ନୂଆଦିଲ୍ଲୀ,୨୫/୦୧: ଗାୟକ ଦିଲଜିତ ଦୋସାଞ୍ଜ ଗ୍ଲୋବାଲ ଷ୍ଟାର ଭାବେ ଜଣାଶୁଣା । ତାଙ୍କ କନସର୍ଟର ଧୁନ୍ ଭାରତରୁ ଆମେରିକା ଯାଏ ଶୁଣାଯାଏ । ଗାଇବା ସହିତ ଫିଲ୍ମରେ ବି ଦିଲଜିତଙ୍କ ଦମଦାର ଅଭିନୟ ଦେଖିବାକୁ ମିଳିଛି । ନିକଟରେ 'ବର୍ଡର-୨'ରେ ତାଙ୍କ ଅଭିନୟକୁ ବେଶ୍ ପ୍ରଶଂସା କରୁଛନ୍ତି ଦର୍ଶକ । ଏୟାରଫୋର୍ସ ଅଫିସର ନିର୍ମଳଜିତ ସିଂହଙ୍କ ଭୂମିକାରେ ନଜର ଆସିଛନ୍ତି ଦିଲଜିତ । କିଛି ପୁରୁଣା ଦିନକୁ ମନେ ପକାଇ ଦିଲଜିତ କି ବଡ଼ ଖୁଲାସା କରିଛନ୍ତି ।

​​​​​​​ଦିଲଜିତ୍ ଆଜି ଜଣେ ସୁପରଷ୍ଟାର । ହେଲେ ପିଲାଦିନେ ଗୋଟିଏ ସମୟ ଥିଲା ତାଙ୍କ ପାଖରେ ଟଙ୍କା ନଥିଲା । ଅର୍ଥିକ ସମସ୍ୟା ଥିଲା । ଦିଲଜିତ ତାଙ୍କର ଇନଷ୍ଟାଗ୍ରାମ ଲାଇଭରେ ଫ୍ୟାନ୍ସଙ୍କୁ କହିଛନ୍ତି, ସେ ଜେପି ଦତ୍ତାଙ୍କ 'ବର୍ଡର' ଫିଲ୍ମ ଦେଖି ନାହାନ୍ତି ।  ସେ ସେହି ଫିଲ୍ମ ଦେଖିବାକୁ ଚାହୁଁଥିଲେ । ମାତ୍ର ପାଖରେ ଟଙ୍କା ନଥିବାରୁ ସିନେମାଟିକୁ ଦେଖି ପାରିଲେ ନାହିଁ ।  'ବର୍ଡର-୨' ରିଲିଜ ପରେ ଦିଲଜିତଙ୍କର ଏହି ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓରେ ସିଙ୍ଗର କହୁଛନ୍ତି, ମୋର ମନେ ଅଛି ପ୍ରଥମେ ଯେବେ  'ବର୍ଡର' ହଲକୁ ଆସିଥିଲା ମୋ ପାଖରେ ଟଙ୍କା ନଥିବା ଦେଖିବାକୁ । ମୋ ପରିବାର ପାଖରେ ବି ଟଙ୍କା ନଥିଲା । ମୁଁ ସେହି ସମୟରେ ଫିଲ୍ମ ଦେଖିବାକୁ ଚାହୁଁଥିଲି । ହେଲେ ମୁଁ କେବେ କଳ୍ପନା କରିନଥିଲି ଯେ ଗୋଟିଏ ଦିନ ସେହି ଫିଲ୍ମରେ କାମ କରିବି ବୋଲି ।'' ଦିଲଜିତ୍ ଉକ୍ତ ଭିଡ଼ିଓରେ ତାଙ୍କ ଚରିତ୍ର ନିର୍ମଳଜିତ ସିଂହଙ୍କ ବିଷୟରେ ବି କହିଛନ୍ତି । ସେ କହିଛନ୍ତି ନିର୍ମଳଜିତଙ୍କ ଚରିତ୍ର ବହୁତ ସୁନ୍ଦର । ଯଦି ତୁମେ କେବେ ତାଙ୍କ ବିଷୟରେ ପଢିଛ କିଛି ଲୋକ ତାଙ୍କ ବିଷୟରେ ଜାଣିଥିବେ । ସମସ୍ତଙ୍କୁ ତାଙ୍କ ଜୀବନୀ ବିଷୟରେ ପଢିବାକୁ ହେବ ।
​​​​​​​

ଏହା ବି ପଢନ୍ତୁ...ବକ୍ସ ଅଫିସ୍‌ରେ କମାଲ୍ ଦେଖାଇଲା ‘ବର୍ଡର-୨’, ଓପନିଂ ଡେ’ରେ ୨୨ଟି ଫିଲ୍ମର ରେକର୍ଡ ଭାଙ୍ଗିଲା

କହି ରଖୁଛୁ କି, ବଲିଉଡ୍ ଫିଲ୍ମ ବର୍ଡର-୨ ଗତ ୨୩ ତାରିଖରେ ରିଲିଜ୍ ହୋଇଥିଲା । ରେକର୍ଡ କରି ଚାଲିଛି ଫିଲ୍ମ । ଓପିନିଂ ଡେରେ ୨୨ଟି ଫିଲ୍ମର ରେକର୍ଡ ଭାଙ୍ଗିଥିଲା । ବକ୍ସ ଅଫିସ୍ କେଲେକ୍ସନର ଦ୍ବିତୀୟ ଦିନରେ ସନି ଦେଓଲ ଷ୍ଟାର ବର୍ଡର-୨ ଭାରତରେ ୭୨.୬୯ କୋଟି ଟଙ୍କା ରୋଜଗାର କରିଛି । ବର୍ଡର-୨ ଦିଲଜିତ୍‌ଙ୍କ ଫିଲ୍ମ କ୍ୟାରିୟରର ବଡ଼ ସଫଳତା ଭାବେ ବିବେଚନା କରାଯାଉଛି ।