ପ୍ରମୂଖ ଖବର
  • ଭୁବନେଶ୍ବର ପାତ୍ରପଡା ଛକରେ ଦୁର୍ଘଟଣାରେ ଝିଅ ମୃତ, ମା’-ପୁଅ ଗୁରୁତର
  • ||
  • କୁଜଙ୍ଗ : ଦଶାହ କର୍ମ ସମୟରେ ତାଳଦଣ୍ଡା କେନାଲରେ ଭାସିଯାଇ ଯୁବକ ମୃତ
  • ||
  • ରକ୍ଷା ବନ୍ଧନରେ ରାଜ୍ୟ ସରକାରଙ୍କ ଭେଟି, ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଆସିଲା ‘ସୁଭଦ୍ରା’ ଟଙ୍କା
  • ||
  • କୋରାପୁଟ : ମୁଖ୍ୟମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଜୟପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ
  • ||
  • ଉଜ୍ଜ୍ୱଳା ସବ୍‌ସିଡି ପାଇଁ ୧୨ ହଜାର କୋଟି ମଞ୍ଜୁରୀ, ତୈଳ କମ୍ପାନିଙ୍କୁ ୩୦ ହଜାର କୋଟି କ୍ଷତିପୂରଣ
  • ||
  • ବିଜେବି ନଗରରେ ବ୍ୟାପିଲା ଜଣ୍ଡିସ୍, ପାଣି ନମୁନା ସଂଗ୍ରହ ସହ ସତର୍କ ରହିବାକୁ ପରାମର୍ଶ
  • ||
  • ଜମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କ ସହ ଗୁଳିବିନିମୟରେ ୨ ଯବାନ ସହିଦ ୧୦ ଜଣ ଗୁରୁତର ଆହତ
  • ||
  • ନୂଆପଡ଼ା : ଏନ୍‌ଏଚ୍ ୩୫୩ କ୍ରିଷ୍ଣା ଛକରେ ଦୁର୍ଘଟଣା; ଟ୍ରକ୍‌ ଧକ୍କାରେ ମାମୁ ଭଣଜା ମୃତ
  • ||
  • ଋଷ-ୟୁକ୍ରେନ୍‌ ଯୁଦ୍ଧ ଶେଷ କରିବା ପ୍ରସ୍ତୁତି ,ଅଗଷ୍ଟ ୧୫ରେ ଡୋନାଲ୍ଡ ଟ୍ରମ୍ପ ଓ ପୁଟିନ୍‌ଙ୍କ ବଡ଼ ବୈଠକ
  • ||
  • ରାକ୍ଷୀ ପୂର୍ଣ୍ଣିମା; ଭାଇ ହାତରେ ସମ୍ପର୍କର ସୂତା ବାନ୍ଧି ସୁରକ୍ଷାର ପ୍ରତିଶ୍ରୁତି ନେଲେ ଭଉଣୀ
  • ||
  • ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ତୃତୀୟ କିସ୍ତି; ଜୟପୁର ସଭାରୁ ଟଙ୍କା ବାଣ୍ଟିବେ ମୁଖ୍ୟମନ୍ତ୍ରୀ
  • ||

ନିଆରା ଢଙ୍ଗରେ ପାଳିଲେ ରକ୍ଷାବନ୍ଧନ

Published By : Gurupada Nath | August 9, 2025 8:05 PM

ଭୁବନେଶ୍ବର, ୯/୮ :   ଡିଏଭି ପୋଖରୀପୁଟରେ ଚଳିତ ବର୍ଷ ବିଦ୍ୟାର୍ଥୀମାନଙ୍କ ମନରେ ‘ରକ୍ଷା ବନ୍ଧନ’ର ଐତିହାସିକ, ପୌରାଣିକ କଥାମୃତର ମହତ୍ତ୍ବକୁ ଅନୁଭବ କରାଇବା ନିମନ୍ତେ ନିଆରା ଢଙ୍ଗରେ ବିଦ୍ୟାର୍ଥୀମାନେ ରକ୍ଷାବନ୍ଧନ ପାଳନ କରିଛନ୍ତି । 

ରକ୍ଷା ବନ୍ଧନ ପର୍ବ ପ୍ରେମ, ସଦ୍ଭାବ ଏବଂ ଦାୟିତ୍ବ ବୋଧତାର ପର୍ବ । ଏହି ବନ୍ଧନକୁ ସୁଦୃଢ କରିବା ପାଇଁ ଶିକ୍ଷୟିତ୍ରୀ- ଶିକ୍ଷକମାନଙ୍କ ସହଯୋଗକ୍ରମେ ଷଷ୍ଠ- ସପ୍ତମ ଶ୍ରେଣୀର ବିଦ୍ୟାର୍ଥୀମାନେ ଶ୍ରେଣୀ କକ୍ଷରେ ଚଳିତ ବର୍ଷ ନିଜ ହାତରେ ରାକ୍ଷୀ ପ୍ରସ୍ତୁତ କରିଥିଲେ । 

ଡିଏଭି ଶିକ୍ଷାନୁଷ୍ଠାନ ଏଫ.ଜୋନର ସହ ଆଞ୍ଚଳିକ ଅଧିକାରୀ ତଥା ଡିଏଭି ପୋଖରୀପୁଟ ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁଙ୍କ ପ୍ରତ୍ୟେକ୍ଷ ନିର୍ଦେଶାନୁସାରେ ତଥା ବରିଷ୍ଠା ନିରୀକ୍ଷିକା ଡ. ସ୍ମରଣିକା ପଟ୍ଟନାୟକଙ୍କ ପ୍ରତ୍ୟେକ୍ଷ  ତତ୍ତ୍ବାବଧାନରେ ବିଦ୍ୟାର୍ଥୀଙ୍କ ମନରେ ମାନବିକତାର ଅଭ୍ୟୁଦୟକୁ ପୁନଃସ୍ଥାପିତ କରିବା ତଥା ସୁରକ୍ଷାର ବାର୍ତ୍ତା ପ୍ରସାର କରିବା ପାଇଁ ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ । 

ବିଦ୍ୟାର୍ଥୀମାନେ ଭୁବନେଶ୍ବରର ଖାରବେଳନଗର ପୋଲିସ ଷ୍ଟେସନ, ଟ୍ରାଫିକ୍ କମିଶନରେଟ୍ ଏଜି ସ୍କୋୟାର, ପୋଖରୀପୁଟର ଓ୍ବେଲ୍ଥ ସେଣ୍ଟର ଏବଂ ୧୨୦ଇନଫାଣ୍ଟ୍ରି ବାଟାଲିଅନ୍ ପରିଦର୍ଶନ କରିବା ସହ ସେମାନେ ପୋଲିସ, ସୈନିକ ଏବଂ ସଫାଇମିତ୍ରଙ୍କ ହାତରେ ହାତ ତିଆରି ତ୍ରିରଙ୍ଗା ରାକ୍ଷୀ ବାନ୍ଧିଥିଲେ । 

ସମସ୍ତ ସୁରକ୍ଷାକର୍ମୀ ବିଦ୍ୟାର୍ଥୀମାନଙ୍କୁ ଆନନ୍ଦର ସହିତ ଚକୋଲେଟ୍, ମାର୍କରପେନ୍ ଆଦି ପ୍ରଦାନ କରିଥିବାରୁ ବିଦ୍ୟାର୍ଥୀ ଓ ଶିକ୍ଷକ- ଶିକ୍ଷୟିତ୍ରୀ ସେମାନଙ୍କ କର୍ତ୍ତବ୍ୟ ପରାୟଣତା ପାଇଁ ଧନ୍ୟବାଦ ଜଣାଇଥିଲେ । ବିଦ୍ୟାର୍ଥୀମାନଙ୍କର ଏହି ନିଆରା ଢଙ୍ଗରେ ରକ୍ଷାବନ୍ଧନ ପାଳନକୁ ସାଧାରଣ ଜନତା ଭୂୟସୀ ପ୍ରଶଂସା କରିଥିଲେ। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.