ଭୁବନେଶ୍ବର,୧୫/୧୧ :  ଓଡ଼ିଶାରୁ ସିଧା ସଳଖ ଯିବ ବିମାନ । ଭୁବନେଶ୍ବରରୁ ୫ସହରକୁ ଯିବ ବିମାନ  । ଭୁବନେଶ୍ବରରୁ ଇନ୍ଦୋର, ଡେରାଡୁନ, କୋଚି, ଜୟପୁର, ଲକ୍ଷ୍ନୌ ଏବଂ ଝାରସୁଗୁଡ଼ାରୁ ହାଇଦ୍ରାବାଦ, ରାୟପୁର, ଲକ୍ଷ୍ନୌ, ମୁମ୍ବାଇକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ । ଏ ନେଇ ସିଏମଓ ପକ୍ଷରୁ ଏକ୍ସ(ଟୁଇଟ) କରି ସୂଚନା ଦିଆଯାଇଛି  ।

ଏକ୍ସ(ଟୁଇଟ)ରେ କୁହାଯାଇଛି କି, ଯୋଗାଯୋଗ ବ୍ୟବସ୍ଥା ସୁଦୃଢ ହେଉଛି । ପ୍ରଗତି ପଥ ପ୍ରଶସ୍ତ ହେଉଛି । ଭୁବନେଶ୍ବର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଇନ୍ଦୋର, ଡେରାଡୁନ୍, କୋଚି, ଜୟପୁର, ଲକ୍ଷ୍ନୌ ଏବଂ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ହାଇଦ୍ରାବାଦ, ରାୟପୁର, ଲକ୍ଷ୍ନୌ, ମୁମ୍ବାଇକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ । ଏହା ରାଜ୍ୟର ଅର୍ଥନୈତିକ ବିକାଶକୁ ନୂଆ ଦିଗ ଦେବ । #ବିକଶିତଓଡ଼ିଶା ।