନେକଥର ଦେଖିଛନ୍ତି ଦର୍ଶକ । ଏହାସହ ବାହାରିନ, ସଂଯୁକ୍ତ ଆରବ ଏମିରେଟ୍ସ, କତାର, ଓମାନ ଏବଂ ମରିସସରେ ଶୀର୍ଷରେ ରହିଛି ।
ଏହାସହ ପଢ଼ନ୍ତୁ : ଅଣ୍ଡର-୧୯ ବିଶ୍ବକପ : ଆଫଗାନିସ୍ତାନକୁ ହରାଇ ଫାଇନାଲରେ ଭାରତ