ପ୍ରମୂଖ ଖବର
  • କୋଲାକାତା ଆଇଆଇଏମରେ ଦୁଷ୍କର୍ମ ମାମଲା, ତଦନ୍ତ ଲାଗି ଏସ୍ଆଇଟି ଗଠିତ
  • ||
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

କମଳାଙ୍ଗ ବରସାହିରେ ଝାଡ଼ାବାନ୍ତ; ଗାଁରେ ସ୍ୱାସ୍ଥ୍ୟ ବିଭାଗ ଟିମ୍‌ର ତଦନ୍ତ

Published By : Bijay Swain | March 30, 2025 1:09 AM

ଢେଙ୍କାନାଳ,୨୯ା୩(ଆପ୍ର): ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ୍‌  କମଳାଙ୍ଗ ପଞ୍ଚାୟତ ବରସାହିରେ ବ୍ୟାପିଥିବା ଝାଡ଼ାବାନ୍ତି ଧିରେ ଧିରେ ନିୟନ୍ତ୍ରଣକୁ ଆସୁଛି । ଶନିବାର ଆଉ ୪ ଜଣ ଆକ୍ରାନ୍ତ ହୋଇଥିବାବେଳେ ଅମରି ଦାସ ନାମକ ମହିଳା ଗୁରୁତର ଥିବାରୁ ତାଙ୍କୁ ଚିକିତ୍ସା ପାଇଁ ଅନୁଗୁଳ ମେଡିକାଲ୍‌କୁ ପଠାଯାଇଛି । ଆଉ ଜଣେ ଆକ୍ରାନ୍ତ ଓଡ଼ାପଡ଼ା ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟମାନେ ଘରେ ରହି ଚିକିତ୍ସିତ ହେଉଛନ୍ତି । 

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଏକ ଉଚ୍ଚସ୍ତରୀୟ ଟିମ୍‌ ବରସାହିରେ ପହଞ୍ଚି ସ୍ଥିତି ପରଖିଛି । କେଉଁ ପରିସ୍ଥିତିରେ ଝାଡ଼ାବାନ୍ତି ବ୍ୟାପିଲା, ପାଣି ନା ଅନ୍ୟ କେଉଁ କାରଣରୁ ସେ ନେଇ ଟିମ୍‌ ତନାଘନା କରିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଓଡ଼ାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତରୀ ଟିମ୍‌ ମଧ୍ୟ ଗ୍ରାମରେ ପହଞ୍ଚି ଆକ୍ରାନ୍ତଙ୍କ ଚିକିତ୍ସା କରୁଛନ୍ତି । ଗାଁରେ ଡାକ୍ତରୀ କ୍ୟାମ୍ପ୍‌ ପଡ଼ିଛି । ଦୂଷିତ ପାଣିରୁ ଝାଡ଼ାବାନ୍ତି ବ୍ୟାପୁଥିବା ଆଶଙ୍କା କରାଯାଉଛି । ଯେଉଁ କୂଅରୁ ଗ୍ରାମବାସୀ ପାଣି ପିଉଥିଲେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ୍ରମେ ତାକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବନ୍ଦ କରିଦିଆଯାଇଛି । ସେଠାରୁ ପାଣି ବ୍ୟବହାର ନ କରିବାକୁ ଗ୍ରାମବାସୀଙ୍କୁ ପରାମର୍ଶ ଦିଆଯାଇଛି । ରବିବାର ଗ୍ରାମରେ ନଳକୂଅ ଖୋଳିବା ପ୍ରସ୍ତୁତି ଚାଲିଛି।

କମଳାଙ୍ଗ ବରସାହିରେ ଗତ ସପ୍ତାହେ ଧରି ଝାଡ଼ାବାନ୍ତି ବ୍ୟାପିଛି । ୩ ଜଣ ପ୍ରାଣ ହରାଇଥିବାବେଳେ ୧୦ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ଗ୍ରାମରେ କୌଣସି ଭୋଜିଭାତ ନ ଥିବାବେଳେ ଏତେ ସଂଖ୍ୟକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବା ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢ଼ାଇଛି । ଗ୍ରାମରେ ପିଇବା ପାଣିର କୌଣସି ସୁବିଧା ନାହିଁ । ଆଜି ପର୍ଯ୍ୟନ୍ତ ନଳକୂଅଟିଏ ନାହିଁ । ଏକମାତ୍ର ଖୋଲାକୂଅ ଗ୍ରାମବାସୀଙ୍କ ଶୋଷ ମେଣ୍ଟାଇଥାଏ । ନଚେତ୍‌ ୪ କିଲୋମିଟର ଦୂର ବ୍ରାହ୍ମଣୀ ନଦୀରୁ ଚୁଆ ଖୋଳି ଗ୍ରାମର ମହିଳାମାନେ ପାଣି ସଂଗ୍ରହ କରିଥାନ୍ତି । ସେହି ପାଣି ଖାଦ୍ୟ ଓ ପାନୀୟ ଭାବେ ବ୍ୟବହାର କରିଥାନ୍ତି । ଏହି ଦୂଷିତ ପାଣି ଟିମ୍‌ ଆକ୍ରାନ୍ତଙ୍କ ଘରକୁ ଘର ବୁଲି ସମ୍ପୂର୍ଣ୍ଣ ବିବରଣୀ ସଂଗ୍ରହ କରିଥିଲା । କେଉଁଠୁ ପାଣି ପିଉଛନ୍ତି, ଖାଦ୍ୟ କ’ଣ ଖାଉଛନ୍ତି, ନିକଟରେ ଭୋଜିଭାତ ଥିଲା କି ନାହିଁ ଆଦି ଅନେକ ପ୍ରଶ୍ନ ଆକ୍ରାନ୍ତଙ୍କ ସମ୍ପର୍କୀୟଙ୍କୁ ଦ୍ୱାରା ବିଭିନ୍ନ ସମୟରେ ସଂକ୍ରାମକ ରୋଗ ବ୍ୟାପିଥାଏ । ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଦୁଇଦିନରେ ୩ ଜଣଙ୍କ ମୃତ୍ୟୁ ଘଟିବା ପରେ ରାଜ୍ୟସ୍ତରରେ ଆଲୋଡ଼ନ ସୃଷ୍ଟି ହୋଇଥିଲା । 

ଶନିବାର ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟସ୍ତରୀୟ ସ୍ୱାସ୍ଥ୍ୟ ଟିମ୍‌ ଗ୍ରାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲା । ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜନସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ନିର୍ଦ୍ଦେଶକ (ରୋଗ ନିୟନ୍ତ୍ରକ) ଡା. ଜ୍ୟୋତିର୍ମୟୀ ରାଉତଙ୍କ ସମେତ କର୍ମଚାରୀ ଓ ଓଡ଼ାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ ଅନନ୍ତ କୁମାର ରାଉଳ ନିଜ ଟିମ୍‌ ସହ ଗ୍ରାମରେ ପହଞ୍ଚି ରାଜ୍ୟସ୍ତରୀୟ ଟିମ୍‌କୁ ସହଯୋଗ କରିଥିଲେ । ସ୍ୱାସ୍ଥ୍ୟ ପଚାରି ବୁଝିଥିଲେ । ଖୋଲାକୂଅରୁ ପାଣି ବ୍ୟବହାର ଜାଣିବା ପରେ କୂଅକୁ ବନ୍ଦ କରିଦିଆଯାଇଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ଗ୍ରାମରେ ଏକ ନଳକୂଅ ଖୋଳିବା ପାଇଁ ମେସିନ୍‌ ପହଞ୍ଚିଛି । ରବିବାର ନଳକୂଅ ଖୋଳାହେବ ବୋଲି ଜଣାଯାଇଛି । କମଳାଙ୍ଗ ସରପଞ୍ଚ ଜିତେନ୍ଦ୍ର କୁମାର ବେହେରା ଉପସ୍ଥିତ ରହି ସ୍ୱାସ୍ଥ୍ୟ ବିଭାଗର ଟିମ୍‌କୁ ସହଯୋଗ କରିଥିଲେ । ଏ ନେଇ ସରପଞ୍ଚ ଶ୍ରୀ ବେହେରା କହିଛନ୍ତି, ଗ୍ରାମରେ ପାଣିର କୌଣସି ସୁବିଧା ନଥିବାରୁ ଦୂଷିତ କୂଅ ପାଣି ପିଇ ଗ୍ରାମବାସୀ ରୋଗାକ୍ରାନ୍ତ ହୋଇଛନ୍ତି । ଆଜି ଆଉ ନୂଆ ୪ ଆକ୍ରାନ୍ତ ବାହାରିଛନ୍ତି । ସେମାନଙ୍କୁ ଚିକିତ୍ସା କରାଯାଉଛି । ପଞ୍ଚାୟତ ତରଫରୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି । ନଳକୂପ ଖୋଳାଗଲେ ପାଣି ସମସ୍ୟା ସାମାନ୍ୟ ଦୂର ହୋଇପାରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । 

ଏ ସଂପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ନିଳମଣୀ ଦିଲ୍ଲୀପ ଚାନ୍ଦ ବେହେରା କହିଛନ୍ତି, ଆମ ପାଖକୁ ଖବର ଆସିବା ପୂର୍ବରୁ ୩ ଆକ୍ରାନ୍ତ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଯାଇଥିଲେ । ସେଠାରେ ସେମାନଙ୍କ ମୃତ୍ୟୁ ଘଟିଥିଲା । ଆମେ ଏହା ଜାଣିବା ମାତ୍ରେ ତ୍ୱରିତ ସ୍ୱାସ୍ଥ୍ୟସେବା ଯୋଗାଇ ଦେଇଛୁ । ଗ୍ରାମରେ କୌଣସି ଭୋଜିଭାତ ନଥିବାବେଳେ ପାଣିରୁ ଝାଡ଼ାବାନ୍ତି ବ୍ୟାପିଥିବା ଅନୁମାନ କରାଯାଉଛି । ପାଣି ନମୂନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି । ଆକ୍ରାନ୍ତଙ୍କ କିଡ୍‌ନୀ ଫଙ୍କସନ୍‌ ଟେଷ୍ଟ୍‌ କରାଯାଉଛି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଟିମ୍‌ ଗ୍ରାମରେ ଆକ୍ରାନ୍ତକୁ ଚିକିତ୍ସା ସୁବିଧା ଯୋଗାଇ ଦେଉଛନ୍ତି । ମୋଟାମୋଟି ସ୍ଥିତି ନିୟନ୍ତ୍ରଣାଧୀନ ରହିଛି ବୋଲି ଡାକ୍ତର ବେହେରା ପ୍ରକାଶ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.