ଭୁବନେଶ୍ୱର,୨୪/୦୭: ଅବକାରୀ ଅଫିସ୍‌ରେ ପଶି ମାରପିଟ ମହଙ୍ଗା ପଡିଛି ଦୀପାଳି ବାର୍‌  ମାଲିକଙ୍କୁ । ଏନେଇ ଅବକାରୀ ଅଧିକାରୀ ଲକ୍ଷ୍ମୀସାଗର  ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ୍‌ ମାମଲା ରୁଜୁ  କରି ଘଟଣାର ତଦନ୍ତ ଆରମ୍ଭ କରିଛି । 

ମିଳିଥିବା  ସୂଚନା ମୁତାବକ, ଗତ ୭ ଦିନ ହେବ ଦୀପାଳି ବାର୍‌ରକୁ ଅବକାରୀ ବିଭାଗ ସିଲ୍‌ କରିଛି । କ’ଣ  ପାଇଁ ସିଲ୍‌ କରିଛ ସେ ବିଷୟରେ ପଚାରିବା ପାଇଁ  ଦୀପାଳି ମାଲିକ ଅବକାରୀ ଅଫିସ୍‌କୁ ଯାଇଥିଲେ ।  ବାର୍‌ ଲାଇସେନ୍ସକୁ ନେଇ ଅବକାରୀ ଅଧିକାରୀଙ୍କୁ ପଚାରିବା ସହ ଖରାପ ବ୍ୟବହାର କରିଥିଲେ ।  ଏମିତି କି କଥା ହାତାହାତି ପର୍ଯ୍ୟନ୍ତ ଯାଇଥିଲା ବୋଲି  ଅବକାରୀ ଅଧିକାରୀମାନେ ଥାନାରେ ଅଭିଯୋଗ  କରିଛନ୍ତି । ପୁଲିସ୍‌ ବାର୍‌ ମାଲିକଙ୍କ ବିରୋଧରେ  ମାମଲା ରୁଜୁ କରିଛି । ମାରପିଟ ଅଭିଯୋଗକୁ ବାର୍‌  ମାଲିକ ଖଣ୍ଡନ କରିଛନ୍ତି । ଅବକାରୀ ଅଫିସ୍‌ରେ  ଯାହା ସବୁ ଘଟିଛି ସେ ସବୁର ଭିଡିଓ ରେକଡିଂ କରି  ବାର୍‌ କର୍ମଚାରୀ ରଖିଥିବା ବାର୍‌ ମାଲିକ କହିଛନ୍ତି ।