ମୁମ୍ବାଇ,୨୧/୩ : ପ୍ୟାନ୍ ଇଣ୍ଡିଆରେ ଧମାଲ୍ କରୁଛି ରଣବୀର ସିଂହଙ୍କ ‘ଧୁରନ୍ଧର : ଦ ରିଭେଞ୍ଜ’। ଦର୍ଶକଙ୍କ ମଧ୍ୟରେ ବଢୁଛି କ୍ରେଜ୍ । ଏଭଳି କି ସିନେମା ହଲରେ ଶୋ ବଢାଇବାକୁ ଦାବି ହେଉଛି । କେବଳ ବକ୍ସ ଅଫିସର କଲେକ୍ସନ ନୁହେଁ ଦର୍ଶକଙ୍କ ପ୍ରଶଂସା ସାଉଣ୍ଟୁଛି । ହିନ୍ଦୀ ସହ ଫିଲ୍ମ ତାମିଲ ଏବଂ ତେଲୁଗୁରେ ବି ରିଲିଜ ହେବାରେ ଥିଲା, କିନ୍ତୁ ସେନ୍ସର ସାର୍ଟିଫିକେଟ ପରେ ଫିଲ୍ମ ବିଳମ୍ବରେ ରିଲିଜ ହେବାରେ ଲାଗିଛି । କେବଳ ହିନ୍ଦୀରେ ନୁହେଁ ବରଂ ଏବେ ସାଉଥରେ ବି ସୁନାମୀ ନଜର ଆସିବାରେ ଲାଗିଛି ।

ରଣବୀର ସିଂହ ଷ୍ଟାରର ‘ଧୁରନ୍ଧର : ଦ ରିଭେଞ୍ଜ’ ସାଉଥରେ ଧମାକା କରୁଛି । ଗଣମାଧ୍ୟମ ରିପୋର୍ଟ୍ସ ଅନୁସାରେ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ଫିଲ୍ମକୁ ନେଇ ଜବରଦସ୍ତ କ୍ରେଜ ଦେଖିବାକୁ ମିଳୁଛି । କେତେକ ସ୍ଥାନରେ ଥିଏଟରର କ୍ଷମତା ହିଁ କମ୍ ପଡ଼ିଯାଇଛି । ଛୋଟ-ଛୋଟ ସେଣ୍ଟର୍ସ ପର୍ଯ୍ୟନ୍ତ ହାଉସଫୁଲର ବୋର୍ଡ଼ ଲାଗି ସାରିଛି । ଫିଲ୍ମର କ୍ରେଜ ଏତେ ଜବରଦସ୍ତ ଯେ ଥିଏଟର କମ୍ ପଡ଼ୁଥିବା ଦେଖାଯାଉଛି ଏବଂ ଦର୍ଶକଙ୍କ ଭିଡ଼ ସମ୍ଭାଳିବା କଷ୍ଟ ହୋଇଯାଉଛି ।

ବଡ଼ ଆଶ୍ଚର୍ଯ୍ୟର କଥା ଏହା କି କେବଳ ବଡ଼ ସହର ପର୍ଯ୍ୟନ୍ତ ସୀମିତ ନୁହେଁ ବରଂ ଛୋଟ ସହରରେ ବି ଫିଲ୍ମକୁ ନେଇ ଜବରଦସ୍ତ ରେସପନ୍ସ ଦେଖିବାକୁ ମିଳୁଛି । ପ୍ରତି ଶୋରେ ସିଟ୍ ହାଉସଫୁଲ୍ ହେବାରେ ଲାଗିଛି । ସିନେମା ହଲରେ ଆହୁରି ବି ଶୋ ଯୋଡ଼ିବାକୁ ଦାବି ଜୋର ଧରିଛି । ଫିଲ୍ମର ଏହି ଲୋକପ୍ରିୟତା ମେକର୍ସ ଏବଂ ଥିଏଟର ମାଲିକ ଉଭୟଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ସାଧାରଣତ ବଲିଉଡ଼ ଫିଲ୍ମକୁ ସାଉଥରେ ଏତେ ଜବରଦସ୍ତ ରେସପନ୍ସ କମ୍ ଦେଖିବାକୁ ମିଳିଥାଏ । କିନ୍ତୁ ‘ଧୁରନ୍ଧର : ଦ ରିଭେଞ୍ଜ’ ଏହି ଟ୍ରେଣ୍ଡକୁ ପରିବର୍ତ୍ତନ କରିଦେଇଛି ।