ଘସିପୁରା , ୧୭।୬ :  ଆନନ୍ଦପୁର ଉପଖଣ୍ଡରେ ଦିନକୁ ଦିନ ଝାଡାବାନ୍ତି ବ୍ୟାପିବାରେ ଲାଗିଛି।  ଝାଡାବାନ୍ତିରେ ଆକ୍ରାନ୍ତ ହୋଇ  ଆନନ୍ଦପୁର ଡାକ୍ତରଖାନାରେ ୨୭ଜଣ ଚିକିତ୍ସିତ ହେଉଛନ୍ତି। ସେହିପରି ସାଇଙ୍କୁଳ ଡାକ୍ତରଖାନାରେ ୧୦ଜଣ ଚିକିତ୍ସିତ ହେଉଛନ୍ତି। 

ଘଟଣା ଦୃଷ୍ଟିରେ ରଖି ୭ ଦିନ ପାଇଁ ଷ୍ଟ୍ରିଟ ଫୁଡ ଷ୍ଟଲ ଗୁଡିକୁ  ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଛି। ଘସିପୁରା ଅଂଚଳ ରେ ବିଭିନ୍ନ ହୋଟେଲ ରେ ଚଢ଼ାଉ କରାଯାଇ ଖାଦ୍ୟର ମାନ ଯାଞ୍ଚ କରାଯାଉଛି।