ପ୍ରମୂଖ ଖବର
  • ରାଜ୍ୟରେ ଗଠିତ ହେଲା ୩ଟି ସିଭିଲ୍‌ ଜଜ୍ କୋର୍ଟ, ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ବିଜ୍ଞପ୍ତି ପ୍ରକାଶ
  • ||
  • Terrorist Attack:ଭୁବନେଶ୍ଵର ଆସିବ ପ୍ରଶାନ୍ତ ଶତପଥୀଙ୍କ ମୃତଦେହ, ରେମୁଣା ସରଗାଁରେ ହେବ ଅନ୍ତିମ ସଂସ୍କାର
  • ||
  • ସୁନ୍ଦରଗଡ ନାବାଳିକା ଦୁଷ୍କର୍ମ ଘଟଣା : ମାମଲାର ପୁନର୍ବିଚାର ପାଇଁ ତଳ କୋର୍ଟକୁ ପଠାଇ ଦେଲେ ହାଇକୋର୍ଟ
  • ||
  • ନୂଆପଡ଼ା : ଜେଠୁପାଲି ଗାଁରେ ପୋଲିସର ଚଢ଼ାଉ: ୨୩ ଜୁଆଡ଼ି ଗିରଫ, ନଗଦ ୪୮ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଜବତ
  • ||
  • ଜାମ୍ମୁକାଶ୍ମୀରରେ ଫସିଲେ ରାଉରକେଲା ପର୍ଯ୍ୟଟକ, ସୁରକ୍ଷିତ ଉଦ୍ଧାର ପାଇଁ ପ୍ରଶାସନକୁ ଅନୁରୋଧ କଲେ ଭଉଣୀ
  • ||
  • ଖୋର୍ଦ୍ଧା : ମିଶନ ଶକ୍ତି କାଫେରୁ ଚୋରି, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିନେଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି, ଅପରାହ୍ନ ୫ଟାରୁ ରାତି ୧୦ଟା ଦର୍ଶନ ମନା
  • ||
  • ୱାଙ୍ଖଡ଼େ ପରାଜୟର ପ୍ରତିଶୋଧ ଉପଲ୍‌ରେ, ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ସନରାଇଜର୍ସ
  • ||
  • ବୁଧବାର କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ, ୮ରୁ ୧୦ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • କନ୍ଧମାଳ : ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ ତିନି ଗୁରୁତର
  • ||
  • କଟକ : ଦୋଳମୁଣ୍ଡାଇ ଛକ ନିକଟସ୍ଥ ଦୋକାନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||

ସଲମାନଙ୍କ ଜବରା ଫ୍ୟାନ୍‌,୧.୭୨ ଲକ୍ଷ ଦେଇ କିଣିଲେ ‘ସିକନ୍ଦର୍‌’ ଟିକଟ୍‌

Published By : Prameya | March 31, 2025 2:29 PM

ମୁମ୍ବାଇ ୩୧/୦୩: ରିଲିଜ୍‌ ହୋଇଛି ଭାଇଜାନ୍‌ଙ୍କ ବହୁ-ପ୍ରତୀକ୍ଷିତ ଆକ୍ସନ୍‌-ପ୍ୟାକ୍‌ଡ ଫିଲ୍ମ ‘ସିକନ୍ଦର୍‌’ । ଫିଲ୍ମକୁ  ନେଇ ସଲ୍ଲୁଙ୍କ ଫ୍ୟାନ୍‌ଙ୍କ ମଧ୍ୟରେ ପାଗଳାମି ଦେଖିବାକୁ ମିଳୁଛି । ଏହି କ୍ରମରେ ଏକ   ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସଲ୍ଲୁଙ୍କର ଜଣେ ଜବରା ଫ୍ୟାନ୍‌ ୧.୭୨ ଲକ୍ଷ  ଟଙ୍କା ଦେଇ ‘ସିକନ୍ଦର୍‌’ ଟିକଟ୍‌ କିଣୁଥିବା ନଜର ଆସିଛନ୍ତି । ଟିକଟ୍‌ କିଣିବା ପାଇଁ   ସଲ୍ଲୁ ତାଙ୍କୁ ଟଙ୍କା ଦେଇଛନ୍ତି କି ବୋଲି ପଚାରିବାରୁ ଫ୍ୟାନ୍‌ ଜଣକ ସିଧା ସିଧା  ମନା କରିଛନ୍ତି । ଏଥିସହିତ ସ୍ପଷ୍ଟ ଭାବେ କହିଛନ୍ତି ଯେ ଏହା ପୂର୍ବରୁ ଅନେକ   ଥର ସେ ଏପରି କରିଛନ୍ତି । ସୁପର୍‌ଷ୍ଟାର୍‌ଙ୍କ ଫିଲ୍ମଗୁଡ଼ିକର ମଜା ନେବାକୁ ସେ  ପୂର୍ବରୁ ଅନେକ ସହରରେ ମୋଟା ଅଙ୍କ ଦେଇ ଟିକଟ୍‌ କିଣିଛନ୍ତି । 

ତେବେ ଉଭୟ ଇଦ୍‌ ଓ ଗୁଡ଼ି ପଡ୍‌ୱା ଅବସରରେ ‘ସିକନ୍ଦର୍‌’ ରିଲିଜ୍‌ କରିଛି ।  ଏଆର୍‌-ମୁରୁଗଡସଙ୍କ ନିର୍ଦ୍ଦେଶିତ ଏହି ଆକ୍ସନ୍‌-ପ୍ୟାକ୍‌ଡ ଫିଲ୍ମରେ ସଲ୍ଲୁଙ୍କ ଦମ୍‌ଦାର ଆକ୍ସନ୍‌ ଅବତାର ଦେଖିବାକୁ ତାଙ୍କ ଫ୍ୟାନ୍‌ ଚାତକ ପରି ଅପେକ୍ଷା  କରିଥିଲେ । ଫିଲ୍ମରେ ସଲ୍ଲୁଙ୍କ ସହ ମୁଖ୍ୟ ନାୟିକା ଭୂମିକାରେ ଅଛନ୍ତି   ରଶ୍ମିକା ମନ୍ଦନା, କାଜଲ ଅଗରୱାଲ ଓ ସତ୍ୟରାଜ । ୨୦୧୪ ମସିହାର  ବ୍ଲକ୍‌ବଷ୍ଟର ଫିଲ୍ମ ‘କିକ୍‌’ ପରେ ଏହି ଫିଲ୍ମ ଜରିଆରେ ପ୍ରଯୋଜକ ସାଜିଦ   ନାଦିଆଦୱାଲାଙ୍କ ସହ ଯୋଡ଼ି ହୋଇଛନ୍ତି ସଲ୍ଲୁ । ରିଲିଜ୍‌ ପୂର୍ବରୁ ‘ସିକନ୍ଦର୍‌’  ଦେଖି ସଲ୍ଲୁଙ୍କ ବାପା ପ୍ରଖ୍ୟାତ ପଟ୍ଟକଥା ଲେଖକ ସଲିମ ଖାନ୍‌ କହିଛନ୍ତି,  ପ୍ରତ୍ୟେକ ସିନ୍‌ ପରେ ଆଗକୁ କ’ଣ ହେବ ବୋଲି ଦର୍ଶକ ଭାବିବେ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.