ନୂଆଦିଲ୍ଲୀ,୧୪/୦୪; ପାକିସ୍ତାନ ରାଜଧାନୀ ଇସଲାମାବାଦରେ ଆମେରିକା ଓ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ବୈଠକ ବସିଥିଲା । ଏହି ଆଲେଚନା ଉପରେ ବିଶ୍ୱର ନଜର ରହିଥିଲା । ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ପଡିବ ଏବଂ ଶାନ୍ତି ବାଟ ଫିଟିବ ବୋଲି ସମସ୍ତେ ଆସା କରିଥିରେ ହେଲେ ସେପରି କିଛି ବି ହେଲାନାହିଁ । ଦୀର୍ଘ ୨୧ ଘଣ୍ଟା ୩ଟି ପର୍ଯ୍ୟାୟରେ ଆଲୋଚନା ପରେ ବି ବୈଠକ ଫଳଶୂନ୍ୟ ରହିଥିଲା । ନିଜ ନିଜ ଜିଦରେ ଅଟଳ ରହିବାରୁ ଇସଲାମାବାଦ ବୈଠକ ବିଫଳ ହୋଇଥିଲା । ଏବେ ରିପୋର୍ଟ ଆସୁଛି କି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଗୋଟିଏ ଫୋନ୍ କଲ୍ ଡିଲ୍ ବିଫଳ କରିଛି । ନେତାନ୍ୟାହୁ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କୁ ଫୋନ୍ କରିଥିଲେ ଏହା ପରେ ଶାନ୍ତି ଆଲେଚନାରୁ ଓହରିଥିଲା ଟ୍ରମ୍ପଙ୍କ ଟିମ୍ ।

ଇରାନ ଦାବି କରିଛି ଯେ, ଇସାଲାମାବାଦ ଆଲୋଚନା ବିଫଳ ହେବା ପଛରେ ନେତାନ୍ୟାହୁଙ୍କ ହାତ ଅଛି । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଏକ ଫୋନ୍ କଲ୍ ଆଲୋଚନାକୁ ପଥଭ୍ରଷ୍ଟ କରିଥିଲା । ଇରାନ ଏକ ଗୁରୁତ୍ୱପୂର୍ଣ୍ଣ ଦାବି କରିଛି ଏବଂ ସମଗ୍ର ବୈଠକ ଭିତିରି କଥା ସାମ୍ନାକୁ ଆସିଛି । ଇରାନ ଦାବି ଅନୁସାରେ ଆଲୋଚନା ସମୟରେ ଜେଡି ଭାନ୍ସଙ୍କୁ ନେତାନ୍ୟାହୁଙ୍କ ଏକ ଫୋନ୍ କଲ୍ ଆସିଥିଲା । ଏହାପରେ ଭାନ୍ସ କୌଣସି ଚୁକ୍ତି ବିନା ଇସଲାମାବାଦ ଛାଡିଥିବା ଇରାନର ବୈଦେଶିକ ମନ୍ତ୍ରୀ ସୟଦ ଆବାସ ଆରାଘଚି ଅଭିଯୋଗ କରିଛନ୍ତି । ବୈଠକ ସମୟରେ ଭାନ୍ସଙ୍କୁ ନେତାନ୍ୟାହୁଙ୍କ ଫୋନ୍ କଲ ଆଲୋଚନାର କେନ୍ଦ୍ରବିନ୍ଦୁ ଆମେରିକା ଇରାନ ଆଲୋଚନାକୁ ଇସ୍ରାଏଲ ସ୍ୱାର୍ଥକୁ ସ୍ଥାନାନ୍ତରିତ କରିଥିଲା । ଆମେରିକା ଯୁଦ୍ଧ ମାଧ୍ୟମରେ ଯାହା ହାସଲ କରିପାରିନଥିଲା ତାହା ଆଲୋଚନା ଟେବୁଲରେ ହାସଲ କରିବାକୁ ଚାହୁଁଥିଲା । 

ଏହା ବି ପଢନ୍ତୁ...'ହସ୍ତକ୍ଷେପ କଲେ ପରିଣାମ ଭୟାବହ ହେବ'; ହୋର୍ମୁଜରେ ନାକାବନ୍ଦୀ ନେଇ ଆମେରିକାକୁ ଚୀନର ଚେତାବନୀ       

ନେତାନ୍ୟାହୁଙ୍କ ଫୋନ୍ କଲ୍ ଆଲୋଚନାକୁ ବଦଳାଇ ଦେଇଥିଲା ବୋଲି ଆରାଘାଚି କହିଛନ୍ତି । ସେ, କହିଛନ୍ତି ଇରାନ ପାକିସ୍ତାନ ଦ୍ୱାରା ଆୟୋଜିତ ଆଲୋଚନାରେ ସଦଭାବନା ସହିତ ଅଂଶଗ୍ରହଣ କରିଛି । ଯିବା ପୂର୍ବରୁ ଭାନ୍ସଙ୍କ ସାମ୍ବାଦିକ ସମ୍ମିଳନୀ ଅନାବଶ୍ୟକ ଥିଲା । ଇରାନ ନିଜର ସ୍ୱାର୍ଥ ଓ ସାର୍ବଭୌମତ୍ୱ ରକ୍ଷା କରିବାକୁ ପ୍ରତିବଦ୍ଧ । ତେବେ ୱାସିଂଟନ ନେତାନ୍ୟାହୁଙ୍କ କଲକୁ ନିଶ୍ଚିତ କିମ୍ବା ଅସ୍ୱୀକାର କରିନାହିଁ । କୁହାଯାଉଛି କି, ନେତାନ୍ୟାହୁଙ୍କ ଫୋନ୍ କଲ୍ ଶାନ୍ତି ବୈଠକ ବିଗାଡି ଦେଇଛି । ଚର୍ଚ୍ଚା ହେଉଛି ଯୁଦ୍ଧ ବନ୍ଦ କରିବାକୁ ଚାହୁଁନାହାନ୍ତି ନେତନ୍ୟାହୁ ।   ​​​