ନବରଙ୍ଗପୁର,୧/୬ : ହାତ ଛାଡି ଶଙ୍ଖ ଧରିଲେ କଂଗ୍ରେସର ନବରଙ୍ଗପୁର ବିଧାୟକ ପ୍ରାର୍ଥୀ ଦୀଲିପ ପ୍ରଧାନୀ । ବିଜେଡିରେ ବିଦ୍ଧିବଧ ଭାବେ ଶଙ୍ଖ ଭବନରେ ଯୋଗଦେବା ପରେ ଦୀଲିପ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟଙ୍କୁ ନବୀନ ନିବାସକୁ ଯାଇ ଭେଟିଛନ୍ତି। ଆଗାମୀ ଦିନରେ ରାଜନୈତିକ ଭବିଷ୍ୟତକୁ ନେଇ ନବୀନଙ୍କ ଠାରୁ ଆର୍ଶିବାଦ ଗ୍ରହଣ କରିଛନ୍ତି। ଅନ୍ୟପକ୍ଷରେ ଦିଲୀପ ବିଜେଡିରେ ସାମିଲ ହେବା ପରେ ରାଜଧାନୀ ଭୁବନେଶ୍ଵର ଠାରୁ ଆରମ୍ଭ କରି ତେନ୍ତୁଳିଖୁଣ୍ଟି ବ୍ଲକ ରାଜନୀତିରେ ଅଦିନିଆ ଝଡ଼କୁ ନେଇ ଜୋରଦାର ଚର୍ଚ୍ଚା ଜୋର୍ ଧରିଛି। ରବିବାର ଭୁବନେଶ୍ୱର ସ୍ଥିତ ଶଙ୍ଖଭବନ ଠାରେ ବିଧିବଦ୍ଧ ଭାବେ ବିଜେଡି ଦଳରେ ସାମିଲ ହୋଇଛନ୍ତି। ଜିଲ୍ଲା ବିଜେଡି ସଭାପତି ମନୋହର ଉନ୍ଧାରୀ, ରାଜ୍ୟସଭା ସାଂସଦ ମୁନ୍ନା ଖାଁ, ପୂର୍ବତନ ମନ୍ତ୍ରୀ ରମେଶ ମାଝୀ, ପୂର୍ବତନ ବିଧାୟକ ସଦାଶିବ ପ୍ରଧାନୀଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ।
ଦୀଲିପ ବିଜେଡିର ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ସାମିଲ ହୋଇଛନ୍ତି। ଦୀଲିପଙ୍କ ସମେତ କେତେକ ସମିତସଭ୍ୟ ଓ ସରପଞ୍ଚ ଦଳରେ ସାମିଲ ହୋଇଥିବାରୁ ଆଗାମୀ ଦିନରେ ନବରଙ୍ଗପୁର ଜିଲ୍ଲାରେ ବିଜେଡିର ସଂଗଠନ ସୁଦୃଢ ହେବ ବୋଲି ଜିଲ୍ଲା ବିଜେଡି ସଭାପତି ମନୋହର ରନ୍ଧାରୀ କହିଛନ୍ତି। ଦୀଲିପ ପ୍ରଧାନୀ ହେଉଛନ୍ତି, ବିଜେଡିର ପୂର୍ବତନ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀଙ୍କ ପୁତୁରା ।କିନ୍ତୁ ୨୦୨୪ ସାଧାରଣ ନିର୍ବାଚନରେ ସଦାଶିଳଙ୍କ ବଦଳରେ ତାଙ୍କ ପତ୍ନୀ କୌଶଲ୍ୟା ପ୍ରଧାନୀଙ୍କୁ ବିଜେଡି ପ୍ରାର୍ଥୀ କରିଥିଲେ। ନିର୍ବାଚନରେ କଂଗ୍ରେସର ପ୍ରାର୍ଥୀ ଭାବେ ପୁତୁରା ଦୀଲିପ ଓ ଖୁଡି କୌଶଲ୍ୟା ପ୍ରଧାନୀ ବିଜେଡିର ପ୍ରାର୍ଥୀ ହୋଇଥିଲେ । ଏଭଳି ସାଧାରଣ ନିର୍ବାଚନରେ ନବରଙ୍ଗପୁର ନିର୍ବାଚନମଣ୍ଡଳୀରେ ଖୁଡି-ପୁତୁରାଙ୍କ ନିର୍ବାଚନୀ ଲଢେଇ ହୋଇଥିଲା। ବିଜେଡି ପ୍ରାର୍ଥୀ କୌଶଲ୍ୟା ୬୫ହଜାର ୬୪୫ ଭୋଟ ପାଇ ଦ୍ଵିତୀୟ ସ୍ଥାନରେ ରହିଥିବା ବେଳେ କଂଗ୍ରେସର ପ୍ରାର୍ଥୀ ଦୀଲିପ ୪୦ହଜାର୬୪୫ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ। ଖୁଡି-ପୁତୁରା ଲଢେଇରେ ବିଜେପିର ପ୍ରାର୍ଥୀ ଗୌରୀଶଙ୍କର ମାଝୀ ସର୍ବାଧିକ ୯୦ହଜାର ୩୪୪ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ।