ନୂଆଦିଲ୍ଲୀ,୬।୧୦:ଭାରତ ନିଜର ହାଇପରସୋନିକ୍ ହାତିଆର ଦୌଡରେ ଦ୍ରୁତ ଗତିରେ ଆଗକୁ ବଢିବାରେ ଲାଗିଛି। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ‘ଧ୍ବନୀ’ ନାମକ ନୂଆ ପୀଢିର ମିସାଇଲ ପରୀକ୍ଷଣ ତିଆରି କରୁଛି। ଏହି ମିସାଇଲ ପ୍ରାୟ ୭୪୦୦ କିଲେମିଟର ପ୍ରତି ଘଣ୍ଟା ବେଗରେ ଉଡିବ। ଭାରତ-ରୁଷର ବ୍ରହ୍ମୋସ ମିସାଇଲରୁ ଅଧିକ ଦୂର ଏହାର ରେଞ୍ଜ ରହିବ। ପ୍ରଥମ ପ୍ରଦର୍ଶନ ପରୀକ୍ଷଣ ୨୦୨୫ ଶେଷ ପର୍ଯ୍ୟନ୍ତ ହୋଇପାରେ। ଏହା ଭାରତର ଦ୍ରୁତ ଆକ୍ରମଣ କ୍ଷମତାକୁ ମଜବୁତ କରିବ ।
‘ଧ୍ବନୀ’ ଡିଆରଡିଓର ହାଇପରସୋନିକ୍ ଟେକ୍ନୋଲୋଜି ଡେମାନଷ୍ଟ୍ରେଟର ଭେଇକିଲ (ଏଚ୍ଏସ୍ଟିଡିଭି) ପୋଗ୍ରାମ୍ ଉପରେ ଆଧାରିତ ରହିଛି। ୨୦୨୦ ରେ ଏଚଏସ୍ଟିଡିଭି ସ୍କ୍ରାମ୍ଜେଟ୍ ଇଞ୍ଜିନର ସଫଳ ପରୀକ୍ଷଣ କରିଥିଲା। ଧ୍ବନୀ ଏକ ହାଇପରସୋନିକ୍ ଗ୍ଲାଇଡ୍ ଭେଇକିଲ (ଏଚ୍ଚିଭି), ଯାହାକି ବାଲାଷ୍ଟିକ୍ ବୁଷ୍ଟ ଦ୍ବାରା ଉଚ୍ଚତାରେ ପହଁଞ୍ଚିଥାଏ।
ବେଗ ଓ ଦୂରତ୍ବ : ଶବ୍ଦର ଗତିଠାରୁ ୬ ଗୁଣା ଅଧିକ। ଏହାଦ୍ବାରା ଶତ୍ରୁକୁ ପ୍ରତିକ୍ରିୟାର କମ୍ ସମୟ ମିଳିବ।
ଉପଯୋଗ: ସ୍ବାଭାବିକ ଓ ରଣନୈତିକ ଆକ୍ରମଣ ପାଇଁ ଶତ୍ରୁଙ୍କୁ ସଠିକ୍ ଟାର୍ଗେଟ କରିଥାଏ।
ପ୍ରଗତି: ଡିଆରଡିଓ ନିକଟରେ ଦୀର୍ଘ ସମୟ ପର୍ଯ୍ୟନ୍ତ ସ୍କାମଜେଟ୍ର ପରୀକ୍ଷଣ କରିଥିଲା, ଯାହାକି ହାଇପରସୋନିକ୍ ପ୍ରଣୋଦନ ପାଇଁ ବଡ଼ ପଦକ୍ଷେପ।
ଏହି ମିସାଇଲ ଜଳ, ସ୍ଥଳ ଓ ଆକାଶରୁ ଲଞ୍ଚ ହୋଇପାରିବ। ଏହାର ରେଞ୍ଜ ୧୫୦୦ କିଲୋମିଟର ପର୍ଯ୍ୟନ୍ ରହିଛି। ଏରୋନଟିକାଲ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ସେଣ୍ଟର (ଏଆରଡିସି) ଓ ଡିଫେନ୍ସ ମେଟଲର୍ଜିକାଲ ରିସର୍ଚ୍ଚ ଲାବୋରେଟରୀ (ଡିଏମ୍ଆରଏଲ) ଏହାକୁ ତିଆରି କରିଛି। ଏଥିରେ ହିଟ୍ ସିରୋମିକ୍ ଓ କୋଟିଂଙ୍ଗସ୍ ରହିଛି, ଯାହାକି ଅଧିକ ଉତାପ ସହି ପାରିବ। ବ୍ରହ୍ମୋସ୍ ହେଉଛି ଭାରତ-ରୁଷିଆ ମିଳିତ କ୍ଷେପଣାସ୍ତ୍ର ଯାହା ମାକ୍ ୩(୩୭୦୪ କିଲୋମିଟର/ଘଣ୍ଟା) ବେଗରେ ଆକ୍ରମଣ କରେ ଏବଂ ଏହାର ପରିସର ୨୯୦-୬୦୦ କିଲୋମିଟର। ଏହାକୁ Su-30MKI ବିମାନ ଏବଂ INS ବିକ୍ରାନ୍ତ ଭଳି ଜାହାଜରେ ନିୟୋଜିତ କରାଯାଏ। କିନ୍ତୁ ‘ଧ୍ବନୀ’ ମାକ୍ ୫ ଉପରେ ଉଡ଼େ, ୧୦ ମିନିଟ୍ ମଧ୍ୟରେ ଦୂର ଲକ୍ଷ୍ୟସ୍ଥଳରେ ପହଞ୍ଚିଥାଏ।