ଭୁବନେଶ୍ୱର,୨୪/୦୭: ଅବକାରୀ ଅଫିସ୍ରେ ପଶି ମାରପିଟ ମହଙ୍ଗା ପଡିଛି ଦୀପାଳି ବାର୍ ମାଲିକଙ୍କୁ । ଏନେଇ ଅବକାରୀ ଅଧିକାରୀ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
ମିଳିଥିବା ସୂଚନା ମୁତାବକ, ଗତ ୭ ଦିନ ହେବ ଦୀପାଳି ବାର୍ରକୁ ଅବକାରୀ ବିଭାଗ ସିଲ୍ କରିଛି । କ’ଣ ପାଇଁ ସିଲ୍ କରିଛ ସେ ବିଷୟରେ ପଚାରିବା ପାଇଁ ଦୀପାଳି ମାଲିକ ଅବକାରୀ ଅଫିସ୍କୁ ଯାଇଥିଲେ । ବାର୍ ଲାଇସେନ୍ସକୁ ନେଇ ଅବକାରୀ ଅଧିକାରୀଙ୍କୁ ପଚାରିବା ସହ ଖରାପ ବ୍ୟବହାର କରିଥିଲେ । ଏମିତି କି କଥା ହାତାହାତି ପର୍ଯ୍ୟନ୍ତ ଯାଇଥିଲା ବୋଲି ଅବକାରୀ ଅଧିକାରୀମାନେ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ୍ ବାର୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ କରିଛି । ମାରପିଟ ଅଭିଯୋଗକୁ ବାର୍ ମାଲିକ ଖଣ୍ଡନ କରିଛନ୍ତି । ଅବକାରୀ ଅଫିସ୍ରେ ଯାହା ସବୁ ଘଟିଛି ସେ ସବୁର ଭିଡିଓ ରେକଡିଂ କରି ବାର୍ କର୍ମଚାରୀ ରଖିଥିବା ବାର୍ ମାଲିକ କହିଛନ୍ତି ।